PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ମୃତ୍ୟୁର ଗୋଟେ ଦିନ ପୂର୍ବରୁ ସୁଶାନ୍ତ କରୁଥିଲେ ଫିଲ୍ମର ପ୍ଲାନିଂ, ଏହି ଡାଇରେକ୍ଟରଙ୍କ ସହ ହୋଇଥିଲା କଥାବାର୍ତ୍ତା

ମୁମ୍ୱାଇ – ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ରହସ୍ୟ ଖୋଲିବାର ନାଁ ହିଁ ନେଉନି ।   ଗୋଟିଏ ପରେ ଗୋଟିଏ ଏହି ମାମଲାରେ ଆଶ୍ଚର୍ଯ୍ୟକର ଘଟଣା ପଦାକୁ ଆସୁଛି । ମୁମ୍ୱାଇ ପୁଲିସ୍‌ ପରେ ବିହାର ପୁଲିସ୍‌ ଏହି ମାମଲାର ଖୋଳତାଡ଼ କଲା ଏବଂ ଏବେ କେସ୍‌  ସିବିଆଇକୁ ହସ୍ତାନ୍ତର କରାଯାଇଛି । ସୁଶାନ୍ତ ସିଂହ ରାଜପୁତଙ୍କୁ ନ୍ୟାୟ ପାଇଁ ଆମେରିକାରେ ଉଠିଲା ସ୍ୱର , ସଡ଼କରେ ଲାଗିଲା ଏମିତି ବୋର୍ଡ

ବର୍ତ୍ତମାନ ଯେଉଁ ଖବର ଆସିଛି , ତାହା ଏହା ଠାରୁ ଅଧିକ ଚିନ୍ତାଜନକ । ଆତ୍ମହତ୍ୟାର ଗୋଟିଏ ଦିନ ପୂର୍ବରୁ ସୁଶାନ୍ତ ୨ଟି ଫିଲ୍ମର କାହାଣୀରେ  କଥାବାର୍ତ୍ତା କରିଥିଲେ। ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ତାଙ୍କ କୁକୁରର ବେଲ୍ଟରେ : ଦିବଙ୍ଗତ ଅଭିନେତାଙ୍କ ଏକ୍ସ-ଆସିଷ୍ଟାଣ୍ଟଙ୍କ ବିସ୍ଫୋରକ ଦାବି

Sushant Singh Rajput – The outsider who was killed by insiders

ଏହି ନୂଆ ସୂଚନା ଅନୁସାରେ ସୁଶାନ୍ତଙ୍କ ମ୍ୟାନେଜର ଉଦୟ ସିଂହ ଗୌରୀ ସୁଶାନ୍ତଙ୍କୁ ଦୁଇଟି ଲୋକଙ୍କ ସହ କଥା କରାଇ ଥିଲେ । ଗୌରୀଙ୍କ ଅନୁସାରେ ସେ ଫିଲ୍ମ ବିଷୟରେ ନିର୍ଦ୍ଦେଶକ ନିଖିଲ ଆଡୱାଣୀ ଓ ଫିଲ୍ମ ନିର୍ମାତା ରମେଶ ତୋରାନୀଙ୍କ ସହ କଥା କରାଇ ଥିଲେ। ଯଦି ସୁଶାନ୍ତଙ୍କର ଏହି ଦୁଇ ଫିଲ୍ମକୁ ନେଇ କଥାବାର୍ତ୍ତା ଫାଇନାଲ ହୋଇଯାଇ ଥାନ୍ତା ତ ତାଙ୍କ ହାତରେ ଏହି ଫିଲ୍ମ ଥାନ୍ତା ।

ଉଲ୍ଲେଖନୀୟ ଯେ , ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଏହି ଖବର ଶୁଣିବାକୁ ମିଳିଥିବା ଯେ,  ସୁଶାନ୍ତଙ୍କୁ ବଲିଉଡ୍‌ରେ କାମ ମିଳୁନଥିଲା । ଏଥିପାଇଁ ସେ ଡିପ୍ରେସନରେ ଥିଲେ  , କିନ୍ତୁ  ଯେଉଁ ଭଳି ସେ ବଡ଼ ବଡ଼ ନିର୍ମାତା ଓ ନିର୍ଦ୍ଦେଶକଙ୍କ ସହ  ଫିଲ୍ମ ପାଇଁ କଥାବାର୍ତ୍ତା କରୁଥିଲେ , ଏଥିରୁ ସେହି ସବୁ କଥା ମିଛ  ସାବ୍ୟସ୍ତ ହେବା ନଜର ଆସୁଛି ।

ଏହି ବଡ଼ ଖୁଲାସା ପରେ ପୁଣି ଥରେ  ମାମଲା ଗମ୍ଭୀର ହେବାକୁ ଯାଉଛି । ସୁଶାନ୍ତ ଏମିତି ସ୍ଥିତିରେ  ଥିଲେକି ସେ ସମସ୍ତଙ୍କ ସହ କଥାବାର୍ତ୍ତା ହେଉଥିଲେ । ହେଲେ ହଠାତ୍‌ କେମିତି ସେ ଏତେ ଡିପ୍ରେସନକୁ ଚାଲିଗଲେ ଯେ ଆତ୍ମହତ୍ୟା ଭଳି କାମ  ସେ କରିବସିଲେ ।

ଦେଖିବାକୁ ବାକି ରହିଲା ଆସନ୍ତା ଦିନ ମାନଙ୍କରେ ସୁଶାନ୍ତଙ୍କ ମାମଲାରେ ଆଉ କେତେ ଖୁଲାସା ହେଉଛି ।

ସମ୍ବନ୍ଧିତ ଖବର