ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ଅଲିମ୍ପିକ୍ସ କ୍ରୀଡ଼ା: ମ୍ୟାକ୍‌ଲଫଲିନ୍‌ ନୂଆ ବିଶ୍ୱ ରେକର୍ଡ

ଟୋକିଓ, (ଏଜେନ୍ସି): ୩୨ତମ ଅଲିମ୍ପିକ୍ସ କ୍ରୀଡ଼ା ପ୍ରତିଯୋଗିତାରେ ଆମେରିକାର ସିଡନୀ ମ୍ୟାକ୍‌ଲଫଲିନ୍‌ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ମହିଳା ବର୍ଗ ୪୦୦ ମିଟର ହର୍ଡଲ୍ସରେ ସେ ନିଜ ନାମରେ ରହିଥିବା ବିଶ୍ୱ ରେକର୍ଡ ଭଙ୍ଗ କରିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ନିର୍ଦ୍ଧାରିତ ଦୂରତାକୁ ୫୧.୪୭ ସେକେଣ୍ଡରେ ଅତିକ୍ରମ କରିଥିଲେ । ଅନ୍ୟ ଆମେରିକୀୟ ତଥା ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଡାଲିଲା ମହମ୍ମଦ ୫୧.୫୮ ସେକେଣ୍ଡରେ ରେସ୍‌ ଶେଷ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ସେ ମଧ୍ୟ ପୂର୍ବ ବିଶ୍ୱ ରେକର୍ଡ ଭଙ୍ଗ କରିଥିଲେ ।

ହେଲେ ସେତେବେଳକୁ ସିଡନୀ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିସାରିଥିଲେ । ସେହିପରି ନେଦରଲାଣ୍ଡ୍‌ସର ଫେମକେ ବୋଲ ୫୨.୦୩ ସେକେଣ୍ଡ ସହ ୟୁରୋପୀୟ ରେକର୍ଡ ସ୍ଥାପନ କରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ । ପୂର୍ବରୁ ଏହି ଇଭେଣ୍ଟରେ ବିଶ୍ୱ ରେକର୍ଡ ଡାଲିଲାଙ୍କ ନାମରେ ରହିଥିଲା । ସିଡନୀ ଗତ ଜୁନ୍‌ରେ ଅନୁଷ୍ଠିତ ଆମେରିକା ଟ୍ରାକ୍‌ ଓ ଫିଲ୍ଡ ଚାମ୍ପିଅନ୍‌ସିପ୍‌ରେ ୫୧.୯୦ ସେକେଣ୍ଡ ଟାଇମିଂ ସହ ଡାଲିଲାଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଥିଲେ । ସ୍ୱର୍ଣ୍ଣ ପଦକ ଦାବିଦାର ରୂପେ ସେ ଟୋକିଓ ଆସିଥିଲେ । ଆଜି ସେ ପୁନର୍ବାର ନିଜ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଥିଲେ ।

ଅନ୍ୟ ପଟରେ ଡାଲିଲା ୪୦୦ ମିଟର ହର୍ଡଲ୍ସରେ ଅପ୍ରତିଦ୍ୱନ୍ଦ୍ୱୀ ଥିଲେ । ସେ ରିଓ ସମେତ ଦୋହା ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଆଜି ଫାଇନାଲ୍‌ ରେସ୍‌ରେ ବନ୍ଧୁକ ସଂକେତ ମିଳିବା ମାତ୍ରେ ଡାଲିଲା ଷ୍ଟାର୍ଟ ଲାଇନ୍‌ରୁ କ୍ଷୀପ୍ର ବେଗରେ ଆଗେଇଥିଲେ । ପ୍ରଥମ ୨୦ର ମିଟର ପର୍ଯ୍ୟନ୍ତ ଡାଲିଲା ଆଗରେ ରହିଥିଲେ । ସିଡନୀ ଓ ଫେକମେ ପରସ୍ପର ସହ ତାଳ ଦେଇ ଆଗକୁ ବଢିଥିଲେ । ପରବର୍ତ୍ତୀ ୧୦୦ ମିଟର ବେଳକୁ ଡାଲିଲାଙ୍କ ନିକଟରେ ପହଞ୍ଚି ସାରିଥିଲେ ସିଡନୀ ଓ ଫେକମେ । ଅନ୍ତିମ ହର୍ଡଲ୍ସ ବେଳକୁ ଡାଲିଲାଙ୍କ ବେଗ କମିଥିଲା ଓ ସିଡନୀ ତାଙ୍କୁ ଅତିକ୍ରମ କରି ସାରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.