PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ସୁଶୀଲଙ୍କ ‘ଆର୍ମ ଲାଇସେନ୍ସ’ରେ ଲାଗିଲା କଟକଣା

ନୂଆଦିଲ୍ଲୀ: ଅଲିମ୍ପିଆନ ରେସଲର ସୁଶୀଲ କୁମାର ହତ୍ୟା ଅଭିଯୋଗରେ ଗିରଫ ହୋଇ ୯ ଦିନ ହେଲା ପୁଲିସ ହେପାଜତରେ ରହିଛନ୍ତି । ସେ ନିଜର ଆତ୍ମରକ୍ଷା ପାଇଁ ବ୍ୟବହାର କରୁଥିବା ଅସ୍ତ୍ର (ବନ୍ଧୁକ)ର ଲାଇସେନ୍ସ ସ୍ଥଗିତ ରଖିବା ସଂପର୍କରେ ନୋଟିସ ଜାରି କରିଛି ଦିଲ୍ଲୀ ପୁଲିସ୍‌ । ଏ ନୋଟିସ ସିଧାସଳଖ ତାଙ୍କ ଘରକୁ ପଠାଇଛି । ସୂଚନା ଅନୁସାରେ, ଦିଲ୍ଲୀ ପୁଲିସ ସୁଶୀଲଙ୍କ ଘରକୁ ନୋଟିସ ପଠାଇଛି । ନୋଟିସରେ ତାଙ୍କ ଅସ୍ତ୍ରର ଲାଇସେନ୍ସ ସ୍ଥଗିତ କରାଯାଇଥିବା ଉଲ୍ଲେଖ କରାଯାଇଛି ଏବଂ ପୁଲିସ ତାଙ୍କୁ ପ୍ରଶ୍ନ କରିଛି ଯେ ଆପଣଙ୍କ ଲାଇସେନ୍ସ କାହିଁକି ବାତିଲ କରାଯିବ ନାହିଁ?

ଗତକାଲି କ୍ରାଇମ ବ୍ରାଞ୍ଚ ପୁଲିସ ସୁଶୀଲଙ୍କୁ ହରିଦ୍ୱାର ନେଇଥିଲା । ଦିଲ୍ଲୀର ଛତ୍ରଶାଲ ଷ୍ଟାଡିୟମରେ ଗତ ୪ ତାରିଖ ରାତିରେ ଦୁଇ ରେସଲର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ସୁଶୀଲ ଓ ତାଙ୍କ ସମର୍ଥିତ ଗୋଷ୍ଠୀ ସାଗର ଓ ତାଙ୍କର ଦୁଇ ସାଥିଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଗୁରୁତର ଆହତ ହୋଇ ସାଗର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେବେଠୁ ସୁଶୀଲ ଗିରଫ ଭୟରେ ଫେରାର ହୋଇଯାଇଥିଲେ । ଘଟଣାର ୧୮ ଦିନ ପରେ ତାଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା ।