ସବୁ ମୋଦିଙ୍କୁ ଚୋର କହି ଅଡୁଆରେ ରାହୁଲ, ମାନହାନୀ ମାମଲା ରୁଜୁ କରିବେ ସୁଶୀଲ ମୋଦି

ନୂଆଦିଲ୍ଳୀ,୧୬।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ଭ୍ରଷ୍ଟାଚାର ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପରେ ଟାର୍ଗେଟ୍ କରିଥିଲେ ଏବଂ କହିଥିଲେ ସବୁ ‘ଚୋର’ ଙ୍କ ନାଁ ମୋଦୀ କିଭଳି ହୋଇଥାଏ । କଂଗ୍ରେସ ଅଧ୍ୟକ୍ଷ ପଳାତକ ହୀରା ବ୍ୟବସାୟୀ ନିରବ୍ ମୋଦୀ ଏବଂ ଆଇପିଏଲ୍ ପୂର୍ବଅଧ୍ୟକ୍ଷ ଲଲିତ୍ ମୋଦୀଙ୍କ ବିଷୟରେ କହିଥିଲେ । ରାହୁଲଙ୍କ ଏହି ବୟାନରେ ଆପତ୍ତି କରି ବିଜେପି ନିର୍ବାଚନ ଆୟୋଗ ପାଖକୁ ପହଂଚିଥିଲା । ଏବେ ବିଜେପି ନେତାର ଓ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ରାହୁଲଙ୍କ ବିରୋଧରେ ମାନହାନୀ ମାମଳା ରୁଜୁ କରିବେ। ସୁଶୀଲ ମୋଦି କହିଛନ୍ତି ରାହୁଲ ଏଭଳି କରି ମୋଦି ଉପନାମ ଥିବା ସମସ୍ତଙ୍କୁ ସେ ଅପମାନିତ କରିଛନ୍ତି। ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ୱାସ ନକବୀଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧିମଣ୍ଡଳ ନିର୍ବାଚନ ଆୟୋଗଙ୍କ ଶୀର୍ଷ ଅଧିକାରୀଙ୍କ ସହ ମିଶି ରାହୁଲଙ୍କ ବିରୋଧରେ କଡା ପଦକ୍ଷେପ ନେବା ପାଇଁ କହିସାରିଛନ୍ତି।

ଗତ ଶନିବାର କର୍ନାଟକରେ ଏକ ରାଲିରେ ଯୋଗ ଦେଇ ରାହୁଲ ସେ ପ୍ରଶ୍ନ କରିଥିଲେ ଚୌକିଦାର ୧୦୦ ପ୍ରତିଶତ ଚୋର। ସବୁ ଚୋରଙ୍କ ଉପନାମ ମୋଦି କାହିଁକି?  ନୀରବ ମୋଦି,  ଲଳିତ ମୋଦି, ନରେନ୍ଦ୍ର ମୋଦି … ସମସ୍ତଙ୍କ ନାଁ ମୋଦି କିଭଳି ରହିଛି? ଉଦ୍ୟୋଗପତୀ ଅନିଲ୍ ଅମ୍ବାନୀଙ୍କ ବିନିର୍ମାଣ କ୍ଷେତ୍ରରେ ବିନା କୌଣସି ଅନୁଭବରେ ଅଫସେଟ୍ କିଭଳି ମିଳିଗଲା । ସେ କହିଥିଲେ ମୋଦି ଅମ୍ବାନୀଙ୍କୁ ଠିକାଦେଇ ଜନତାଙ୍କ ୩୦,୦୦୦ କୋଟି ଟଙ୍କାର ଚୁନା ଲଗାଇଛନ୍ତି । ଏମାନେ ସମସ୍ତେ ଚୋରର ଏକ ଗୋଷ୍ଠୀ ବୋଲି ରାହୁଲ କହିଥିଲେ।ରାହୁଲଙ୍କ ଉପରେ ଜାତି ବିଶେଷ ଲୋକଙ୍କୁ ନେଇ ଅପମାନିତକୁ ନେଇ ଅଭିଯୋଗ କରିଛି ବିଜେପି।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ