PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ସହି ପାରିଲେନି ସ୍ୱାମୀଙ୍କ ମୃତ୍ୟୁ ଖବର, ରଶି ଲଗାଇ ଆତ୍ମହତ୍ୟା କଲେ ସ୍ତ୍ରୀ

ରାଜକନିକା, ୩୦/୦୫ : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ଚେରଣ୍ଟପଡ଼ା ଗାଁର ଜଣେ ଯୁବକ ସଡ଼କ ଦୁର୍ଘଟଣାରେ ଗତକାଲି ରାତିରେ ମୃତ୍ୟୁବରଣ କରିବା ଖବର ପାଇ ତାଙ୍କ ପତ୍ନୀ ମରଶରୀର ପହଞ୍ଚିବା ପୂର୍ବରୁ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ରାଜକନିକାରେ ଶୋକର ଛାୟା ଖେଳିଯାଇଛି ।

ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଚେରଣ୍ଟପଡ଼ା ଗାଁର ଅବସରପାପ୍ତ ପୋଷ୍ଟମାଷ୍ଟର ମଦନ ମୋହନ ତରାଇଙ୍କ ଏକମାତ୍ର ପୁଅ ମନୋଜ ଭଦ୍ରକ ଡିଆର୍‌ଡିଏ ଅଧୀନରେ ଥିବା ଆର୍‌ଜିପିଏସ୍‌ ସ୍କିମ୍‌ରେ ଡିପିଏମ୍‌ ଭାବରେ ନିଯୁକ୍ତି ପାଇଥିଲେ । ଦୈନିକ ସେ ଘରୁ ବାଇକ୍‌ରେ କର୍ମକ୍ଷେତ୍ର ଭଦ୍ରକକୁ ଯିବା ଆସିବା କରୁଥିଲେ । ଗତ ୨୫ ତାରିଖ ସଂଧ୍ୟାରେ ଭଦ୍ରକରୁ ଘରକୁ ଫେରୁଥିବା ବେଳେ ଚାନ୍ଦବାଲିର ମହୁଲିଆ ଛକରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ପ୍ରଥମେ ରାଜକନିକା ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଖବର ପାଇ ତାଙ୍କ ପତ୍ନୀ ସ୍ୱପ୍ନାରାଣୀ ଆଜି ସକାଳ ପ୍ରାୟ ୧୧ଟା ୪୦ ମିନିଟ୍‌ରେ ଘରେ ବେକରେ ବେଡ୍‌ସିଟ୍‌ ଲଗାଇ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ଗତବର୍ଷ ଜାନୁଆରୀ ମାସରେ ଅଶୋକବଜାରର ନୟନା ମଣ୍ଡପରେ ସେମାନଙ୍କର ବିବାହ ହୋଇଥିଲା । ପୁଅ ଓ ବୋହୂଙ୍କ ମୃତ୍ୟୁରେ ବାପା ମଦନମୋହନ ଓ ପରିବାର ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ନବଦମ୍ପତିଙ୍କ ମରଶରୀରକୁ ଗୋଟିଏ ଜୁଇରେ ସଂସ୍କାର କରାଯିବାର ପ୍ରକ୍ରିୟା ଜାରି ରହିଥିବା ଜଣାଯାଇଛି ।