ନିଜ ବ୍ୟାଗ୍‌ ନିଜେ ବୋହିଲେ ସ୍ୱିଡେନ୍‌ ରାଜା,ସୋସିଆଲ ମିଡିଆରେ ଫଟୋ ଭାଇରାଲ

ନୂଆଦିଲ୍ଲୀ ୩/୧୨: ପାଞ୍ଚ ଦିନିଆ ଭାରତ ଭ୍ରମଣରେ ଥିବା ସ୍ୱିଡେନ୍‌ ରାଜା କାର୍ଲ-୧୬ ଗୁସ୍ତାଫ ଓ ରାଣୀ ସିଲଭିୟା ଦିଲ୍ଲୀରେ ପହଞ୍ଚିଛନ୍ତି । ଏହି ଦମ୍ପତି ଷ୍ଟକହୋମ୍‌ଠାରୁ ଏୟାର ଇଣ୍ଡିଆ ବିମାନରେ ଭାରତ ଅଭିମୁଖେ ଉଡ଼ାଣ ଭରିଥିଲେ । ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ମାତ୍ରେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

କାରଣ ରାଜା କାର୍ଲ ନିଜ ବ୍ୟାଗ୍‌ ନିଜେ ଧରି ବିମାନବନ୍ଦରରେ ଏଣ୍ଟ୍ରି କରିଛନ୍ତି । ଏହି ନିରାଡ଼ମ୍ବର ଜୀବନଶୈଳୀ ପାଇଁ ସୋସିଆଲ ମିଡିଆରେ ସେ ସମସ୍ତଙ୍କ ହୃଦୟ ଜିତିଛନ୍ତି । ଲୋକେ ତାଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି ।

ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଏହି ରାଜକୀୟ ଦମ୍ପତିଙ୍କୁ ସ୍ୱାଗତ ବେଳର ଫଟୋ ଏୟାର ଇଣ୍ଡିଆ ଟ୍ୱିଟରରେ ପୋଷ୍ଟ କରିଛି । ରାଜା କାର୍ଲଙ୍କର ଏଭଳି କାର୍ଯ୍ୟକଳାପକୁ ଅଧିକାଂଶ ସୋସିଆଲ ମିଡିଆ ୟୁଜର ପ୍ରେରଣାଦାୟକ ଓ ସରଳତାର ଜୀବନ୍ତ ଉଦାହରଣ ବୋଲି କହୁଛନ୍ତି । ଭାରତ ଗସ୍ତରେ ଥିବା ରାଜା କାର୍ଲ ଓ ରାଣୀ ଜାମା ମସଜିଦ, ଲାଲ ଦୁର୍ଗ ଓ ଗାନ୍ଧି ସ୍ମୃତି ପରିଦର୍ଶନ କରିଛନ୍ତି । ଭାରତ ସହ ସ୍ୱିଡେନ୍‌ର ସମ୍ପର୍କ ଆହୁରି ମଜବୁତ କରିବା ନିମିତ୍ତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି ।

   ସମ୍ବନ୍ଧିତ ଖବର


ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ଫାଇନାଲ୍‌ ପରୀକ୍ଷା କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲେ ଅନୁମତି

ସ୍ତ୍ରୀ ରାଜନୀତିରେ , ପୁଅ ଇଂଲଣ୍ଡରେ ପଢୁଛନ୍ତି MBBS: ୮ଜଣ ପୁଲିସଙ୍କୁ ମାରି ବାପା ଫେରାର୍

କରୋନା ପଜିଟିଭ ଜଣାପଡିବା ପରେ ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ସାମ୍ବାଦିକ

Mylan ଭାରତରେ ଲଞ୍ଚ କଲା କୋଭିଡ୍-୧୯ର ଔଷଧ, ଜାଣନ୍ତୁ କେତେ ରହିଛି ଏହାର ଦାମ୍

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ, ଟୁଇଟରରେ ଟ୍ରେଣ୍ଡ କଲା #PMModiCBIForSSR

ସୁଶାନ୍ତ ସିଂ ମାମଲା : ବାନ୍ଦ୍ରା ପୋଲିସ ଷ୍ଟେସନରେ ସଞ୍ଜୟ ଲୀଲା ଭନ୍‌ସାଲୀ, ଚାଲିଛି ପଚରାଉଚରା