ପୋଷ୍ଟ ମର୍ଟମ ପରେ ଏବେ ସାମ୍ନାକୁ ଆସିଲା ସୁଶାନ୍ତ ସିଂ ରାଜପୁତଙ୍କ ଭିସେରା ରିପୋର୍ଟ, ଖୋଲିଲା ସବୁ ଗୁମର

ମୁମ୍ବାଇ ୧।୭ : ସୁଶାନ୍ତ ସିଂ ରାଜପୁତଙ୍କ ଭିସେରା ରିପୋର୍ଟ ମଙ୍ଗଳବାର ସାମ୍ନାକୁ ଆସି ଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ସୁଶାନ୍ତ ସିଂଙ୍କ ଶରୀରରେ କୌଣସି ରାସାୟନିକ ପଦାର୍ଥ କିମ୍ବା ବିଷ ଥିବା ସନ୍ଦେହ କରାଯାଇ ନାହିଁ। ପୋଷ୍ଟମର୍ଟମ ପରେ ଭିସେରାକୁ ବିଶ୍ଳେଷଣ ପାଇଁ ମୁମ୍ବାଇର ଜେଜେ ହସ୍ପିଟାଲକୁ ପଠାଯାଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ଏହି ରିପୋର୍ଟ ଆସିଛି।

ରିପୋର୍ଟରେ କୁହାଯାଇଛି, ‘ମୃତ୍ୟୁ ପୂର୍ବରୁ କୌଣସି ବିବାଦର ଚିହ୍ନ ମିଳି ନାହିଁ। ତାଙ୍କ ନଖରୁ ମଧ୍ୟ କିଛି ମିଳିଲା ନାହିଁ । ଗତ ସପ୍ତାହରେ ସୁଶାନ୍ତ ସିଂଙ୍କ ଅନ୍ତିମ ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଛି ଯେ ଫାଶୀ ଲଗାଇଥିବା ଯୋଗୁଁ ସୁଶାନ୍ତଙ୍କ ମୃତ୍ୟୁ ଘଟିଛି, ପୋଷ୍ଟମର୍ଟମ ରିପୋର୍ଟକୁ ପାଞ୍ଚଜଣ ଡାକ୍ତରଙ୍କ ଟିମ୍ ପ୍ରସ୍ତୁତ କରିଛି। ଏହା ପୂର୍ବରୁ ପ୍ରୋଭିଜନ୍ ପୋଷ୍ଟ ମୋର୍ଟମ ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ ସୁଶାନ୍ତ ସିଂ ଫାଶୀ ହେତୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି।

ବିଭିନ୍ନ ଦିଗରୁ ସୁଶାନ୍ତ ସିଂଙ୍କ ମୃତ୍ୟୁର କାରଣ ଅନୁସନ୍ଧାନ କରୁଛି ମୁମ୍ବାଇ ପୋଲିସ। ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ସହ-ତାରକା ସଞ୍ଜନା ସାଙ୍ଘି ତାଙ୍କ ବିବୃତ୍ତି ରେକର୍ଡ କରିଛନ୍ତି। ସଞ୍ଜନା ସାଙ୍ଘି ଅଭିନେତା ସୁଶାନ୍ତ ସିଂଙ୍କ ସହ ‘ଦିଲ ବେଚେରା’ରେ ଅଭିନୟ କରିଛନ୍ତି। ସେ ମଙ୍ଗଳବାର ସକାଳେ ବାନ୍ଦ୍ରା ପୋଲିସ ଷ୍ଟେସନରେ ନିଜର ବିବୃତ୍ତି ରେକର୍ଡ କରିଛନ୍ତି। ଏହି ମାମଲାରେ ସୁଶାନ୍ତଙ୍କ ପରିବାର ଏବଂ ବନ୍ଧୁଙ୍କ ସମେତ ୨୮ ଜଣଙ୍କ ବୟାନ ପୋଲିସ ରେକର୍ଡ କରିଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ପଛର କାରଣ ବୁଝିବାକୁ ପୋଲିସ ଚେଷ୍ଟା କରୁଛି ଏବଂ ସୁଶାନ୍ତଙ୍କ ଉଦାସୀନତା ପାଇଁ ବୃତ୍ତିଗତ ପ୍ରତିଦ୍ୱନ୍ଦ୍ୱିତା କିମ୍ବା କୌଣସି ବ୍ୟକ୍ତି ଦାୟୀ କି ନାହିଁ ତାହା ମଧ୍ୟ ଜାଣିବାକୁ ଚେଷ୍ଟା କରୁଛି। ଏପର୍ଯ୍ୟନ୍ତ ପୋଲିସ ତାଙ୍କ ପରିବାର ସଦସ୍ୟ, ଅଭିନେତା-ବନ୍ଧୁ ରିୟା ଚକ୍ରବର୍ତ୍ତୀ, କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରା ଏବଂ ୟଶ ରାଜ ଫିଲ୍ମର କାଷ୍ଟିଂ ନିର୍ଦ୍ଦେଶକ ଶାନୁ ଶର୍ମାଙ୍କ ସମେତ ୨୮ ଜଣଙ୍କ ବୟାନ ରେକର୍ଡ କରିଛି।

   ସମ୍ବନ୍ଧିତ ଖବର


ଇନ୍‌ଷ୍ଟାରେ ଦେଶୀ ଗାର୍ଲଙ୍କ ହଟ୍‌ ଲୁକ୍‌ ଭାଇରାଲ

ବଲିଉଡ ପାଇଁ କଳାଦିନ : ୭୬ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଫିଲ୍ମ ନିର୍ମାତା ହରିଶ ଶାହ

‘ଚକ୍ରବ୍ୟୂହ’ରେ ଓଲିଉଡ ଅଭିନେତ୍ରୀ ଦୀପିକା

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ, ଟୁଇଟରରେ ଟ୍ରେଣ୍ଡ କଲା #PMModiCBIForSSR

ସୁଶାନ୍ତଙ୍କ ଶେଷ ଫିଲ୍ମର ଟ୍ରେଲର ଆଜି ହେବ ରିଲିଜ୍ : ‘ମୁଁ ତାଙ୍କୁ ଏକାଠି ଅନୁଭବ କରିପାରିବି’ ବୋଲି କହିଲେ ସଞ୍ଜନା

‘କଫି ୱିଥ୍‌ କରନ୍‌’ର ଭବିଷ୍ୟତ ନେଇ ଆଶଙ୍କା