ଓଡ଼ିଆ ଯୁବକଙ୍କ ଟ୍ୱିଟ୍‌ର ଜବାବ ଦେଲେ ସୁଷମା; ମୁଁ ଟ୍ୱିଟ୍‌ କରୁଛି, ମୋର ଭୂତ ନୁହେଁ

ନୂଆଦିଲ୍ଲୀ,୩୧ ।୩(ଏଜେନ୍ସି): ଭାରତର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଅନେକ ସମୟରେ ନିଜର କିଛି ଟ୍ୱିଟ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ଜଣେ ଓଡ଼ିଆ ଯୁବକଙ୍କ ଟ୍ୱିଟର ଜବାବରେ ସେ କରିଥିବା ଏକ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା ହେଉଛି । ସୁଷମା କହିଛନ୍ତି କି ବିଶ୍ୱାସ କରନ୍ତୁ! ସମସ୍ତ ଟ୍ୱିଟ୍‌ ମୁଁ କରୁଛି, ମୋର ଭୂତ ନୁହେଁ । ତେବେ ସୁଷମା ଏପରି କାହିଁକି କହିଲେ? ପୂରା ଘଟଣାଟି ହେଉଛି ଏହିପରି…

ସୁଷମା ନିକଟରେ ଏକ ଟ୍ୱିଟ୍‌ କରି ଜର୍ମାନୀର ମ୍ୟୁନିକ୍‌ରେ ଏକ ଭାରତୀୟ ଦମ୍ପତିଙ୍କ ଉପରେ ଆକ୍ରମଣ ଏବଂ ସେଥିରେ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ଦେଇଥିଲେ । ସେ ମଧ୍ୟ ଉଲ୍ଲେଖ କରିଥିଲେ କି ମୃତକଙ୍କ ଭାଇଙ୍କୁ ସେଠାକୁ ପଠାଯିବାର ବ୍ୟବସ୍ଥା କରାଯାଉଛି ଏବଂ ଜର୍ମାନୀ ସ୍ଥିତ ଭାରତୀୟ ଦୂତାବାସକୁ ପ୍ରଭାବିତ ପରିବାରର ସଦସ୍ୟମାନଙ୍କୁ ସବୁ ପ୍ରକାର ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ଜଣେ ବ୍ୟକ୍ତି ସୁଷମାଙ୍କୁ ପ୍ରଶ୍ନ କରିଥିଲେ କି ଆପଣ ତ ଏତେ ସମ୍ବେଦନଶୀଳତା ପ୍ରଦର୍ଶନ କରୁଛନ୍ତି । ତାହାହେଲେ ଆପଣ ନିଜ ନାମ ପୂର୍ବରୁ ଅନ୍ୟ ବିଜେପି ନେତାଙ୍କ ଭଳି ଚୌକିଦାର କାହିଁକି ଲେଖିଛନ୍ତି? ଏହାର ଜବାବରେ ସୁଷମା କହିଥିଲେ କି ମୁଁ ବିଦେଶରେ ଭାରତ ଏବଂ ଭାରତୀୟ ନାଗରିକଙ୍କ ସ୍ୱାର୍ଥର ଚୌକିଦାରୀ କରୁଛି ।

ଏହାପରେ ଜଣେ ଓଡ଼ିଆ ଯୁବକ ସମିତ ପାଢ଼ୀ ସୁଷମାଙ୍କୁ ଟ୍ୟାଗ୍‌ କରି ଲେଖିଥିଲେ କି ଏସବୁ ଟ୍ୱିଟ୍‌ ବୋଧହୁଏ ସୁଷମା ନିଜେ କରୁନାହାନ୍ତି । ତାଙ୍କର ସହାୟକ ଭାବେ କାମ କରୁଥିବା କେହି ଜନସମ୍ପର୍କ ବିଭାଗର ଅଧିକାରୀ ତାଙ୍କ ପାଇଁ ଟ୍ୱିଟ୍‌ କରୁଛନ୍ତି । ଏହାପରେ ସୁଷମା ଉତ୍ତର ଦେଇଥିଲେ କି ନିଶ୍ଚିତ ରୁହନ୍ତୁ । ମୁଁ ହିଁ ସବୁ ଟ୍ୱିଟ୍‌ କରୁଛି ମୋର ଭୂତ ନୁହେଁ ।

   ସମ୍ବନ୍ଧିତ ଖବର


ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଗୁରୁତ୍ୱପୂର୍ଣ୍ଣ ଫାଇଲ ଚରିଯାଇଛନ୍ତି ଊଈ- ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ

୧୯୬୦ରେ କରିଥିଲେ ମାଟ୍ରିକ ପାସ୍‌- ସରକାରୀ ଚାକିରି ନକରି ପିଲାଙ୍କୁ ଦେଉଥିଲେ ଶିକ୍ଷାଦାନ, ଏବେ …

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଏଇ ଓଡିଶାରେ ଯୁବକ ଦେଉଛନ୍ତି ୨୫ ଟଙ୍କାରେ ପେଟପୁରା ସ୍ୱାଦିଷ୍ଟ ଖାଦ୍ୟ- ୧୦ ଟଙ୍କାରେ ସୁପ୍‌

କାର୍ତ୍ତିକ ବୈକୁଣ୍ଠ ଚତୁର୍ଦ୍ଦଶୀ- ଜାଣନ୍ତୁ ଏହାର ପର ଚାରି ମାସ କାହିଁକି କରାଯାଇ ନଥାଏ ଶୁଭ କାର୍ଯ୍ୟ