ରିୟାଙ୍କୁ ନେଇ ସିଦ୍ଧାର୍ଥ ପିଠାନୀ କଲେ ଖୁଲାସା , କହିଲେ ସୁଶାନ୍ତ କାନ୍ଦି କାନ୍ଦି…

ନୂଆଦିଲ୍ଲୀ ୨୫/୮: ସୁଶାନ୍ତ ସିଂହ ରାଜପୁତଙ୍କ କେସ୍ ଏବେ ସିବିଆଇ ହ୍ୟାଣ୍ଡେଲ କରୁଛି । ସିବିଆଇ ଲଗାତର ଲୋକଙ୍କୁ ପଚରାଉଚରା ଜାରି ରଖିଛି । ଏଥିରେ ନିକଟ ବନ୍ଧୁ ସିର୍ଦ୍ଧାର୍ଥ ପିଠାନୀ ମଧ୍ୟ ସାମିଲ ଅଛନ୍ତି । ସୋମବାର ପଚରାଉଚରା ସମୟରେ ସିର୍ଦ୍ଧାର୍ଥ ପିଠାନୀ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ଅନେକ ଚକିତ କରିବା ଭଳି ତଥ୍ୟ ସିବିଆଇକୁ ସେୟାର କରିଛନ୍ତି ।

ରିୟାଙ୍କୁ ନେଇ କହିଛନ୍ତି ଏମିତି
ସିବିଆଇର ପଚରାଉଚରାରେ ସିର୍ଦ୍ଧାର୍ଥ ପିଠାନୀ କହିଛନ୍ତି କି ରିୟାଙ୍କ ସହିତ ସାକ୍ଷାତ ପରେ ସୁଶାନ୍ତଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ସୂଚନା ଅନୁସାରେ ସିର୍ଦ୍ଧାର୍ଥ କହିଛନ୍ତି କି ରିୟାଙ୍କ ଆସିବା ପରେ ସୁଶାନ୍ତ ବହୁତ ଚିନ୍ତିତ ରହୁଥିଲେ । ସେ ଆଗକୁ କୁହନ୍ତି କି ଗତ ବର୍ଷ ଏକ ପାର୍ଟିରେ ରିୟା ଓ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ଝଗଡା ହୋଇଥିଲା । ଏହି ଲଢାଇ ସମୟରେ ସୁଶାନ୍ତ ରିୟାଙ୍କ ପକ୍ଷ ନେଇଥିଲେ ଏବଂ ଏହା ସମସ୍ତଙ୍କୁ ଚକିତ କରିଥିଲା ।

ରିୟାଙ୍କ ସହିତ ଦେଖା ହେବା ପରଠୁ ସୁଶାନ୍ତଙ୍କ କାମରେ ମନ ଲାଗୁନଥିଲା । ସେ ନିଜ ଅଧିକାଂଶ ସମୟ ରିୟାଙ୍କ ସହିତ ବିତାଉଥିଲେ କିନ୍ତୁ ଦିନେ ଏମିତି ସମୟ ଆସିଲା ଯେବେ ସେ ଏକୁଟିଆ ଅନୁଭବ କରିବାକୁ ଲାଗିଲେ । ଏହା ପରେ ଚଳିତ ବର୍ଷ ଜାନୁୟାରୀରେ ମୋ ପାଖକୁ ସୁଶାନ୍ତଙ୍କ ଫୋନ୍ ଆସିଲା ଏବଂ ସେ କହିଲେ କି ଏବେ ସେ ଫିଲ୍ମ ଇଣ୍ଡଷ୍ଟ୍ରୀ ଛାଡିଦେବେ ଏବଂ ସେ ନିଜ ଡ୍ରିମ୍ ପ୍ରୋଜେକ୍ଟ ୧୫୦ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ସିର୍ଦ୍ଧାର୍ଥ ପିଠାନୀ ଏହା ମଧ୍ୟ କହିଛନ୍ତି କି ସୁଶାନ୍ତ ମୋତେ ମୁମ୍ବାଇ ଫେରି ଆସିବା ପାଇଁ କହିଲେ ଏବଂ ଯେବେ ମୁଁ ଆସିଲେ ମୋତେ ଆଲିଙ୍ଗନ କରି କାନ୍ଦିଲେ । ତାଙ୍କର ଏମିତି ଅବସ୍ଥା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ସୁଶାନ୍ତ ଆଗକୁ କହିଲେ କି ୩୦,୦୦୦ ଟଙ୍କାରେ ଘର ଚଳାଇବେ ଏବଂ ଅଭିନୟ ଛାଡି ଚାଷ କରିବେ । ରିୟାଙ୍କୁ ନେଇ ସିର୍ଦ୍ଧାର୍ଥ କହିଲେ କି ସେ ସୁଶାନ୍ତଙ୍କ କାର୍ଡ ବ୍ୟବହାର କରୁଥିଲେ ।

   ସମ୍ବନ୍ଧିତ ଖବର


କଙ୍ଗନାଙ୍କୁ ‘ଦି ଟଙ୍କାର ମଣିଷ’ କହି ଆକ୍ଷେପ କରିଥିଲେ ମୁମ୍ବାଇ ମେୟର, ତା’ପରେ ପାଲଟା ଜବାବ୍‌ ଦେଲେ ପଙ୍ଗା କୁଇନ୍

ପୁଣି ଅଜା-ଆଈ ହେଲେ ଧର୍ମେନ୍ଦ୍ର-ହେମା, ଯାଆଁଳା ସନ୍ତାନର ମାଆ ହେଲେ ସାନ ଝିଅ ଅହାନା

ନିଶ୍ୱାସ ମାରିବାକୁ ଜ୍ୟାକିଙ୍କ ପାଖରେ ନାହିଁ ସମୟ, ଦୁଇଟି ଫିଲ୍ମର ସୁଟିଂରେ ବ୍ୟସ୍ତ ସୁନ୍ଦରୀ ନାୟିକା

ୟୁଜରଙ୍କୁ ‘ମୋଟା’ କହିଥିଲେ କପିଲ : ଟ୍ରୋଲ ହେବା ପରେ କରିବାକୁ ପଡ଼ିଲା ଏହି କାମ, କିନ୍ତୁ ସୋସିଆଲ ମିଡ଼ିଆରେ ବୁଲୁଛି ସ୍କ୍ରିନ୍‌ସଟ୍‌

ଭାଇ ଅକ୍ଷତଙ୍କ ବାହାଘରରେ ଖର୍ଚ୍ଚ ହୋଇଥିଲା ୬ କୋଟି ଟଙ୍କା, କଙ୍ଗନା ପିନ୍ଧିଥିଲେ ୧୮ ଲକ୍ଷର ଲେହେଙ୍ଗା ଏବଂ ୪୫ ଲକ୍ଷ ଟଙ୍କାର ଅଳଙ୍କାର…

ଡ୍ରଗ୍ସ ମାମଲାରେ ଜାମିନ୍‌ ମିଳିବା ପରେ ଭାରତୀ ସିଂଙ୍କ ପ୍ରଥମ ପୋଷ୍ଟ, ପୁଣି ଫ୍ୟାନ୍ସଙ୍କ ପାଇଁ ଆଣିଲେ ଖୁସି ଖବର…