ରିୟାଙ୍କ ଏଫଆଇଆଇ ସିବିଆଇ ନିକଟରେ ପହଁଞ୍ଚିଲା, ସୁଶାନ୍ତଙ୍କ ଭଉଣୀଙ୍କୁ ଯେକୌଣସି ସମୟରେ ପଚରାଉଚରା ପାଇଁ ଡକାଯାଇପାରେ

ମୁମ୍ବାଇ,୨୮।୯: ବଲିଉଡ ଅଭିନେତା ମୃତ୍ୟୁର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ୪ ମାସ ପରେ ମଧ୍ୟ ସମାଧାନ ହୋଇପାରିନି। ଏବେ ମାମଲା ସିବିଆଇ ହାତରେ ଅଛି ଓ ଏବଂ ଏହି ମାମଲାକୁ ନେଇ ଅନେକ ଗୁଜବ ରହିଛି। ଏହି ମାମଲା  ଯେବେଠାରୁ ଡ୍ରଗ୍ସ ଦିଗରେ ଯାଇଛି ଏହାପରେ କେସ୍ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି ବୋଲି ସୁଶାନ୍ତଙ୍କ ବାପା କେ କେ ସିଂଙ୍କ ଓକିଲ ବିକାଶ ସିଂ କହିଛନ୍ତି। ଯେପରି ସୁଶାନ୍ତ ମାମଲାରେ ବିହାରରେ ତାଙ୍କର  ପରିବାର ଲୋକ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲେ, ସେହିପରି ରିୟା ଚକ୍ରବର୍ତ୍ତୀ ମଧ୍ୟ ଏହି ମାମଲାରେ ସୁଶାନ୍ତଙ୍କ ପରିବାର ବିରୋଧରେ ମୁମ୍ବାଇରେ ଏଫ୍ଆଇଆର୍ ଦାଖଲ କରିଥିଲେ। ଏହି ଏଫଆଇଆର ଏବେ  ସିବିଆଇ ନିକଟରେ ପହଞ୍ଚିଛି। ଏହି ଏଫଆଇଆର ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ। ବିକାଶ ସିଂଙ୍କ ପ୍ରତିକ୍ରିୟା ମଧ୍ୟ ଏହା ଉପରେ ଆସିଛି।

ସୁଶାନ୍ତଙ୍କ ପରିବାରର ଓକିଲ ବିକାଶ ସିଂଙ୍କ କହିବା ଅନୁସାରେ, ଏପର୍ଯ୍ୟନ୍ତ ସିବିଆଇ ପକ୍ଷରୁ ସୁଶାନ୍ତଙ୍କ ଭଉଣୀଙ୍କୁ ପଚରାଉଚରା ପାଇଁ ସମନ ମିଳିନାହିଁ।    ଯେତେବେଳେ ବି ସିବିଆଇ ସେମାନଙ୍କୁ ପଚରାଉଚରା ପାଇଁ ଡାକିବ, ସୁଶାନ୍ତଙ୍କ ଭଉଣୀମାନେ ସେଠାରେ ପହଞ୍ଚି ସମ୍ପୂର୍ଣ୍ଣ ସହଯୋଗ କରିବେ।  ମିଳିଥିବା ଖବର ଅନୁସାରେ, ସୁଶାନ୍ତଙ୍କ ପରିବାର ବିରୋଧରେ ରିୟା ମାମଲା ରୁଜୁ କରିଥିଲେ।  ଏଫ୍ଆଇଆର୍ ବର୍ତ୍ତମାନ ମୁମ୍ବାଇ ପୋଲିସ ସିବିଆଇକୁ ହସ୍ତାନ୍ତର  କରିଛି। ଯେ କୌଣସି ମୁହୂର୍ତ୍ତରେ  ସିବିଆଇ ସୁଶାନ୍ତଙ୍କ ଭଉଣୀମାନଙ୍କୁ  ପଚରାଉଚରା କରିପାରେ।  ଉଲ୍ଲେଖନୀୟ ଯେ, ଗତ ୧୪  ଜୁନ୍ ରେ ସୁଶାନ୍ତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ  ବାନ୍ଦ୍ରାରେ ଥିବା ତାଙ୍କ ଫ୍ଲାଟରୁ ମିଳିଥିଲା।

   ସମ୍ବନ୍ଧିତ ଖବର


୯୧ ବର୍ଷୀୟ ବୃଦ୍ଧଙ୍କୁ ସଲାମ୍‌: ମାନବ ସମାଜର ସୁରକ୍ଷା ପାଇଁ କରୁଛନ୍ତି ଏହି କାମ୍, ଭିଡିଓ ଭାଇରାଲ

କେତେ ନିଷ୍ଠୁର ଏହି ଦେଶର ସରକାର: ଅଜଣା ରୋଗ ଚିକିତ୍ସାରେ ବିଫଳ ହେବାରୁ ରୋଗୀଙ୍କୁ ଦେଉଛନ୍ତି ମୃତ୍ୟୁଦଣ୍ଡ…

ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୨ ପୋଲିସ କର୍ମଚାରୀ ମୃତ

ହାଇଦ୍ରାବାଦର ଆଇନ ଛାତ୍ରୀ ୪୦୪୨ ଚାଉଳରେ ଲେଖିଲେ ଭଗବତ୍ ଗୀତା, ଲାଗିଲା ଏତେ ସମୟ

WHO ମୁଖ୍ୟ ହିନ୍ଦୀରେ ଟୁଇଟ କରି ଭାରତକୁ ଧନ୍ୟବାଦ ଦେଲେ, ଜାଣନ୍ତୁ କ’ଣ..

ଫ୍ଲିଫକାର୍ଟ କରିଦେଉଛି ଭାଗ୍ୟଶାଳୀ, ମାତ୍ର ୩ ଦିନ ଭିତରେ କୋଟିପତି ହେଲେଣି ୭୦ ଜଣ ଲୋକ…