ପ୍ରମୁଖ ଖବର
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

ନିଜ ଠାରୁ ୧୬ ବର୍ଷ ସାନ ବୟଫ୍ରେଣ୍ଡକୁ ସୁସ୍ମିତା କରିସାରିଛନ୍ତି କି ଏନଗେଜମେଣ୍ଟ? ଫଟୋରେ ଏହି ମୁଦି ଦେଖି ପଚାରିଲେ ପ୍ରଶଂସକ

ନୂଆଦିଲ୍ଲୀ,୨୭।୪: ସୁସ୍ମିତା ସେନ୍ ବେଶ୍ କିଛି ସମୟ ହେବ ନିଜର ବୟଫ୍ରେଣ୍ଡ ରୋହମନ ଶଲଙ୍କ ସହ ରିଲେସନସିପରେ ଥିବା ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଶୁଣିବାକୁ ମିଳିଥିଲା ସୁସ୍ମିତା ଓ ରୋହମନ ଲିଭ-ଇନ୍ ରିଲେସନସିପରେ ରହିଛନ୍ତି। ଏବେ ସୁସ୍ମିତା ରୋହମନଙ୍କ ସହ ଏଭଳି ଏକ ଫଟୋ ସେୟାର କରିଛନ୍ତି ଯାହାକୁ ଦେଖି ସୋସିଆଲ ମିଡିଆ ୟୁଜର୍ସ ବିଭିନ୍ନ ପ୍ରକାର ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି।

wp:html
/wp:html

ତାହା ହେଲା ସୁସ୍ମିତା ତାଙ୍କ ବୟଫ୍ରେଣ୍ଡଙ୍କ ସହ ଏକ ଫଟୋ ସେୟାର କରିଛନ୍ତି।  ଏହି ଫଟୋରେ ସୁସ୍ମିତାଙ୍କ ହାତର ଏକ ମୁଦି ଦେଖିବାକୁ ମିଳୁଛି। ସୁସ୍ମିତାଙ୍କ ଏହି ଫଟୋ ସହ କ୍ୟାପସନରେ ଲେଖଯାଇଛି ‘ମୁଁ ବିନା କୌଣସି ସର୍ତ୍ତରେ ତୁମର ରୋହମାନ ଶଲ। ଆଇ ଲଭ ୟୁ।’

wp:html
/wp:html {"id":14729,"width":747,"height":348}

ସୁସ୍ମିତାଙ୍କ ଏହି ଫଟୋକୁ ଦେଖିବା ପରେ ତାଙ୍କର ପ୍ରଶଂସକ ପଚାରୁଛନ୍ତି କ’ଣ ଆପଣ ଦୁହେଁ ଏନଗେଜମେଣ୍ଟ(ନିର୍ବଦ୍ଧ) କରିଦେଲେ କି? ଅନ୍ୟପକ୍ଷେ ଆଉ ଜଣେ ୟୁଜର ଲେଖିଛନ୍ତି ‘ସୁସ୍ମିତା ମୋତେ ଆପଣଙ୍କୁ ଦେଖି ଏଭଳି ଲାଗୁଛି ଯେପରି ଆପଣ ହାତରେ ଏନଗେଜମେଣ୍ଟ ମୁଦି ପିନ୍ଧିଛନ୍ତି।’ ଆଉ ଜଣେ ଲେଖିଛନ୍ତି ‘ମୋତେ ଆପଣଙ୍କ ହାତର ମୁଦି ଦେଖିକି ଇର୍ଷା ହେଉଛି।’

{"id":14730,"width":752,"height":423}

ଗଣମାଧ୍ୟମର ରିପୋର୍ଟ ଅନୁସାରେ ସୁସ୍ମିତା ଏବେ ସିଙ୍ଗିଲ ନାହାଁନ୍ତି। ସେ ଲୁଚାଛପା ଭାବରେ ରୋହମନଙ୍କୁ ଏନଗେଜମେଣ୍ଟ କରିସାରିଛନ୍ତି। ଉଲ୍ଲେଖନୀୟ ଯେ, ରୋହମନ ହେଉଛନ୍ତି ଜଣେ ମଡେଲ। ସେ ସୁସ୍ମିତାଙ୍କ ଠାରୁ ବୟସରେ ୧୬ ବର୍ଷ ସାନ। ରୋହମନ ନିଜର ସୋସିଆଲ ମିଡିଆ ଆକାଉଣ୍ଟରୁ ସୁସ୍ମିତାଙ୍କ ଫଟୋ ସେୟାର କରି ତାଙ୍କ ପ୍ରତି ନିଜର ଭଲପାଇବାକୁ ପ୍ରକାଶ କରିଥିଲେ। କେବଳ ସେତିକି ନୁହେଁ ସେ ସୁସ୍ମିତାଙ୍କ ଦୁଇ ପୋଷ୍ୟ କନ୍ୟାଙ୍କୁ ମଧ୍ୟ ଖୁବ୍ ଭଲପାଆନ୍ତି ଏବଂ ତାଙ୍କ ସହ ଭଲ ବନ୍ଧୁତ୍ବ ରହିଛି ରୋହମନଙ୍କର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.