PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

‘ସ୍ବିଗି’ର ଆଶ୍ଚର୍ଯ୍ୟକର ରିପୋର୍ଟ: ଗୋଟେ ମିନିଟରେ ହେଉଛି ୯୫ଟି ବିରାୟାନୀର ଅର୍ଡର,ଏହି ମିଠାକୁ ଅଧିକ ଖାଉଛନ୍ତି ଲୋକେ

ନୂଆଦିଲ୍ଲୀ,୨୪।୧୨: ଭାରତୀୟମାନେ କେବଳ ଭଲ ରୋଷେଇ କରନ୍ତି ତାହା ନୁହେଁ, ଖୁବ୍ ସ୍ବାଦିଷ୍ଟ ଖାଦ୍ୟ ଖାଇଥାନ୍ତି। ଭଳିକି ଭଳି ପ୍ରକାର ବ୍ୟଞ୍ଜନ ଖାଇବାରେ ଭାରତୀୟଙ୍କର ଖୁବ୍ ସଉକ ରହିଛି। ବିବିଧତରେ ଭରା ଆମ ଦେଶ ସ୍ବାଦିଷ୍ଟ ବ୍ୟଞ୍ଜନ ପାଇଁ ସାରା ବିଶ୍ବରେ ପ୍ରସିଦ୍ଧ। ଭାରତୀୟମାନେ ସବୁବେଳେ ଖାଦ୍ୟ ପ୍ରିୟ ବୋଲି ଆମେ ଜାଣିଛୁ କିନ୍ତୁ ଫୁଡ୍ ଡେଲିଭରି ଆପ୍ ସ୍ବିଗିର ବାର୍ଷିକ ରିପୋର୍ଟରେ ଆଶ୍ଚର୍ଯ୍ୟକର କଥା ଜଣାପଡିଛି। ତାହା ହେଲା ସାରା ଦେଶରେ ପ୍ରତି ମିନିଟରେ ବିରିୟାନୀର ୯୫ଟି ଅର୍ଡର ଦିଆଯାଇଥାଏ। ଗତ ଦୁଇ ବର୍ଷ ଭିତରେ ବିରିୟାନୀ ସବୁଠାରୁ ଅଧିକ ଅର୍ଡର ଦିଆଯାଉଥିବା ଖାଦ୍ୟ ରହିଥିଲା। କୁହାଯାଉଛି ଯେ, ଏହି ଆପରେ ୟୁଜର୍ସଙ୍କୁ ଚିକେନ୍ ବିରିୟାନୀ ଖାଇବା ଅଧିକ ପସନ୍ଦ ଥିଲା।

ଫୁଡ୍ ଡେଲିଭରି ଆପରେ ଏଥର ୧୭,୬୯,୩୯୯ଟି ଗୋଲାପ ଜାମୁ ଅର୍ଡର ଦିଆଯାଇଥିଲା। ଏଥିରୁ ସହଜରେ ଜାଣିହେବ ଭାରତୀୟମାନେ ବେଶୀ ଗୋଲାପଜାମୁ ଖାଇବାକୁ ପସନ୍ଦ କରନ୍ତି। ଏହି ଅର୍ଡର ଦିଲ୍ଲୀ ଓ ମୁମ୍ବାଇ ବ୍ୟତୀତ ବେଙ୍ଗାଲୁର, ହାଇଦ୍ରାବାଦ ଓ ଚେନ୍ନାଇ ଭଳି ସହରରୁ ଆସିଛି।

ଭାରତୀୟଙ୍କୁ  ମୁଗଡାଲିର ହଲଓ୍ବା ଓ ଫାଲୁଦା ଖୁବ୍ ପସନ୍ଦ। ଫାଲୁଦାର ୧୧.୯୪ ଲକ୍ଷ ଅର୍ଡର ଆସିଥିବା ବେଳେ ମୁଗଡାଲି ହଲଓ୍ବା ପାଇଁ ୨ ଲକ୍ଷରୁ ଅଧିକ ଅର୍ଡର ଆସିଛି।  କେବଳ ସେତିକି ନୁହେଁ ଭାରତୀୟଙ୍କ ଭିତରେ ଖିଚଡି ଖାଇବାର ଅର୍ଡର ୧୨୮ ପ୍ରତିଶତ ଅଧିକ ବୃଦ୍ଧି ହୋଇଛି। ୨୦୧୯ରେ  ଖିଚଡୀ, ବିରିୟାନୀ ବ୍ୟତୀତ ମସାଲା ଦୋସା, ପନିର ବଟର ମସାଲା, ଭେଜ ଫ୍ରାଏଡ୍ ରାଇସ୍, ଭେଜ୍ ବିରିୟାନୀ ଓ ଦାଲ୍ ମଖନୀ ସବୁଠାରୁ ଅଧିକ ପସନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର