PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

ସୁଶାନ୍ତ ଓ ରିୟାଙ୍କ ଭିତରେ ହୋଇଥିଲା ବଡ଼ଧରଣର ଝଗଡା, ସୁପ୍ରିମକୋର୍ଟଙ୍କ ନିକଟରେ ମୁମ୍ବାଇ ପୋଲିସର ଷ୍ଟାଟସ୍ ରିପୋର୍ଟ ଦାଖଲ

http://kalamtimes.com/

ନୂଆଦିଲ୍ଲୀ,୧୦।୮: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ ଏବେ ସିବିଆଇ କରୁଛି। ଏହା ଭିତରେ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ମାମଲାର ଷ୍ଟାଟସ୍ ରିପୋର୍ଟ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିଛି। ମୁମ୍ବାଇ ପୋଲିସର କହିବା ଅନୁସାରେ, ମୃତ୍ୟୁର କିଛି ଦିନ ପୂର୍ବରୁ ସୁଶାନ୍ତ ଓ ରିୟା ଚକ୍ରବର୍ତ୍ତୀଙ୍କ ଭିତରେ ଝଗଡା ହୋଇଥିଲା। ଦୁହିଁଙ୍କ ଭିତରେ ବିବାଦ ପରସ୍ପରର ପରିବାରକୁ ନେଇ ହୋଇଥିଲା। ଏହାପରେ ସୁଶାନ୍ତଙ୍କ ଘର ଛାଡି ରିୟା ଚାଲିଯାଇଥିଲେ। ଏପରିକି ସୁଶାନ୍ତଙ୍କ ମୋବାଇଲ ନମ୍ବରକୁ ରିୟା ବ୍ଲକ କରିଦେଇଥିଲେ। ଏହାପରେ ୧୪ ଜୁନରେ ସୁଶାନ୍ତଙ୍କ ମୃତଦେହ ତାଙ୍କର ଆପର୍ଟମେଣ୍ଟରୁ ବାହାରିଥିଲା।

ମୁମ୍ବାଇର ପୋଲିସର ସୂଚନା ଅନୁସାରେ, ରିୟା ଚକ୍ରବର୍ତ୍ତୀ ନିଜର ଷ୍ଟେଟମେଣ୍ଟରେ ଏହା ମଧ୍ୟ କହିଥିଲେ ଯେ, ଗୋଟେ ଦିନ ଘରେ ପାର୍ଟି ଥିଲା, ଯେଉଁଥିରେ ସୁଶାନ୍ତଙ୍କ ଭଉଣୀ ସାମିଲ ହୋଇଥିଲେ। ପୋଲିସର କହିବା ଅନୁସାରେ, ରିୟାଙ୍କ କହିବା ଅନୁସାରେ ପାର୍ଟି ଶେଷ ହେବାପରେ ସୁଶାନ୍ତଙ୍କ ଭଉଣୀ ଅଚାନକ ତାଙ୍କ ରୁମକୁ ଆସି ତାଙ୍କ ସହ ଫିଜିକାଲ ହେବାର ଚେଷ୍ଟା କରିଥିଲେ। ପୋଲିସର କହିବା ଅନୁସାରେ, ରିୟା ନିଜର ଷ୍ଟେଟମେଣ୍ଟରେ ଏହା ମଧ୍ୟ କହିଛନ୍ତି ଯେ, ସେ ସୁଶାନ୍ତଙ୍କୁ ତା ପରଦିନ ଏ ବିଷୟରେ କହିଥିଲେ, କିନ୍ତୁ ସୁଶାନ୍ତ ଏସବୁ କଥା ଗ୍ରହଣ କରିନତିଲେ।

ରିୟାଙ୍କ ଏହି ଷ୍ଟେଟମେଣ୍ଟ ପରେ ମୁମ୍ବାଇ ପୋଲିସ ସୁଶାନ୍ତ ସିଂଙ୍କ ଭଉଣୀଙ୍କୁ ତାଙ୍କର ପକ୍ଷର ରଖିବାକୁ ଡକାଇଥିଲେ, କିନ୍ତୁ ସୁଶାନ୍ତଙ୍କ ଭଉଣୀ ମୁମ୍ବାଇ ପୋଲିସ ସାମନାରେ କୌଣସି ଷ୍ଟେଟମେଣ୍ଟ ଦେଇନଥିଲେ। ସେ ପୋଲିସ ସାମନାକୁ ମଧ୍ୟ ଆସିନଥିଲେ। ଏହି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ନିକଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ରହିଛି। ମୁମ୍ବାଇ ପୋଲିସକୁ ଭରସା ରହିଛି, କୋର୍ଟଙ୍କ ନିର୍ଦେଶ ମୁମ୍ବାଇ ପୋଲିସର ପକ୍ଷରେ ରହିବ। ଅନ୍ୟପକ୍ଷେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡି ଅଫିସରେ  ଦ୍ବିତୀୟ ଥର ପାଇଁ ରିୟା ଏବଂ ତାଙ୍କର ଭାଇ ପଚରାଉଚରା ପାଇଁ ଆସିଛନ୍ତି। ଆଜି ରିୟାଙ୍କୁ ସମସ୍ତ ଟ୍ରାଞ୍ଜାକସନ୍, ସେଭିଂ ଆକାଉଣ୍ଟ, ଇନଭେଷ୍ଟମେଣ୍ଟ ବିଷୟରେ ପ୍ରଶ୍ନ କରାଯାଇଛି।