PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ସାଗର ହତ୍ୟା ମାମଲା: ସୁଶୀଲଙ୍କୁ ହରିଦ୍ୱାର ନେଲା କ୍ରାଇମ ବ୍ରାଞ୍ଚ୍

ନୂଆଦିଲ୍ଲୀ, ୦୧/୦୬: ରେସଲର ସାଗର ଧଙ୍କର ହତ୍ୟା ମାମଲାରେ ଅଲିମ୍ପିଆନ ରେସଲର ସୁଶୀଲ କୁମାର ଗତ ୨୩ ତାରିଖରେ ଦିଲ୍ଲୀ ପୁଲିସ ଦ୍ୱାରା ଗିରଫ ହୋଇଥିଲେ । ସେବେଠୁ ୬ ଦିନ ପୁଲିସ ହେପାଜତରେ ରହିବାକୁ କୋର୍ଟ ଅନୁମତି ଦେଇଥିଲେ । କୋର୍ଟ ପୁଣି ଏହି ସମୟକୁ ଆଉ ୪ ଦିନ ବୃଦ୍ଧି କରିଛନ୍ତି । କ୍ରାଇମ୍‌ ବ୍ରାଞ୍ଚ୍‌ ଏହି ମାମଲାର ତଦନ୍ତ କରୁଛି । ତଦନ୍ତ ପାଇଁ ସୁଶୀଲଙ୍କୁ ନେଇ ପୁଲିସ ହରିଦ୍ୱାରା ଯାଇଥିଲା ।

ଦିଲ୍ଲୀର ଛତ୍ରଶାଲ ଷ୍ଟାଡିୟମରେ ଗତ ୪ ତାରିଖ ରାତିରେ ଦୁଇ ରେସଲର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ସୁଶୀଲ ଓ ତାଙ୍କ ସମର୍ଥିତ ଗୋଷ୍ଠୀ ସାଗର ଓ ତାଙ୍କର ଦୁଇ ସାଥିଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଗୁରୁତର ଆହତ ହୋଇ ସାଗର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେବେଠୁ ସୁଶୀଲ ଗିରଫ ଭୟରେ ଫେରାର ହୋଇଯାଇଥିଲେ । ଘଟଣାର ୧୮ ଦିନ ପରେ ତାଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା ।ପୁଲିସ ପ୍ରଥମେ ସୁଶୀଲଙ୍କୁ ଘଟଣା ସ୍ଥଳକୁ ନେଇ ଜେରା କରିଥିଲା । ସେ ବି ସେଦିନ ଘଟଣାର ଡେମୋ ଦେଖାଇଥିଲେ । ୧୮ ଦିନ ଧରି ସୁଶୀଲ କେଉଁଠି ଲୁଚି ଥିଲେ ଏବଂ କେଉଁମାନେ ତାଙ୍କୁ ଏଥିରେ ସହାୟତା କରିଥିଲେ ସେ ନେଇ ତଦନ୍ତକାରୀ ଦଳ ଖୋଳତାଡ଼ କରୁଛନ୍ତି ।

ସୂଚନା ଅନୁସାରେ, ସାଗର ହତ୍ୟା ପରେ ସୁଶୀଲ ପ୍ରଥମେ ହରିଦ୍ୱାର ପଳାଇଥିଲେ । ସେ ଲୁଚିଥିବା ସମୟରେ ହରିଦ୍ୱାରରେ ଯେଉଁ ମୋବାଇଲ ବ୍ୟବହାର କରୁଥିଲେ ତାହାକୁ କ୍ରାଇମ ବ୍ରାଞ୍ଚ ଖୋଜୁଛି । ଏଥିସହ ଘଟଣା ଘଟିବା ଦିନ ସୁଶୀଲ ଯେଉଁ ପୋଷାକ ପିନ୍ଧି ଥିଲେ ତାହା ମଧ୍ୟ ପୁଲିସକୁ ଏ ପର୍ଯ୍ୟନ୍ତ ମିଳି ପାରିନି ।

ସାଗର ହତ୍ୟା ମାମଲାରେ ସୁଶୀଲଙ୍କୁ ନେଇ ମୋଟ୍‌ ୧୬ ଜଣ ଅଭିଯୁକ୍ତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୩ ଜଣ ଏ ପର୍ଯ୍ୟନ୍ତ ଗିରଫ ହୋଇଛନ୍ତି । ଯାହା ଜାଣିବାକୁ ମିଳିଛି, ଜେରା ବେଳେ ସୁଶୀଲ ଗୋଟିଏ କଥା ବାରମ୍ବାର ଦୋହରାଉଛନ୍ତି ଯେ ଉଦ୍ଦେଶ୍ୟମୂଳକ ଭାବେ ସାଗରଙ୍କୁ ହତ୍ୟା କରି ନାହାନ୍ତି ।ସୁଶୀଲ ଫେରାର ଥିବା ସମୟରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଲୁଚି ରହି ନଥିଲେ । ୧୮ ଦିନ ମଧ୍ୟରେ ସେ ୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସୀମା ଅତିକ୍ରମ କରିଥିଲେ । ବାରମ୍ବାର ସେ ମୋବାଇଲରେ ସିମ୍‌ ପରିବର୍ତ୍ତନ କରୁଥିଲେ ବୋଲି ଦିଲ୍ଲୀ ପୁଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।