ପ୍ରମୁଖ ଖବର
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

କୋହଲିଙ୍କ ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀଙ୍କ ଭବିଷ୍ୟବାଣୀ, ଭାରତ ହିଁ ଜିତିବ ଟି-୨୦ ବିଶ୍ୱକପ୍

ମେଲବୋର୍ଣ୍ଣ,୨୧।୧୦: ଭାରତର ଏଥର ଟି-୨୦ ବିଶ୍ବକପ୍ ଜିତିବ। ଏଭଳି କିଛି ଭବିଷ୍ୟବାଣୀ କରିଛନ୍ତି କ୍ରିକେଟ ପଡିଆରେ ବିରାଟ କୋହଲିଙ୍କର ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ଅଷ୍ଟ୍ରେଲିଆର ଅନୁଭବୀ ବ୍ୟାଟସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ । ସେ କହିଛନ୍ତି ଭାରତୀୟ ଟିମ୍‌ ଟି-୨୦ ବିଶ୍ବକପ୍‌ରେ କିଛି ଭଲ ମ୍ୟାଚ୍ ଓ୍ବିନର ଅଛନ୍ତି ଓ ବିରାଟ କୋହଲିଙ୍କ ଟିମ୍ ଏହାକୁ ଜିତିବାର ପ୍ରବଳ ଦାବିଦାର।  ଉଲ୍ଲେଖନୀୟ ଯେ, କୋହଲି ଓ ଷ୍ଟିଭ୍ ସ୍ମିଥ୍ ବିଶ୍ବର ଭଲ ବ୍ୟାଟସମ୍ୟାନ୍ ଭାବରେ ଜଣାଯାଆନ୍ତି। ସବୁବେଳେ ବିରାଟ କୋହଲି ଓ ଷ୍ଟିଭ୍ ସ୍ମିଥ୍‌ଙ୍କ ଭିତରେ ଏହି ତୁଳନା ହୋଇଥାଏ ଯେ, କେଉଁ ବ୍ୟାଟସମ୍ୟାନ୍ ମହାନ।

ଭାରତ ଅଭ୍ୟାସ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୮ ଓ୍ବିକେଟରେ ହରାଇଛି। ରୋହିତ ଶର୍ମା(୬୦), କେଏଲ ରାହୁଲ(୩୯) ଓ ସୂର୍ଯ୍ୟକୁମାର ଯାଦବ(୩୮) ଖୁବ୍ ଭଲ ଇନିଂସ ଖେଳିଥିଲେ। କୋହଲି ଏହି ମ୍ୟାଚ୍‌ରେ ବୋଲିଂ ମଧ୍ୟ କରିଛନ୍ତି। କାରଣ ଭାରତ ଷଷ୍ଠ ବୋଲରର ବିକଳ୍ପର ସନ୍ଧାନରେ ରହିଛି। ସ୍ମିଥ୍ ‘ସିଡନୀ ମର୍ନିଂ ହେରାଲ୍ଡ’କୁ ସାକ୍ଷାତକାରରେ କହିଛନ୍ତି , ଖୁବ୍ ଭଲ ଟିମ୍ ଓ ତାପାଖରେ କିଛି ଭଲ ମ୍ୟାଚ୍ ଓ୍ବିନର ରହିଛନ୍ତି।  ସ୍ମିଥ୍ ମଧ୍ୟ ଏହି ମ୍ୟାଚ୍‌ରେ ୪୮ଟି ବଲ୍‌ରେ ୫୭ ରନ୍ କରିଥିଲେ ଓ ମାର୍ଚ୍ଚ ପରେ ପ୍ରଥମ ଥର ଅର୍ଦ୍ଧଶତକ କରିଥିଲେ।  

ଟି-୨୦ ବିଶ୍ବକପ୍ ପୂର୍ବରୁ ଭାରତ ନିଜର ଦ୍ବିତୀୟ ଓ୍ବାର୍ମଅପ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଓ୍ବିକେଟରେ ହରାଇଥିଲା। ଏହି ମ୍ୟାଚ୍‌ର ଏକ ମଜାସର କ୍ଷଣ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଥିଲା।  ଏହି ମ୍ୟାଚ୍‌ରେ ବିରାଟ କୋହଲି ଅଷ୍ଟ୍ରେଲିଆର ବ୍ୟାଟସମ୍ୟାନଙ୍କୁ ବୋଲିଂ କରୁଥିବାର ଦେଖିବାକୁ ମିଳିଛନ୍ତି। ବିରାଟ କୋହଲି ବୋଲିଂ କରିବା ପରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ ଷ୍ଟିଭ୍ ସ୍ମିଥଙ୍କୁ ତାଙ୍କ ଆକ୍ସନକୁ ମଜାଳିଆ ଭାବରେ କପି କରିଥିଲେ। ଯାହାପରେ ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଖୁବ୍  ଭାଇରାଲ ହେଉଛି। କୋହଲିଙ୍କ ବୋଲିଂ ଆକ୍ସନ ସ୍ମିଥ୍‌ଙ୍କ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା। ବଲ୍‌କୁ ଲଙ୍ଗ-ଅଫ୍ ଆଡକୁ ସଟ୍‌ ମାରି ସ୍ମିଥ କୋହଲିଙ୍କ ଆକ୍ସନକୁ ନକଲ କରି ନିଜକୁ ନି​‌ଜେ ହସନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.