ପ୍ରତିରକ୍ଷା ସଚିବଙ୍କ ନିକଟରେ କରୋନା ଲକ୍ଷଣ: ୩୫ ଅଫିସର ହୋମ୍ କ୍ବାରେଣ୍ଟାଇନ୍, କାର୍ଯ୍ୟାଳୟ ଆସିଲେନି ରାଜନାଥ

ନୂଆଦିଲ୍ଲୀ,୪।୬: ପ୍ରତିରକ୍ଷା ସଚିବ ଅଜୟ କୁମାରଙ୍କ ନିକଟରେ ବୁଧବାର କୋଭିଡ୍-୧୯ ସଂକ୍ରମଣର ଲକ୍ଷଣ ଦେଖିବାକୁ ମିଳିଛି। ଏହାପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ପତ୍ତା ଲଗାଇବାକୁ ନେଇ ବ୍ୟାପକ ଅଭିଯାନ ଚଳାଇଥିଲେ। ବୁଧବାର ସକାଳେ କୁମାରଙ୍କ ଭିତରେ ଲକ୍ଷଣ ଦେଖିବାର ସୂଚନା ମିଳିବା ପରେ ରାୟସିନା ହିଲସର ସାଉଦ୍ ବ୍ଲକ ମନ୍ତ୍ରଣାଳୟର ମୁଖ୍ୟାଳୟରେ କାର୍ଯ୍ୟରତ କମରୁ କମ୍ ୩୫ ଅଧିକାରୀଙ୍କୁ ଘରେ କ୍ବାରେଣ୍ଟାଇନରେ ରଖାଯାଇଛି। ତେବେ ଏ ବିଷୟରେ କୌଣସି ଅଫିସିଆଲ ସୂଚନା ମିଳିପାରି ନାହିଁ।

ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଏହି ମାମଲାରେ କୌଣସି ପ୍ରକାର ସୂଚନା ଦେବାକୁ ମନା କରିଦେଇଛନ୍ତି। ସେଭଳି ସେନାର ଦୁଇ ବରିଷ୍ଠ ଅଧିକାରୀ କହିଛନ୍ତି କୁମାର ସଂକ୍ରମିତ ଜଣାପଡିଛନ୍ତି। କୁହାଯାଉଛି ଯେ, ସାବଧାନୀକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କାର୍ଯ୍ୟାଳୟ ଯାଇ ନାହାନ୍ତି। ପ୍ରତିରକ୍ଷା ମନ୍ତ୍ରୀ, ପ୍ରତିରକ୍ଷା ସଚିବ, ସେନା ମୁଖ୍ୟ ଓ ନୌସେନା ମୁଖ୍ୟର କାର୍ଯ୍ୟାଳୟ ସାଉଥ୍ ବ୍ଲକର ପ୍ରଥମ ତଳରେ ଅଛନ୍ତି। ଏହି କଥା ଜଣାପଡିନାହିଁ ଯେ, କୁମାରଙ୍କୁ କୌଣସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି କି ନାହିଁ।

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…

ବିହାର ନିର୍ବାଚନର ଏକ ରୋଚକ ତଥ୍ୟ, ୪ଟି ମେଣ୍ଟ କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ୬ ଦାବିଦାର

ଚୀନ୍‌ର ଡିଜିଟାଲ୍ ପ୍ଲାନ୍ ! ଚାଇନିଜ୍ ମୋବାଇଲରୁ ଅରୁଣାଚଳ ଗାଏବ୍…