ସୁଶାନ୍ତଙ୍କ ଶବକୁ ତଳକୁ ଆଣିବାର କେହି ଦେଖିନାହାନ୍ତି ? ଓକିଲ ଉଠାଇବେ ଅନେକ ସନ୍ଦେହଜନକ ପ୍ରଶ୍ନ

ମୁମ୍ୱାଇ – ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଓକିଲ୍‌  ବିକାଶ  ସିଂହ ଲଗାତାର ରିୟା ଚକ୍ରବର୍ତ୍ତୀ ଓ ମହାରାଷ୍ଟ୍ର ପୁଲିସ୍‌ ଉପରେ ପ୍ରଶ୍ନ  କରି ଚାଲିଛନ୍ତି । ସୁପ୍ରିମ୍‌ କୋର୍ଟରେ ରିୟାଙ୍କ ଓକିଲଙ୍କ ସହ ସାମନାସାମନି ବେଳେ  ସୁଶାନ୍ତଙ୍କ ପିତାଙ୍କ ଓକିଲ୍‌  ବିକାଶ ସିଂହ ଏହି ସବୁ ସନ୍ଦେହଜନକ ସ୍ଥିତି ଓ ଅବସ୍ଥା ବିଷୟରେ କହିଥିଲେ , ଯେଉଁ ଆଧାରରେ କିଛି କଥା ଲୁଚି ଥିବା ନଜର ଆସୁଛି । ସୁପ୍ରିମ୍‌କୋର୍ଟରେ ରିୟା କହିଲେ – ସୁଶାନ୍ତଙ୍କ ପ୍ରତି ମୋର ଭଲ ପାଇବା ଥିଲା , ହେଲେ …

ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର  ଓକିଲ  ବିକାଶ ସିଂହ କହିଛନ୍ତି – ମୋର ଅଭିଯୋଗରେ ସ୍ପଷ୍ଟ ଭାବେ କହୁଛି କି ମୁମ୍ୱାଇ ପୁଲିସ୍‌ ଏହି ମାମଲାରେ ଜଡ଼ିତ ଅଛି । ସେ ଠିକ୍‌ରେ ତଦନ୍ତ କରୁନାହିଁ । ମୋତେ ବିହାରରେ  ଏଫ୍‌ଆଇଆର୍‌ ଦାଖଲ କରିବାର ପୁରା ଅଧିକାର ଅଛି ।  

ମୋ ଝିଅ  ମୁସ୍କିଲ୍‌ରେ  ପାଖାପାଖି ୧୦ ମିନିଟ୍‌ର ଦୂରରେ ଥିଲେ , ଯେବେ ସେମାନେ ଡୋର ଖୋଲିଲେ ଆଉ ଶବକୁ ତଳକୁ ଆଣିଲେ ।  ସେମାନେ ଡୋର ଖୋଲିବା ପୂର୍ବରୁ ତାଲା ଖୋଲିବା ବ୍ୟକ୍ତିକୁ ମଧ୍ୟ ସେଠାରୁ ପଠାଇ ଦେଲେ । କଣ ଏହି ସବୁ ଅବସ୍ଥା ସନ୍ଦେହପୂର୍ଣ୍ଣ ଲାଗୁନି କି ? କିଏ ବି ତାଙ୍କ ବଡ଼ିକୁ ତଳକୁ ଆଣିବାର ଦେଖି ନାହାନ୍ତି ।

ଏହି ମାମଲାର ସଠିକ୍‌ ଭାବେ ତଦନ୍ତ ହେବା ଦରକାର । ଯେଉଁ ପିତା ନିଜର ପୁଅକୁ ହରାଇଛନ୍ତି , ସେ ଘରକୁ ଯାଇଛନ୍ତି ଏବଂ ଏକ ଏଫ୍‌ଆଇଆର୍‌ ଫାଇଲ୍‌ କରିଛନ୍ତି ।  ଦେଖନ୍ତୁ କେମିତି ଭାବେ ବିହାର ପୁଲିସ୍‌ର ଅଧିକାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିଦିଆଗଲା । କ୍ୱାରେଣ୍ଟାଇନ୍‌ ରୁଲ୍‌ କହୁଛି କି  ସବୁ ଯାତ୍ରୀ ଯିଏ ପ୍ରବେଶ କରୁଛନ୍ତି , ତାଙ୍କ ହାତ ଉପରେ  ଏକ ଷ୍ଟାମ୍ପ ଲଗା ଯାଉକି ,ତାଙ୍କୁ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବାକୁ ହେବ । କିନ୍ତୁ ଆଡମିନିଷ୍ଟ୍ରେସନ ଚେକ୍‌ଅପ୍‌ ପରେ କ୍ୱାରେଣ୍ଟାଇନ୍‌ରୁ ମୁକ୍ତି ଦିଆଯାଇପାରେ ।

   ସମ୍ବନ୍ଧିତ ଖବର


ସଫଳତାର ଶୀର୍ଷରେ ସ୍ବାତୀ

ପାକିସ୍ତାନରେ ଏବେ ଦୁଷ୍କର୍ମକାରୀଙ୍କୁ କରାଯିବ ନପୁଂସକ,ଏହି ସବୁ ଦେଶରେ ଦିଆଯାଏ ଅତି ଭୟଙ୍କର ଦଣ୍ଡ

ଅହମ୍ମଦ ପଟେଲଙ୍କ ପରଲୋକରେ ଗାନ୍ଧି ପରିବାରରେ ଶୋକ: ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା

ଇଣ୍ଟେରିୟର ଡିଜାଇନିଂ ନାଁରେ ଭର୍ଚୁଆଲ ସେକ୍ସ ରାକେଟ୍ : ଅନ୍‌ଲାଇନ୍‌ରେ ଅଙ୍ଗ ପ୍ରଦର୍ଶନ ପାଇଁ ଦିଆଯାଉଥିଲା ତାଲିମ୍, ପର୍ଦ୍ଦାଫାଶ କଲା ପୋଲିସ

୬ ଦିନରେ ୫୩% ଖସିଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସେୟାର

ଜାନ୍‌ଙ୍କୁ ଆକ୍ଷେପ କଲେ ବାପା କୁମାର ସାନୁ, କହିଲେ, ‘ସେ ତାଙ୍କ ନାଁରୁ ମୋ ନାଁକୁ ବାଦ୍ ଦେଇ ନିଜ ମା’ଙ୍କ ନାଁ ଯୋଡ଼ିବା ଉଚିତ୍’