PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ସୁଶାନ୍ତଙ୍କ ମୃତ୍ୟୁକୁ ପୂରିଲା ୨ ମାସ : ଅଗଷ୍ଟ ୧୫ରେ ଅଭିନେତା ପାଇଁ କରାଯିବ ବିଶ୍ବବ୍ୟାପୀ ପ୍ରାର୍ଥନା

ମୁମ୍ବାଇ ୧୪।୮ :  ଆଜି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପୂରିଲା ୨ ମାସ । କିନ୍ତୁ ଏବେ ବି ମୃତ୍ୟୁର ରହସ୍ୟ ଖୋଲିପାରିନି। ହଜାର ହଜାର ପ୍ରଶ୍ନ ସାମ୍ନାକୁ ଆସୁଛି। ପ୍ରଶଂସକ, ପରିବାର ଏବଂ ବଲିଉଡର ଅଭିନେତା ଅଭିନେତ୍ରୀ ସମସ୍ତେ ସତ କ’ଣ ତାହା ଜାଣିବାକୁ ଚାହୁଁଛନ୍ତି। ପରିବାର ପାଟନାରେ ମାମଲା ଦାୟର କରିବା ପରେ ଏହି ମାମଲା ଏକ ନୂଆ ମୋଡ଼ ନେଇଥିଲା। ଏବେ ଏହି ପ୍ରସଙ୍ଗରେ ପ୍ରତିଦିନ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସୁଛି । ସୁଶାନ୍ତଙ୍କ ମୃତ୍ୟୁର ଦୁଇମାସ ପରେ ଭଉଣୀ ଶ୍ୱେତା ସିଂ କ୍ରିତି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ଅଗଷ୍ଟ ୧୫ରେ ତାଙ୍କ ଭାଇଙ୍କ ପାଇଁ ହେବାକୁ ଥିବା ଗ୍ଲୋବାଲ ପ୍ରେୟାର (ବିଶ୍ବ ପ୍ରାର୍ଥନା) ବିଷୟରେ କହିଛନ୍ତି। ଏହି ଗ୍ଲୋବାଲ୍ ପ୍ରାର୍ଥନାରେ ସେ ଲୋକମାନେ ଯୋଗଦେବାକୁ ନିବେଦନ କରିଛନ୍ତି।

ଶ୍ୱେତା ସିଂ କ୍ରିତି ତାଙ୍କ ଭାଇଙ୍କୁ ମନେ ପକାଇ ଇନଷ୍ଟାଗ୍ରାମରେ ଏକ ଇମୋସନାଲ ମାସେଜ୍‌ ଲେଖିଛନ୍ତି। ସେ ଲେଖିଛନ୍ତି- ‘୨ ମାସ ବିତିଗଲାଣି, ତୁମେ ଆମକୁ ଆମକୁ ଛାଡ଼ି ଦେଇଛି ଆଉ ଆମେ ସତ୍ୟ ଜାଣିବା ପାଇଁ ସଂଗ୍ରାମ କରୁଛୁ । ଏହା ଜାଣିବା ପାଇଁ ସେଦିନ ପ୍ରକୃତରେ କ’ଣ ହୋଇଥିଲା। ସେ ଆହୁରି ମଧ୍ୟ ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ ସୁଶାନ୍ତଙ୍କ ପାଇଁ ଆୟୋଜିତ ୨୪ ଘଣ୍ଟିଆ ଗ୍ଲୋବାଲ୍ ଆଧ୍ୟାତ୍ମିକ ଏବଂ ପ୍ରାର୍ଥନା ପର୍ଯ୍ୟବେକ୍ଷଣରେ ଆମ ସହିତ ଯୋଗଦେବାକୁ ମୁଁ ଆପଣ ସମସ୍ତଙ୍କୁ ନିବେଦନ କରୁଛି । ଯାହା ଦ୍ବାରା ସତ ସାମ୍ନାକୁ ଆସିପାରିବ ଏବଂ ସୁଶାନ୍ତଙ୍କୁ ନ୍ୟାୟ ମିଳିପାରିବା। ଏହି ବିଶ୍ବସ୍ତରୀୟ ପ୍ରାର୍ଥନା ଅଗଷ୍ଟ ୧୫ରେ ସକାଳ ୧୦ଟାରେ ଅନୁଷ୍ଠିତ ହେବ। ଯେଉଁଠାରେ ସମସ୍ତେ ମୌନ ରହିବେ ଏବଂ ସୁଶାନ୍ତଙ୍କ ପାଇଁ ପ୍ରାର୍ଥନା କରିବେ ।

ସମ୍ବନ୍ଧିତ ଖବର