ପ୍ରମୁଖ ଖବର
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||
  • ଆଗକୁ ଆହୁରି ବଢ଼ିବ ତାତି, ଆଜି ୪୦ ଡିଗ୍ରୀ ଛୁଇଁବ ପାରଦ ! ଦିନ, ରାତି ତାପମାତ୍ରା ୨ ଡିଗ୍ରୀ ବଢ଼ିପାରେ
  • ||

ଟ୍ରକ୍ ଚକା ତଳେ ଚାପି ହୋଇ ଚାଲିଗଲା ସ୍ୱାମୀଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲେ ସ୍ତ୍ରୀ

ଦେବଗଡ଼ ୧୧/୦୧: ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀ। ମୃତ୍ୟୁମୁଖରୁ ଅଳ୍ପକେର ବର୍ତ୍ତିଗଲେ ପତ୍ନୀ । ଦେବଗଡ଼ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ବାଇପାସ ରୋଡ଼ରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମୃତକ ରିଆମାଲ ବ୍ଲକ ଅନ୍ତର୍ଗତ ବନାକାଲୋ ଗ୍ରାମର ବବଲୁ ପ୍ରଧାନ ବୋଲି ସୂଚନା ମିଳିଛି। ଏହି ଭୟଙ୍କର ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଯାହଫଳ ରାସ୍ତାରେ ଅନେକ ଗାଡ଼ି ଅଟକ ରହିଥିବା ସୂଚନା ମିଳିଛି।

ସଚୂନା ମୁତାବିକ, ସ୍କୁଟି( ଓଡ଼ି-୨୮ଏ ୮୭୧୨) ଯୋଗେ ଦମ୍ପତ୍ତି ମେଡିକାଲକୁ ଆସୁଥିଲେ । ହେଲେ ଦେବଗଡ଼ ୪୯ ନମ୍ବର ବାଇପାସ ଛକ ନିକଟରେ ଟ୍ରକଟି ସ୍କୁଟିକୁ ଧକ୍କା ଦେଇଥିଲା । ଫଳ ଭାରସାମ୍ୟ ହରାଇ ବବଲୁ ତଳେ ପଡ଼ି ଯାଇଥିଲେ। ଟ୍ରକ ଚକା ତଳେ ଚାପା ହୋଇ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ସ୍ତ୍ରୀ ବର୍ତ୍ତିଯାଇଛନ୍ତି । ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । କୋଲକାତା-ମୁମ୍ବାଇ ୨ ମହାନଗରୀ ମଧ୍ୟରେ ଗାଡ଼ି ଚଳାଚଳା ସଂପୂର୍ଣ୍ଣ ବନ୍ଦ ରହିଛି । ଯାହାଫଳରେ ଅନେକ ଗାଡ଼ି ଅଟକି ରହିଛି । ଏନେଇ ସ୍ଥାନୀୟ ପୋଲିସ ପହଞ୍ଚି ସ୍ଥିତି ନିୟଣନ୍ତ୍ର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.