ସୁଶାନ୍ତ ସିଂହ ରାଜପୁତଙ୍କ ଡୋର୍‌ ଖୋଲିଥିବା key Maker କଲେ ବଡ଼ ଖୁଲାସା , ମୁଁ ଯେବେ ଲକ୍‌ ଭାଙ୍ଗୁଥିଲି ସେମାନେ କହିଲେ …

ନୂଆଦିଲ୍ଲୀ – ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ଆଜିକୁ  ୨ ମାସରୁ ଅଧିକ ହୋଇ ସାରିଛି , ହେଲେ  ଏବେ ସୁଦ୍ଧା ଏହି କଥା ସ୍ପଷ୍ଟ ହୋଇପାରି ନାହିଁ ଯେ, ସୁଶାନ୍ତ ଶେଷରେ ନିଜ ଜୀବନ କାହିଁକି ନେଲେ ? ଏହି ମାମଲାରେ ମୁମ୍ୱାଇ ପୁଲିସ୍‌ ଆତ୍ମହତ୍ୟା ଦିନ ଅର୍ଥାତ୍ ୧୪ ଜୁନ୍‌ ଠାରୁ ତଦନ୍ତରେ ଲାଗି ପଡ଼ିଥିଲା ।  ପରେ ବିହାର ପୁଲିସ୍‌ ମଧ୍ୟ  ଏହି ମାମଲାରେ ତଦନ୍ତ କରିଥିଲା , ହେଲେ ଏବେ ଏହି ମାମଲା ସିବିଆଇ ପାଖରେ । ସିବିଆଇ  ଆଜି ( ଶୁକ୍ରବାର) ଠାରୁ ସୁଶାନ୍ତଙ୍କ ଆତ୍ମହତ୍ୟା  ମାମଲାର ତଦନ୍ତ ଆରମ୍ଭ କରିଦେଇଛି ।  ଏହି ଭିତରେ ୧୪ ଜୁନ୍‌ କୁ ସୁଶାନ୍ତଙ୍କର ଆତ୍ମହତ୍ୟା କରିବା ପରେ  ଯେଉଁ ଚାବି ବାଲା ତାଙ୍କର ଡୋର ଖୋଲି ଥିଲା , ସେ Zee News  ସହ ହୋଇଥିବା କଥାବାର୍ତ୍ତାରେ ବଡ଼ ଖୁଲାସା କରିଛନ୍ତି ।  

ପ୍ରତ୍ୟେକ୍ଷଦର୍ଶୀ କଲେ ନୂଆ ଖୁଲାସା – ସୁଶାନ୍ତଙ୍କ ଶବକୁ ଦେଖି ତାଙ୍କ ଛାତିରେ ହାତ ରଖି ରିୟା କହିଥିଲେ , ସରି ବାବୁ …

ଚାବି ବାଲା କହିଲା ୧୪ ଜୁନ୍‌ର ପୁରା ଘଟଣା –

ଚାବି ବାଲା କହି ଥିଲେ କି , ୧୪ ଜୁନ୍‌ରେ ୧ ଟା ୫ମିନିଟରେ ମୋତେ ଲକ୍‌ ଖୋଲିବା ପାଇଁ ସିଦ୍ଧାର୍ଥ ପିଠାନୀଙ୍କର କଲ୍‌ ଆସିଥିଲା । ମୁଁ ତାଙ୍କୁ ଲକ୍‌ର ଫଟୋ  ହ୍ୱାଟ୍ସଆପ୍‌ କରିବା ପାଇଁ କହିଥିଲି । ସେ ଫଟୋ ପଠାଇଥିଲେ । ଏହାପରେ ମୁଁ ତାଙ୍କ ଘରର ଷଷ୍ଠ ଫ୍ଲୋରକୁ ଗଲି । ମୁଁ ନିଜର ଟୁଲ୍‌ସ ବାହାର କରି ଖୋଲିବାକୁ ଚେଷ୍ଟା କଲି , ସେ ଚାବି ଭାଙ୍ଗିବାକୁ କହିଲେ । ମୁଁ ଲକ୍‌ ଭାଙ୍ଗିଦେଲି । ଯେବେ ମୁଁ ହାତୁଡ଼ିରେ ଲକ୍‌ ଖୋଲିଥିଲି , ସେଠାରେ ଥିବା ଲୋକ କହୁଥିଲେ  ଯଦି ଭିତରୁ କିଛି ସ୍ୱର ଶୁଭେ ତ ଭାଙ୍ଗିବା କାମ ଛାଡ଼ିଦେବ ।  

ଲକ୍‌ ଭାଙ୍ଗିବା ପରେ ନେଇଥିଲେ ୨୦୦୦ଟଙ୍କା –

ଚାବି ବାଲା କହିଥିଲେ , ତାହା କମ୍ପୁଟରାଇଜ୍‌ ଲକ୍ ଥିଲା । ଲକ୍‌ ଭାଙ୍ଗିବା ପାଇଁ  ମୁଁ ୨୦୦୦ଟଙ୍କା ନେଇ ଥିଲି।  ମୋତେ ଏକ ଘଣ୍ଟା ଜଣାପଡ଼ିଥିଲା କି ତା ସୁଶାନ୍ତଙ୍କ ଘର ଥିଲା । ଏକ ଘଣ୍ଟା ପରେ ମୁଁ ଯେତେବେଳେ ସେଠାକୁ ଗଲି , ସେଠାରେ ତାଙ୍କ ଭଉଣୀଙ୍କୁ ଥିବାର ଦେଖିଲି । ମୋତେ ସିବିଆଇ ଏବେ ସୁଦ୍ଧା କଲ୍‌ କରିନାହିଁ । ଆସିଲେ ସହଯୋଗ କରିବି । ମୁମ୍ୱାଇ ପୁଲିସ୍‌ ମୋର ବୟାନ ନେଇ ସାରିଛି ।

   ସମ୍ବନ୍ଧିତ ଖବର


ମୁମ୍ବାଇ ଆକ୍ରମଣ ଘଟଣାକୁ ପୁରିଲା ୧୨ ବର୍ଷ, ଆତଙ୍କବାଦୀଙ୍କ ସ୍ମୃତିରେ ପାକିସ୍ତାନରେ ଲସ୍କର ପକ୍ଷରୁ ପ୍ରାର୍ଥନା ସଭା

ପ୍ରେମିକା ପାଇଁ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କଲେ ପୂର୍ବତନ ବିଧାୟକଙ୍କ ପୁଅ, ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ହୋଇଥିଲା ଏମିତି ଯୋଜନା…

ଠିକ୍ ସମୟରେ ଗାଁ ଗାଁରେ ପହଞ୍ଚିବ କରୋନା ଭ୍ୟାକସିନ, ରାଜ୍ୟକୁ କେନ୍ଦ୍ର ପଠାଇଲା ଏମିତି ଯୋଜନା…

୨୬/୧୧ ମୁମ୍ବାଇ ଆଟାକ୍‌କୁ ପୂରିଲା ୧୨ ବର୍ଷ

ଆଜି ଭାରତ ବନ୍ଦ, ଧର୍ମଘଟ ଯୋଗୁ ପ୍ରଭାବିତ ହେବ ବ୍ୟାଙ୍କ ସେବା

ସ୍ପଷ୍ଟ କଲା ଗୁଗଲ, ‘Google Pay’ରେ ଲାଗିବନି କୌଣସି ଚାର୍ଜ