ଜେଏନୟୁରେ ତୀବ୍ରରୂପ ନେଉଛି ଛାତ୍ର ବିକ୍ଷୋଭ: ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା କରିବା ସହ ଲେଖିଲେ ଅପଶବ୍ଦ

ନୂଆଦିଲ୍ଲୀ,୧୪।୧୧: ଜବାହାର ଲାଲ ନେହରୁ ୟୁନିଭର୍ସିଟି (ଜେଏନ୍‌ୟୁ)ରେ ଲାଗି ରହିଥିବା ଫି’ ବିବାଦ ଏବେ ନୂଆ ରୂପ ନେଇଛି। ବିଶ୍ବବିଦ୍ୟାଳୟ ପରିସରରେ ଉପଦ୍ରବୀମାନେ ଉଦଘାଟନ ପୂର୍ବରୁ ସ୍ବାମୀ ବିବେକାନନ୍ଦଙ୍କ  ପ୍ରତିମୂର୍ତ୍ତିକୁ ଭାଙ୍ଗି ଖଣ୍ଡବିଖଣ୍ଡିତ କରିଦେଇଛନ୍ତି। କେବଳ ସେତିକି ନୁହେଁ ମୂର୍ତ୍ତି ତଳେ  ଭାରତୀୟ ଜନତା ପାର୍ଟି(ବିଜେପି) ବିରୋଧରେ ମଧ୍ୟ ଅପଶବ୍ଦ​‌ ଲେଖା ଯାଇଛି। ଅନ୍ୟପକ୍ଷେ ହଷ୍ଟେଲ ଫି ବୃଦ୍ଧି ପ୍ରତିବାଦରେ ଛାତ୍ରଙ୍କ ଆନ୍ଦୋଳନ ଆଜି ମଧ୍ୟ ଜାରି ରହିଛି।ଭାରତୀୟ ଯୁବ ସମାଜର ଆଦର୍ଶ କୁହାଯାଉଥିବା ବିବେକାନନ୍ଦଙ୍କର ମୂର୍ତ୍ତି ଭଙ୍ଗାଯିବାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏହି ମୂର୍ତ୍ତି ଉପରକୁ ଇଟା ପଥର ମାଡ଼ କରିବା ସହ ଏହା ଚାରିପଟେ ଆପତ୍ତିଜନକ ଲେଖା ସବୁ ଲେଖାଯାଇଥିବାର ଦେଖିବାକୁ ମିଳିଛି।

ଏହା ପୂର୍ବରୁ ଫି’ ବୃଦ୍ଧିକୁ ନେଇ କୁଳପତି ଜଗଦୀଶ କୁମାରଙ୍କ ନାମରେ ପୁରା କ୍ୟାମ୍ପସ ଭିତରେ   ବିଭିନ୍ନ ସ୍ଥାନରେ ଅପଶବ୍ଦ ଲେଖାଯାଇଥିଲା। ଫି’ ପାଇଁ ଜାରି ନିର୍ଦ୍ଦେଶ ପ୍ରତ୍ୟାହାର ସହ ନୂଆ ପରିମାଣର ଫି’ ଲାଗୁ ହୋଇଥିଲେ ମଧ୍ୟ ଏହି ବିବାଦ ଥମୁନାହିଁ। ଜେଏନୟୁରେ ଫି ବୃଦ୍ଧି ଓ ହଷ୍ଟେଲ ଡ୍ରାଫ୍ଟ ମାନୁଆଲକୁ ନେଇ ଛାତ୍ରସଂଘର ସଦସ୍ୟ ଓ ବିଦ୍ୟାର୍ଥୀ ଗତ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଛାତ୍ର ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ତେବେ ଆଜି ସେମାନେ ବିବେକାନନ୍ଦଙ୍କ ପ୍ରତିମୃତ୍ତି ଭାଙ୍ଗିଛନ୍ତି।

   ସମ୍ବନ୍ଧିତ ଖବର


ଅହମ୍ମଦ ପଟେଲଙ୍କ ପରଲୋକରେ ଗାନ୍ଧି ପରିବାରରେ ଶୋକ: ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା

ଇଣ୍ଟେରିୟର ଡିଜାଇନିଂ ନାଁରେ ଭର୍ଚୁଆଲ ସେକ୍ସ ରାକେଟ୍ : ଅନ୍‌ଲାଇନ୍‌ରେ ଅଙ୍ଗ ପ୍ରଦର୍ଶନ ପାଇଁ ଦିଆଯାଉଥିଲା ତାଲିମ୍, ପର୍ଦ୍ଦାଫାଶ କଲା ପୋଲିସ

୬ ଦିନରେ ୫୩% ଖସିଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସେୟାର

ନୂଆବର୍ଷରୁ ନୂଆ ବ୍ୟବସ୍ଥା: ଏଣିକି ଲ୍ୟାଣ୍ଡଫୋନ୍‌ରୁ ମୋବାଇଲକୁ କଲ୍‌ କଲେ ନମ୍ବର ପୂର୍ବରୁ ଲାଗିବ ‘୦’

ଭାରତୀୟ ତଟରକ୍ଷୀ ବାହିନୀ ଜବତ କଲା ୧୦୦ କିଲୋଗ୍ରାମ ହେରୋଇନ୍, ପାକିସ୍ତାନରୁ ଆସୁଥିଲା ଶ୍ରୀଲଙ୍କା

ସ୍ପୁଟନିକ-ଭି ଟିକାର ମୂଲ୍ୟ ରହିବ ଏତିକି ଟଙ୍କା, ରୁଷ ନାଗରିକଙ୍କୁ ମାଗଣା ଡୋଜ୍