ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଏହା ହେଉଛି ୬୦୦ ବର୍ଷ ପୁରୁଣା ସେହି ହୋଟେଲ, ଯେଉଁଠି ରିୟା ଓ ସୁଶାନ୍ତ ୟୁରୋପ ଟୁରରେ ରହିଥିଲେ

ନୂଆଦିଲ୍ଲୀ,୨୭।୮: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଯାଞ୍ଚ ଆରମ୍ଭ ହେବାରେ ବଡ ବଡ ଘଟଣାର ଖୁଲାସା ହେବାରେ ଲାଗିଛି। ଏହା ଭିତରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ତଥା ଏହି ମାମଲାର ସନ୍ଦିଗ୍ଧ ରିୟା ଚକ୍ରବର୍ତ୍ତୀ ୟୁରୋପ ଟୁର୍ ବିଷୟରେ ଏକ ନ୍ୟୁଜ ଚ୍ୟାନେଲକୁ ନିଜର ଇଣ୍ଟରଭ୍ୟୁ ଦେଇଥିଲେ। ରିୟା କହିଛନ୍ତି, ୟୁରୋପ ଟୁର ପାଇଁ ଆମେ ଯାଇଥିଲୁ, ସୁଶାନ୍ତଙ୍କୁ ବିମାନରେ ବସିବାରେ ଅଣନିଶ୍ବାସୀ ଲାଗୁଥିଲା ତେଣୁ ସେ ଏକ ଔଷଧ ନେଇଥିଲେ, ଯାହାର ନାଁ ‘ମେଡାଫିନିଲ’ । ବିମାନରେ ବସିବା ପୂର୍ବରୁ ସେ ଔଷଧ ଖାଇଥିଲେ।

{"id":157993,"width":885,"height":590,"sizeSlug":"large"}

ପ୍ରଥମେ ପ୍ୟାରିସ ଯିବା ପରେ ସୁଶାନ୍ତ ୩ ଦିନ ପର୍ଯ୍ୟନ୍ତ ରୁମ୍ ଭିତରୁ ବାହାରିନଥିଲେ, କାରଣ ଯିବା ପୂର୍ବରୁ ସେ ଖୁବ୍ ଖୁସି ଓ ଉତ୍ସାହିତ ଥିଲେ। ନିଜର ଅଲଗା ଅନ୍ଦାଜ ଦେଖାଇବାକୁ ଚାହୁଁଥିଲେ। ତେବେ ଆମେ ଯେତେବେଳେ ସ୍ବିଜାରଲାଣ୍ଡ ଗଲୁ ସେ ଖୁବ୍ ଖୁସି ହୋଇଯାଇଥିଲେ। ଏହାପରେ ଆମେ ଇଟାଲୀ ଯାଇଥିଲୁ। ଇଟାଲୀରେ  Palazzo Magnani Feroni Hotel ରେ ବୁକିଂ କରାଯାଇଥିଲା, ଯାହାକି ଏକ ଗୌଥିକ ହୋଟେଲ ଅଟେ। ଏ ବିଷୟରେ ପୂର୍ବରୁ ଜଣାନଥିଲା।  ଯେତେବେଳେ ସେ ଏହି ହୋଟେଲ ରୁମରେ ପଶିଲେ ଏହାର ଏକ ଅଲଗା ଷ୍ଟ୍ରକଚର ଥିଲା।

{"id":157994,"width":927,"height":615,"sizeSlug":"large"}

Palazzo Maganani Feroni ହୋଟେଲ ଇଟାଲୀର ପ୍ୟାରିସରେ ରହିଛି। ଏହି ହୋଟେଲ ୧୫ଶ ଶତାବ୍ଦୀରେ ତିଆରି କରାଯାଇଥିଲା। ଏହାକୁ Florentine ଷ୍ଟାଇଲରେ ତିଆରି କରାଯାଇଥିଲା ଓ ୧୬ଶ ଶତାବ୍ଦୀରେ ଷ୍ଟାଚ୍ୟୁ, ପେଣ୍ଟିଂ ଓ ଅନ୍ୟ ଜିନିଷରେ ସଜା ଯାଇଥିଲା। ଏହା San Frediano ଐତିହାସିକ ସ୍ଥାନରେ ରହିଛି, ଯାହାକି ବିଶ୍ବର ସବୁଠାରୁ କୁଲ୍ ଟ୍ରାଭେଲ ସ୍ଥାନ ଭାବରେ ପରିଗଣିତ ହୋଇଥାଏ। ୧୫ଶ ଶତାବ୍ଦୀର ଆରମ୍ଭରେ Del Puglieses ପରିବାର ଏହି ସ୍ଥାନର ମାଲିକ ଥିଲେ। ସେମାନେ ସିଙ୍ଗିଲ ଛାତ ଥିବା ଏହି ଘରେ ୮ଟି ନୂଆ ଛୋଟ ଆପାର୍ଟମେଣ୍ଟ ତିଆରି କରିଥିଲେ। ୧୬ଶ ଶତାବ୍ଦୀର ମଧ୍ୟରେ ଏହି ଆପାର୍ଟମେଣ୍ଟକୁ ଦୁଇଟି ଭାଗରେ ବାଣ୍ଟିଂ ଦିଆଯାଇଥିଲା।

{"id":157996,"width":873,"height":873,"sizeSlug":"large"}

ପରେ ଏହି ଦୁଇଟି ଅଂଶକୁ ଯୋଡି ଦିଆଯାଇଥିଲା ୧୭୭୦ ପର୍ଯ୍ୟନ୍ତ ଖୁବ୍ ଧନୀ ଲୋକ Francesco, ଯାହାଙ୍କର ନାମରେ Giuseppe, Marquis Ubaldo Feroni ରଖାଯାଇଥିଲା। ସେ ଏହାକୁ କିଣିଥିଲେ। କୁହାଯାଉଛି ଯେ, Napoleonic Wars ସମୟରେ ସେଠାରେ ଫର୍ମାଲ ପାର୍ଟି ରଖାଯାଉଥିଲା। ୧୯ତମ ଶତାବ୍ଦୀରେ Magnanis ପରିବାରକୁ ଏହି ଘର ମିଳିଥିଲା, ଯିଏକି ଏହାକୁ ଫାଷ୍ଟ ଓ୍ବାର୍ଲ୍ଡ ଓ୍ବାର ଶେଷ ପର୍ଯ୍ୟନ୍ତ ନିଜର ରଖିଥିଲେ। ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ଏହି ହୋଟେଲ  Michel Elefteriades ଙ୍କ ସମ୍ପତ୍ତି ଥିଲା।

{"id":157997,"width":1086,"height":626,"sizeSlug":"large"}

ରିୟା ହୋଟେଲରେ ରହିବା ନେଇ କହିଛନ୍ତି, ରୁମ୍ ଭିତରେ ଏକ ଡୋମ୍ ଭଳି ଷ୍ଟ୍ରକଚର ଥିଲା ଓ କବାଟରେ ଅଦ୍ଭୁତ ଫଟୋ ଲାଗିଥିଲା। ରୁମରେ ମୋତେ ଖୁବ୍ ଡର ଲାଗୁଥିଲା, କିନ୍ତୁ ସୁଶାନ୍ତ ପ୍ରଥମେ ଡରୁନଥିଲେ। ପରେ କିନ୍ତୁ ସେ ଏକା ସେଠାରେ ଏକା ଶୋଇପାରିନଥିଲେ। ଏହାପରେ ସୁଶାନ୍ତଙ୍କ ରୁମରେ ରିୟା ଓ ତାଙ୍କ ଭାଇ ସୌଭିକ୍ ଯାଇକି ଶୋଇଥିଲେ। ୟୁରୋପ ଟୁର ପରେ ସୁଶାନ୍ତଙ୍କ ସ୍ଥିତି ଖରାପ ହୋଇଯାଇଥିଲା ବୋଲି ରିୟା କହିଛନ୍ତି। ତେବେ ରିୟା ଏହି ମାମଲାରେ ସନ୍ଦିଗ୍ଧ ଥିବା ବେଳେ ସିବିଆଇ ଓ ଇଡି ଲଗାତାର ତାଙ୍କୁ ପଚରା ଉଚରା ଜାରି ରହିଛି। ସୁଶାନ୍ତଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ନେଇ ଖର୍ଚ୍ଚ କରିବା ସହ ଡ୍ରଗ୍ସ ନେଉଥିବାର ଖୁଲାସା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.