ବିଜେପି ବିଧାୟକ ଯୋଗେଶ ବର୍ମାଙ୍କୁ ହତ୍ୟା ଉଦ୍ୟମ, ସନ୍ଦେହରେ ଖଣି ମାଫିଆ

ଉତ୍ତରପ୍ରଦେଶ ୨୧।୩: ଉତ୍ତରପ୍ରଦେଶର ଲଖୀମପୁର ଖୀରୀ ଜିଳ୍ଳାର ବିଜେପି ବିଧାୟକ ଯୋଗେଶ ବର୍ମାଙ୍କୁ ଗୁଳି ମାରି ହତ୍ୟା ଉଦ୍ୟମ କରାଯାଇଛି। ହୋଲି ଖେଳ ଚାଲିଥିବାବେଳେ ଏହିଭଳି ଘଟଣା ଘଟିଛି ବୋଲି ସୂଚନା ମିଳିଛି। ଗୁଳି ଯୋଗେଶ ବର୍ମାଙ୍କ ପାଦ​‌ରେ ଲାଗିଥିଲା।  ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି ବୋଲି ଡକ୍ତର କହିଛନ୍ତି।

ଗୁରୁବାର ଦିନ ଯୋଗେଶ ବର୍ମା ଲୋକଙ୍କ ସହିତ ହୋଲି ଖେଳୁଥିଲେ। ଏହି ସମୟରେ ହଠାତ୍ କେହି ଜଣେ ତାଙ୍କ ଉପରକୁ ଗୁଳି ଚଳାଇଥିଲା। ଏହା ସିଧା ତାଙ୍କ ପାଦରେ ଲାଗିଥିଲା। ଖବର ପାଇବା ମାତ୍ରେ ଜିଲ୍ଳା ଡିଏମ୍ ଓ ଏସପି ପୁଲିସ ଟିମ୍ ନେଇ ସେଠାରେ ପହଞ୍ଚିଥିଲେ। ଯୋଗେଶ ବର୍ମା ପୁଲିସକୁ ନିଜ ବୟାନ ଦେଇଥିବାବେଳେ ଖଣି ମାଫିଆ ଉପରେ ଗୁଳି ମାରିଥିବା ନେଇ ଅଭିଯୋଗ କରିଛନ୍ତି। ପୁଲିସ ଏହି ମାମଲା ରୁଜ୍ଜୁ କରିଛି। ପୁଲିସ ଅଭିଯୁକ୍ତକୁ ଖୋଜୁଛି। ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇନାହିଁ।

   ସମ୍ବନ୍ଧିତ ଖବର


ଶ୍ରମିକ ଓ ଛୋଟ ଦୋକାନୀଙ୍କ ପାଇଁ ଖୁସି ଖବର, ସରକାର ଆଣୁଛନ୍ତି ଏହି ନୂଆ ଯୋଜନା

ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’