ସୁଷମାଙ୍କ ପାର୍ଥିକ ଶରୀରକୁ ଶେଷ ଦର୍ଶନ ଲାଗି ବିଜେପି ମୁଖ୍ୟାଳୟକୁ ଅଣାଯିବ, ଦିନ ୩ଟାରେ ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଳୀ ୭।୮: ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କର ଗତକାଲି ରାତିରେ ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କର ଆକସ୍ମିକ ମୃତ୍ୟୁରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି ।

ତାଙ୍କର ଏଭଳି ମୃତ୍ୟୁ ଖବର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରମୁଖ ବହୁ ମନ୍ତ୍ରୀ ଓ ନେତା ଶେଷ ଦର୍ଶନ ପାଇଁ ଏମ୍‌ସରେ ପହଞ୍ଚିଥିଲେ। ଏହାପରେ ତାଙ୍କର ମରଶରୀରକୁ ତାଙ୍କର ଦିଲ୍ଲୀ ବାସଭବନକୁ ଅଣାଯାଇଥିଲା। ସେଠାରେ ବହୁ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ।

ସୂଚନା ଅନୁସାରେ, ସୁଷମାଙ୍କ ମର ଶରୀରକୁ ଦଳୀୟ ନେତା ଓ କର୍ମୀଙ୍କ ଶେଷ ଦର୍ଶନ ଲାଗି ଦିନ ୧୨ଟା ବେଳକୁ ବିଜେପି ମୁଖ୍ୟାଳୟକୁ ଅଣାଯିବ। ସେଠାରେ ଅପରାହ୍ଣ  ୩ଟା ପର୍ଯ୍ୟନ୍ତ ରଖାଯିବ ଓ ସାଧାରଣ ଜନତା ଏବଂ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । 

ଏହାପରେ ଆଜି ଅପରାହ୍ନରେ ଲୋଧି ରୋଡ଼୍ ସ୍ଥିତ ଶବଦାହ ଗୃହରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ସୁଷମାଙ୍କ ଅନ୍ତିମ ସଂସ୍କାର କରାଯିବ।

   ସମ୍ବନ୍ଧିତ ଖବର


ପ୍ରତି ମିନିଟରେ Linkedin ଦେଉଛି ୩ ଜଣଙ୍କୁ ଚାକିରି: ମାଇକ୍ରୋସଫ୍ଟ ସିଇଓ

ଦୀପାବଳୀ ପରେ କମିବ ପିଆଜ ଦର

ଭାରତରେ ନିଲାମ ହେଲା ସବୁଠାରୁ ଦାମୀ ଚା’, କେଜିକୁ ରହିଛି ଏତେ ଟଙ୍କା

କେନ୍ଦ୍ର ସରକାରଙ୍କ କଡା ନିୟମ: ବାୟୁ ପ୍ରଦୂଷଣ କଲେ କୋଟିଏ ଟଙ୍କା ଜରିମାନା, ୫ ବର୍ଷ ଜେଲ୍‌ ଦଣ୍ଡ…

ଚଳିତ ବର୍ଷ ପ୍ରବଳ ଶୀତ, ଜାଣନ୍ତୁ ‘ଲା ନିନା’ ଓ ’ଏଲ ନିନୋ’ର କ’ଣ ରହିଛି ପ୍ରଭାବ?

ପାକିସ୍ତାନରେ କାଶ୍ମୀର ବିଷୟରେ ଲାଇଭ୍‌ ବେଳେ ଇଣ୍ଡିଆନ୍‌ ହାକର୍‌ ବଜାଇଲେ ଜୟ ଶ୍ରୀରାମ ଏବଂ ହନୁମାନଙ୍କ ଭଜନ