ଅଗ୍ନିଭବନ ଇଷ୍ଟ ହଷ୍ଟେଲରେ ସିକ୍ୟୁରିଟି ଗାର୍ଡଙ୍କ ସନ୍ଦେହ ଜନକ ମୃତ୍ୟୁ: ମୃତ୍ୟୁର କାରଣ ଖୋଜୁଛି ପୁଲିସ୍

ଢେଙ୍କାନାଳ ୯/୧୦: ଢେଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ଆଇଜିଆଇଟି କଲେଜ ଅଗ୍ନିଭବନ ଇଷ୍ଟ ହଷ୍ଟେଲରେ ଜଣେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡର ମୃତ୍ୟୁ ହୋଇଛି ।ମୃତକ ହେଲେ ପରଜଙ୍ଗ ଥାନା ସରାଙ୍ଗ ଗ୍ରାମର ପ୍ରାଣବନ୍ଧୁ ବରାଳ । ପ୍ରାଣବନ୍ଧୁ ଦୁଇ ବର୍ଷ ଧରି ପାଣିନାଥ ସିକ୍ୟୁରିଟି ସଂସ୍ଥା ଅଧୀନରେ ରହି ଆଇଜିଆଇଟି କଲେଜ ଅଗ୍ନିଭବନ ଇଷ୍ଟ ହଷ୍ଟେଲରେ କାର୍ଯ୍ୟ କରୁଥିଲେ ।

ଗତ କାଲି ରାତି ୧୦ଟା ସମୟରେ ଡ୍ୟୁଟିରେ ଆସି ହଷ୍ଟେଲ ମଧ୍ୟରେ ନିଜର ସହଯୋଗୀ  ଅଗ୍ନିଭବନ ଓ୍ବେଷ୍ଟର ସିକ୍ୟୁରିଟି ଗାର୍ଡ ଉଗ୍ରେସନ ରଣାଙ୍କ ସହିତ ଥିଲେ । ଉଗ୍ରେସନଙ୍କ କହିବା ଅନୁଯାୟୀ ପ୍ରାଣବନ୍ଧୁ ରାତି ୧୨ଟା ବେଳେ ଅସୁସ୍ଥ ଅନୁଭବ କରି ବାନ୍ତି କରିଥିଲା ଏବଂ ମୋତେ ସକାଳେ ଉଠାଇବା ପାଇଁ ସେ ନିଜର ସହଯୋଗୀଙ୍କୁ କହିଥିଲେ । କିନ୍ତୁ ସକାଳେ ତାଙ୍କୁ ଉଠାଇଲେ ଅଉ ଉଠିନଥିଲେ । ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟା ସତ୍ୟ ଜଣା ପଡିବ ବୋଲି କହିଛନ୍ତି ସରାଙ୍ଗ ଫାଣ୍ଡି ଅଧିକାରୀ ।ଏ ନେଇ କଲେଜ କିମ୍ବା ହଷ୍ଟେଲ ଟେଣ୍ଡର ନେଇଥିବା କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

   ସମ୍ବନ୍ଧିତ ଖବର


୫ ସ୍ତ୍ରୀଙ୍କ ଖର୍ଚ୍ଚ ବହନ କରିବାକୁ ୫୦ ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିଲା ଯୁବକ, ଏଭଳି ପର୍ଦାଫାଶ କଲା ଏସଟିଏଫ୍

ପୁଣି ଖାକିରେ ଲାଗିଲା କଳଙ୍କ: ସହଯୋଗ ବଦଳରେ ଦୁଷ୍କର୍ମ ଓ ବ୍ଲାକମେଲିଂ, କନେଷ୍ଟେବଲ ଗିରଫ

ନର୍ସଙ୍କ ଅବହେଳାରୁ ୩ବର୍ଷ ଶିଶୁର ଦେହରେ ରହିଗଲା ଭଙ୍ଗା ସିରିଞ୍ଜ ଛୁଞ୍ଚି

ମାଡ ମାରି ଭୁଲ ମାଗିଲେ ବିଡିଓ: ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଭିଡିଓ…