ଗିରଫ ପରେ ଦୋଷ ସ୍ବୀକାର କଲେ ଚିନ୍ମୟାନନ୍ଦ:କହିଲେ-‘ମୋର କର୍ମକୁ ନେଇ ମୁଁ ଲଜ୍ଜିତ’

ନୂଆଦିଲ୍ଲୀ,୨୦।୯: ପୂର୍ବତନ ଗୃହ ରାଷ୍ଟମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଏସଆଇଟି ଓ ୟୁପି ପୋଲିସ ଗିରଫ କରି ଆଜି ଜେଲ୍ ପଠାଇଛି। ତେବେ   ପଚରାଉଚରା ବେ​‌ଳେ ସ୍ମାମୀ ଚିନ୍ମୟାନନ୍ଦ ଓ ଛାତ୍ରୀ ଦୁହେଁ ନିଜର ଦୋଷ ସ୍ବୀକାର କରିଛନ୍ତି। ଦୋଷ ସ୍ବୀକାର କରି ସ୍ମାମୀ ଚିନ୍ମୟାନନ୍ଦ କହିଛନ୍ତି, ସେ ନିଜର କାର୍ଯ୍ୟକୁ ନେଇ ଅନୁତପ୍ତ। ଏହା ସହିତ ପୀଡିତା ଆଇନ ଛାତ୍ରୀ ମଧ୍ୟ ତଦନ୍ତ ପରିସରରେ ରହିଛନ୍ତି। ପଚରାଉଚରା ବେଳେ ଛାତ୍ରୀଜଣକ ମାନିଛନ୍ତି ତାଙ୍କର ସେହି ଯୁବକଙ୍କ ସହିତ କଥାବାର୍ତ୍ତା ହେଉଥିଲା ଯାହାଙ୍କ ସହିତ ତାଙ୍କୁ ଜୟପୁରରୁ ଅଣାଯାଇଥିଲା। ସେଭଳି ଚିନ୍ମୟାନନ୍ଦ ଓ ଛାତ୍ରୀଙ୍କ ଭିତରେ ପ୍ରାୟ ୨୦୦ ଥର କଥାବାର୍ତ୍ତା ହୋଇଥିଲା।

ଏସଆଇଟି ସାମ୍ବାଦିକ ସମ୍ମିଳନୀ କରି ଏହି ମାମଲା ସମ୍ପର୍କରେ ସୂଚନା ଦେଇଛି। ଚିନ୍ମୟାନନ୍ଦ ମୋବାଇଲରୁ ଡାଟା ଡିଲିଟ୍ କରି ଦେଇଥିଲେ। ଚେକ ଇନ୍ କରି ସିସିଟିଭି ଫୁଟେଜ୍ ଉଦ୍ଧାର କରାଯାଇଛି। ଭିଡିଓର ଆଧାରରେ ଚିନ୍ମୟାନନ୍ଦଙ୍କୁ ଗିରଫ କରାଯାଇଛି। ଆହୁରି ଗୋଟେ-ଦୁଇଟି ସ୍ଥାନରୁ ସିସିଟିଭି ଫୁଟେଜ ଆସିବାର ବାକି ରହିଛି। ଆମ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି। ପଚରାଉଚରା ବେଳେ ଚିନ୍ମୟାନନ୍ଦ ମସାଜ୍ କରିବା, ଏକଠି ବୁଲିବା, ହୋଟେଲରେ ରହିବାର ଭିଡିଓ କଥା ସ୍ବୀକାର କରିଥିଲେ। ଏହା ସହ ତାଙ୍କୁ ୫ କୋଟି ଟଙ୍କା ମଗାଯାଇଥିବା କଥା ମଧ୍ୟ ମାନିନେଇଛନ୍ତି।

ଦୁଇ ପକ୍ଷ ପେନଡ୍ରାଇଭ ଦେଖିଥିଲେ। ଫରେକସିକ୍ ରିପୋର୍ଟ ଓ ଡିଜିଟାଲ ଭେରିଫାଏ କରିବାର ଅପେକ୍ଷା ରହିଛି। ଚିନ୍ମୟାନନ୍ଦ କହିଛନ୍ତି,  ମୋର ଭୁଲ ପାଇଁ ମୁଁ ଲଜ୍ଜିତ, ଆପଣମାନେ ସବୁ କିଛି ଦେଖିଛନ୍ତି, ମୋର କିଛି କହିବାର ନାହିଁ। ଦୁଇଦିନ ହେବ ଚିନ୍ମୟାନନ୍ଦଙ୍କ ଦେହ ଖରାପ ରହିଛି,ପୀଡିତାଙ୍କ ପୁରୁଷ ବନ୍ଧୁଙ୍କୁ ମଧ୍ୟ ଜେଲ ପଠାଇ ଦିଆଯାଇଛି। ଏହା ପୂର୍ବରୁ ଏସଆଇଟି ଟିମ୍ ଚିନ୍ମୟାନନ୍ଦଙ୍କୁ ସକାଳେ ଟ୍ରାମା ସେଣ୍ଟର ଆଣିଥିଲେ। ଟ୍ରାମା ସେଣ୍ଟରରେ ସ୍ବାମୀଙ୍କୁ ଦେଖାଇବା ପରେ ତାଙ୍କୁ ଗିରଫ କରିଦିଆଯାଇଛି।

ସ୍ଥାନୀୟ କୋର୍ଟ ସ୍ବାମୀ ଚିଦାନନ୍ଦଙ୍କ ବିରୋଧରେ ଧାରା ୩୭୬ ସି,୩୫୪ଡି, ୩୪୩ ଓ ୫୦୬ ଅନୁସାରେ ମାମଲା ରୁଜୁ କରି ୧୪ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ଗତ ବୁଧବାର ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଟଙ୍କା ମାଗିବା ମାମଲାରେ ଛାତ୍ରୀଙ୍କ ପୁରୁଷ ବନ୍ଧୁ ସଞ୍ଜୟ ସିଂ ଓ ତାଙ୍କର ଅନ୍ୟ ଦୁଇଜଣ ବନ୍ଧୁଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଜିଲ୍ଲା ହସ୍ପିଟାଲରେ ସମସ୍ତଙ୍କର ମେଡିକାଲ ଟେଷ୍ଟ କରାଯାଉଛି, ଏହାପରେ କୋର୍ଟରେ ତାଙ୍କୁ ହାଜର କରାଯିବ।

   ସମ୍ବନ୍ଧିତ ଖବର


ସେମିଳିଗୁଡ଼ା ପୋଲିସକୁ ବଡ଼ ସଫଳତା, ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି, ଅପରାଧ ପାଇଁ ମିଳିବ ଦଣ୍ଡ

ରାଉରକେଲା ସ୍କର୍ପିଓ ପୋଡି ଘଟଣା; ଗୋମାଂସ ଚାଲାଣ ସନ୍ଦେହରେ ଦୁର୍ବୃତ୍ତ ଜାଳିଥିଲେ ଗାଡି, ଡ୍ରାଇଭର ସମେତ ୪ ଗିରଫ

ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ଭାରତୀୟ ସେନା ପ୍ରସ୍ତୁତ କରିଛି ସ୍ୱଦେଶୀ ଆଣ୍ଡ୍ରଏଡ୍‌ ମେସେଜିଂ ଆପ୍‌ ‘ସାଇ’

ହଲିଉଡର ଭେଟରାନ ଅଭିନେତା ସିନ୍‌ କନେରିଙ୍କ ପରଲୋକ, ୭ଟି ଫିଲ୍ମରେ ଜେମ୍ସ ବଣ୍ଡ ଭୂମିକାରେ କରିଥିଲେ ଅଭିନୟ