PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ସୁଶାନ୍ତଙ୍କ ମୃତ୍ୟୁର ଆଉ ଏକ ରହସ୍ୟ: ଫରେନସିକ୍ ଏକ୍ସପର୍ଟଙ୍କ ମତ- ଅକ୍ଷତ ଅବସ୍ଥାରେ ରହିଛି…

https://www.indiatvnews.com/

ମୁମ୍ବାଇ,୮।୮: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ନେଇ ସବୁଦିନ ନୂଆ ନୂଆ ଘଟଣା ସାମନାକୁ ଆସୁଛି। ପ୍ରତିଦିନ ଯେଉଁ ସବୁ ଘଟଣା ସାମନାକୁ ଆସୁଛି ତାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ମୁମ୍ବାଇ ପୋଲିସ ଓ ବିହାର ପୋଲିସ ତଦନ୍ତ ପରେ ଏବେ ଏହି ମାମଲା ସିବିଆଇ ନିକଟକୁ ଚାଲିଯାଇଛି। ପ୍ରାଥମିକ ତଦନ୍ତ ପରେ ପୋଲିସ ମାମଲାକୁ ଆତ୍ମହତ୍ୟା କହୁଥିଲା, କିନ୍ତୁ କେସକୁ ନେଇ ଯେଉଁଭଳି ଖବର ସାମନାକୁ ଆସୁଛି ତାହା ଆଉ କିଛି ଇଶରା କରୁଛି। ଏବେ ଫରେନସିକ୍ ଏକ୍ସପର୍ଟ ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ କିଛି କଥା ଲୁଚାଯାଇଛି ବୋଲି କହିଛନ୍ତି। ଏକ୍ସପର୍ଟଙ୍କ ଦାବି ଏବେ ମୁମ୍ବାଇ ପୋଲିସକୁ ନେଇ ପ୍ରଶ୍ନ ଉଠାଇଛି।

ସୁଶାନ୍ତଙ୍କ ବାପା କେକେ ସିଂ ରାଜପୁତଙ୍କ  ଦ୍ବାରା ଦିଆଯାଇଥିବା ଏଫଆଇଆର ପରେ ମାମଲାରେ ପ୍ରତିଦିନ ନୂଆ ଟ୍ବିଷ୍ଟ ଆସିବାରେ ଲାଗିଛି। ଫରେନସିକ୍ ଏକ୍ସପର୍ଟଙ୍କ କହିବା ଅନୁସାରେ, ମୃତ୍ୟୁ ମାମଲାରେ ବହୁତ କିଛି ଲୁଚା ଯାଇଛି। ଏକ ନ୍ୟୁଜ ଚାନେଲର ଷ୍ଟିଙ୍ଗ ଅପରେସନ୍ କରାଯାଇଥିଲା, ଯେଉଁଥିରେ ଆଶ୍ଚର୍ଯ୍ୟକର କଥା ସାମନାକୁ ଆସିଛି।  ବିଶେଷଜ୍ଞଙ୍କ ମତରେ ଏକ ଡାଏରୀ ଥିଲା, ଯେଉଁଥିରୁ କିଛି ପୃଷ୍ଠାକୁ ଚିରିଦିଆଯାଇଛି। ସେଠାରେ ରକ୍ତର ଦାଗ ମଧ୍ୟ ମିଳିଛି। କେବଳ ସେତିକି ନୁହେଁ, ସୁଶାନ୍ତ ଯେଉଁ ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କଥା କୁହାଯାଉଛି ତାକୁ ତଳକୁ ଅଧିକ ଓହଳିକି ନାହିଁ।

ରିପୋର୍ଟ ଅନୁସାରେ, ଡାଇରୀର ପ୍ରଥମ ପୃଷ୍ଠାରେ ମୃତକଙ୍କ ନାମ ଥିଲା ୩-୪ ପୃଷ୍ଠା ଗାଏବ ଥିଲା। ସେ କହିଛନ୍ତି, ଆମକୁ ଜଣାପଡିପାରି ନାହିଁ କିଏ ଚିରିଛି  ଓ କ’ଣ ଚିରାଯାଇଛି।  ଫରେନସିକ୍ ଏକ୍ସପର୍ଟଙ୍କ କହିବା ଅନୁସାରେ, ପୋଳିସ ଫରେନସିକ୍ ଟିମକୁ କିଛି ପଚାରିନାହିଁ। ତାଙ୍କର ନେଲ ସାମ୍ପଲ ନିଆଯାଇ ନାହିଁ। ସୁଶାନ୍ତଙ୍କ ବେଡ୍ ରୁମର ଲକ୍ ଭାଙ୍ଗି ହୋଇଥିବା ଅବସ୍ଥାରେ ଥିଲା। ଫରେନସିକ୍ ଏକ୍ସପର୍ଟଙ୍କ ଏହି ଖୁଲାସା ପରେ ମୁମ୍ବାଇ ପୋଲିସ ଟିମର ତଦନ୍ତ ଉପରେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠିବାରେ ଲାଗିଛି। ସେଭଳି ସୁଶାନ୍ତଙ୍କ ଫ୍ଲାଟମେଟ୍ ସିର୍ଦ୍ଧାର୍ଥ ପିଠାନୀଙ୍କ ଉପରେ ସନ୍ଦେହ ବଢିବାରେ ଲାଗିଛି। କାରଣ ସେ ହିଁ ସୁଶାନ୍ତଙ୍କ ରୁମର ଲକ୍ ଭାଙ୍ଗିବାକୁ ଚାବି ବାଲାକୁ ଡକାଇଥିଲେ।

ସମ୍ବନ୍ଧିତ ଖବର