ଖାକିରେ ଦାଗ: ଟି-ଲିଙ୍କ୍‌ ସନ୍ଦେହରେ ପୁଲିସ ଏଏସ୍‍ଆଇ ନିଲମ୍ୱିତ

କେନ୍ଦ୍ରାପଡ଼ା ୫/୩: କେନ୍ଦ୍ରାପଡ଼ା ପୁଲିସର ଅପରାଧୀ ଲିଙ୍କ୍‍ କିଛି ନୂଆ କଥା ନୁହେଁ । ବିଗତ ଦିନର ଗ୍ୟାଙ୍ଗ୍‌ଷ୍ଟର୍‌ ସୟଦ ଉସମାନ ଅଲ୍ଲୀ ଓରଫ ଟିଟୋ ଲିଙ୍କ୍‌ରେ ଥିବା ଜଣେ ପୁଲିସ ଏଏସ୍‍ଆଇଙ୍କ କଳାକାରମାନା ଶେଷରେ ଧରାପଡ଼ିଛି । ଟି-ଲିଙ୍କ୍‍ ସନ୍ଦେହରେ ପୁଲିସ ଏଏସ୍‍ଆଇ ରାଜେନ୍ଦ୍ର ନାରାୟଣ ଦେହୁରିଙ୍କୁ କାର୍ଯ୍ୟରୁ ନିଲମ୍ୱନ କରିଛନ୍ତି କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର ।

ଏସ୍‌ପି ଶ୍ରୀ ଶେଖରଙ୍କ ସୂଚନା ମୁତାବକ ଏଏସ୍‌ଆଇ ଶ୍ରୀ ଦେହୁରି କେନ୍ଦ୍ରାପଡ଼ା ସଦର କୋର୍ଟ କାର୍ଯ୍ୟବାହୀ ଥିଲେ । ସେ ସବୁ ଜାଣି ବି ଗ୍ୟାଙ୍ଗଷ୍ଟର୍‌ ଟିଟୋର ଭାଇ ସୟସ ଇମ୍ରାନ ଅଲ୍ଲୀ ଓରଫ ସପୋ ବିଷୟରେ କିଛି ସୂଚନା ଦେଇନଥିଲେ । ଯେତେବେଳେ କି ଟିଟୋର ବିଭିନ୍ନ କଳାକାରନାମାରେ ତା’ର ସମ୍ପୃକ୍ତି ରହିଥିଲା । ଏସ୍‌ଟିଏଫ୍‌ରେ ରୁଜୁ ବିଭିନ୍ନ ମାମଲାରେ ହାଇକୋର୍ଟରୁ ଆଗୁଆ ଜାମିନ ଆଦେଶନାମା ଆଣି କେନ୍ଦ୍ରାପଡ଼ା କୋର୍ଟରେ ଦାଖଲ କରିବାକୁ ଆସିଥିଲା ସପୋ । ହେଲେ ଏ ବାବଦରେ ଏଏସ୍‍ଆଇ ଶ୍ରୀ ଦେହୁରି ପୁଲିସ ଉଚ୍ଚ କର୍ତ୍ତୃପକ୍ଷଙ୍କୁ କୌଣସି ସୂଚନା ଦେଇନଥିଲେ, ଯାହାଫଳରେ ସପୋ ସମ୍ଭାବ୍ୟ ଗିରଫଦାରିରୁ ବର୍ତ୍ତି ଯାଇଥିଲା । ସପୋ ନାଁରେ ଏସ୍‌ଟିଏଫ୍‍ ବାଦ୍‌ କେନ୍ଦ୍ରାପଡ଼ାର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବାବେଳେ ସେଥିରୁ କେତେକରେ ୱାରେଣ୍ଟ ବି ଜାରି ହୋଇଛି । ଏଏସ୍‍ଆଇ ଏନେଇ ସୂଚନା ଦେଇଥିଲେ ସପୋକୁ ତତ୍କାଳ ଗିରଫ କରାଯାଇ ପାରିଥାଆନ୍ତା ବୋଲି ସୂଚନା ଦେଇଛନ୍ତି ଏସ୍‌ପି ଶ୍ରୀ ଶେଖର ।

   ସମ୍ବନ୍ଧିତ ଖବର


କୂଳପତି ପଦ ପାଇଁ ଆଶାୟୀ ରାଜବନରେ ଦେଇଥିଲେ ଲିଖିତ ପରୀକ୍ଷା, ଏତିକିଟି ପ୍ରଶ୍ନର ଉତ୍ତର ରଖିଲେ ଆଶାୟୀ…

ଧର୍ମ ପରିବର୍ତ୍ତନ କରିବାକୁ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଯାତନା – ଥାନାରେ ଏତଲା ଦେଲେ ମହିଳା

ଲିଭର ପ୍ରତ୍ୟାରୋପଣ ପାଇଁ ସମ ହସ୍ପିଟାଲ ଓ ଏସିଆନ ଇନ୍ଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ

ରାଜ୍ୟ ସରକାର ଜାରି କଲେ ଡିସେମ୍ବର ଗାଇଡଲାଇନ୍

ଆଜି ବଡ଼ଓଷା: ଧବଳେଶ୍ୱର ପୀଠରେ ଲାଗି ହେବ ଧଳା ଗଜ ମଣ୍ଡା, ଅଟକାଳି ଭୋଗ

ନିର୍ଦ୍ଦୟ ପ୍ରେମିକ ! ପ୍ରେମିକାକୁ ଗର୍ଭବତୀ କରିବା ପରେ ମଧ୍ୟ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର କରୁଥିଲା ଯୌନଶୋଷଣ …