ପ୍ରମୁଖ ଖବର
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

୨୦୨୦ ଟି-ଟ୍ୱେଣ୍ଟି ବିଶ୍ୱକପ କ୍ରୀଡ଼ାସୂଚୀ ଘୋଷିତ, ଲିଗ୍‌ରେ ଭେଟିବେନି ଭାରତ-ପାକିସ୍ତାନ

ମେଲବୋର୍ଣ୍ଣ,୨୯ା୧(ଏଜେନ୍ସିା): ୨୦୨୦ରେ ଆୟୋଜିତ ହେବାକୁ ଯାଉଥିବା ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର କ୍ରୀଡ଼ାସୂଚୀ ଘୋଷଣା କରାଯାଉଛି । ଏଥର ଅଷ୍ଟ୍ରେଲିଆ ଉଭୟ ମହିଳା ଓ ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଆୟୋଜନ କରିବ । କ୍ରିକେଟ୍‌ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ ଉଭୟ ପୁରୁଷ ଓ ମହିଳା ଟି-ଟ୍ୱେଣ୍ଟି ବିଶ୍ୱମପ୍‌ ଆୟୋଜିତ ହେବାକୁ ଯାଉଛି । ଫେବୃଆରୀ ୨୧ରୁ ମହିଳା ବିଶ୍ୱକପ୍‌ ଆରମ୍ଭ ହୋଇ ମାର୍ଚ୍ଚ ମାସ ୮ ତାରିଖରେ ଶେଷ ହେବ । ସେହିପରି ପୁରୁଷ ବିଶ୍ୱକପ୍‌ ଅକ୍ଟୋବର ମାସ ୧୮ ତାରିଖରୁ ପୁରୁଷ ବିଶ୍ୱକପ୍‌ ଆରମ୍ଭ ହୋଇ ନଭେମ୍ବର ମାସ ୧୫ତାରିଖରେ ଫାଇନାଲ୍‌ ଖେଳାଯିବ । ଏଥର ବିଶ୍ୱକପ୍‌ରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଲିଗ୍‌ ରାଉଣ୍ଡ୍‌ରେ ଭେଟିବେ ନାହିଁ । ଉଭୟ ଭିନ୍ନ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି
ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରୁ ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଆରମ୍ଭ ହେବ । ପ୍ରଥମେ ୮ଟି ଦଳକୁ ନେଇ ଯୋଗ୍ୟତା ରାଉଣ୍ଡ ଖେଳାଯିବ । ଅକ୍ଟୋବର ମାସ ୧୮ ତାରିଖରୁ ଯୋଗ୍ୟତା ରାଉଣ୍ଡ ଆରମ୍ଭ ହୋଇ ୨୩ ତାରିଖରେ ଶେଷ ହେବ । ଏଥିରୁ ୪ଟି ଶ୍ରେଷ୍ଠ ଦଳ ମୁଖ୍ୟ ଗ୍ରୁପ୍‌(ସୁପର-୧୨)କୁ ଯୋଗ୍ୟତା ଅର୍ଜନ କରିବେ । ୨୪ତାରିଖରୁ ମୁଖ୍ୟ ଗ୍ରୁପ୍‌ର ଲିଗ୍‌ ପର୍ଯ୍ୟାୟ ଆରମ୍ଭ ହେବ ।
ମାନ୍ୟତା ତାଲିକା ଆଧାରରେ ଶ୍ରେଷ୍ଠ ୮ଟି ମାନ୍ୟତା ପ୍ରାପ୍ତ ଦଳ ପୂର୍ବରୁ ମୁଖ୍ୟ ଡ୍ର’କୁ ସିଧା ସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି । ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ପରେ ଅନ୍ୟ ୪ ଦଳ ଏମାନଙ୍କ ସହ ସୁପର-୧୨ ରାଉଣ୍ଡରେ ଯୋଗ ଦେବେ । ଗ୍ରୁପ୍‌-୧ରେ ଅଷ୍ଟ୍ରେଲିଆ, ପାକିସ୍ତାନ, ୱେଷ୍ଟଇଣ୍ଡିଜ୍‌ ଓ ନ୍ୟୁଜିଲାଣ୍ଡ ସ୍ଥାନ ପାଇଛନ୍ତି । ସେହିପରି ଗ୍ରୁପ୍‌-୨ରେ ରହିଛନ୍ତି ଭାରତ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ।
ଲିଗ୍‌ ରାଉଣ୍ଡ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇ ନାହାନ୍ତି । ଫଳରେ ଉଭୟ ଦେଶ ଏଥର ଲିଗ୍‌ ରାଉ ପରସ୍ପରକୁ ଭେଟୁ ନାହାନ୍ତି । ୨୦୧୧ ଦିନିକିଆ ବିଶ୍ୱକପ୍‌ ଠାରୁ ସମସ୍ତ ଆଇସିସି ଟୁର୍ଣ୍ଣାମେଣ୍ଟ ଗୁଡ଼ିକର ଲିଗ୍‌ ରାଉଣ୍ଡ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହୋଇ ଆସିଛି । ଚଳିତ ବର୍ଷ ଇଂଲଣ୍ଡରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ରେ ମଧ୍ୟ ଉଭୟ ଦଳ ଲିଗ୍‌ ରାଉଣ୍ଡ୍‌ରେ ପରସ୍ପରକୁ ଭେଟିବେ । ଟି-ଟ୍ୱେଣ୍ଟି ମାନ୍ୟତା ଯୋଗୁଁ ଉଭୟ ଦଳ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇପାରି ନାହାନ୍ତି । ତେଣୁ ଲିଗ୍‌ ରାଉଣ୍ଡରେ ଉଭୟ ଦଳ ପରସ୍ପରକୁ ଭେଟୁ ନାହାନ୍ତି । ପାକିସ୍ତାନ ଟି-ଟ୍ୱେଣ୍ଟି ମାନ୍ୟତାର ଶୀର୍ଷ ସ୍ଥାନ ହାସଲ କରିଥିବାବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଫଳରେ ଉଭୟ ଭିନ୍ନ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି ।
ଟି-ଟ୍ୱେଣ୍ଟି ମାନ୍ୟତା ତାଲିକାର ନବମ ଓ ଦଶମ ସ୍ଥାନରେ ରହିଥିବା ଶ୍ରୀଲଙ୍କା ଓ ବାଂଲାଦେଶ ସିଧା ସଳଖ ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି । ଉଭୟ ଦଳ ଅନ୍ୟ ୬ଟି ଦଳ ସହ ଯୋଗ୍ୟତା ରାଉଣ୍ଡ ଖେଳିବେ ।
ସୁପର-୧୨ ରାଉଣ୍ଡ୍‌ ଅକ୍ଟୋବର ମାସ ୨୪ ତାରିଖରୁ ଆରମ୍ଭ ହେବ । ଉଦ୍‌ଘାଟନୀ ଦିବସରେ ୨ଟି ମ୍ୟାଚ୍‌ ରହିଛି । ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ପରସ୍ପରକୁ ଭେଟିବେ । ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଏହି ମ୍ୟାଚ୍‌ ଖେଳାଯିବ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌ ଅନୁଷ୍ଠିତ ହେବ । ପର୍ଥରେ ଏହି ମ୍ୟାଚ୍‌ ଖେଳାଯିବ । ଡିଫେଣ୍ଡିଂ ଚାମ୍ପିଅନ୍‌ ୱେଷ୍ଟଇଣ୍ଡିଜ୍‌ ୨୫ତାରିଖରେ ଅଭିଯାନ ଆରମ୍ଭ କରିବ । ଇଣ୍ଡିଜ୍‌ ଦଳ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ ।
ସିଡନୀ ଓ ଆଡିଲେଡ୍‌ ଉଭୟ ସେମି ଫାଇନାଲ୍‌ ଆୟୋଜନ କରିବ । ନଭେମ୍ବର ମାସ ୧୧ ଓ ୧୨ ତାରିଖରେ ଏହି ମ୍ୟାଚ ଦ୍ୱୟ ଆୟୋଜିତ ହେବ । ୧୫ ତାରିଖରେ ମେଲବୋର୍ଣ୍ଣ ଗ୍ରାଉଣ୍ଡ ଫାଇନାଲ୍‌ ଆୟୋଜନ କରିବ ।
ମହିଳା ବିଶ୍ୱକପ: ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଉଦ୍‌ଘାଟନୀ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ ଓ ଭାରତ ପରସ୍ପରକୁ ଭେଟିବେ । ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଏହି ମ୍ୟାଚ୍‌ ଖେଳାଯିବ । ମହିଳା ବିଶ୍ୱକପ୍‌ରେ ୧୦ଟି ଦଳ ଭାଗ ନେବେ । ଟୁର୍ଣ୍ଣାମେଣ୍ଟରେ ମୋଟ୍‌ ୨୩ଟି ଖେଳାଯିବ । ମେଲ୍‌ବୋର୍ଣ୍ଣ କ୍ରକେଟ୍‌ ଗ୍ରାଉଣ୍ଡ ଫାଇନାଲ୍‌ ମ୍ୟାଚ୍‌ ଆୟୋଜନ କରିବ । ଅନ୍ତର୍ଜାତୀୟ ମହିଳା ଦିବରେ ମହିଳା ବିଶ୍ୱକପ୍‌ର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ ।
ମହିଳା ବର୍ଗରେ ୧୦ଟି ଦଳକୁ ୨ଟି ଗ୍ରୁପ୍‌ରେ ଭାଗ କରାଯାଇଛି । ଉଭୟ ଗ୍ରୁପ୍‌ରେ ୫ଟି ଲେଖାଏଁ ଦଳ ସ୍ଥାନ ପାଇଛନ୍ତି । ଗ୍ରୁପ୍‌-ଏ ରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଭାରତ, ଶ୍ରୀଲଙ୍କା ଓ ଗୋଟିଏ ଯୋଗ୍ୟତା ପ୍ରାପ୍ତ ଦଳ ରହିଛନ୍ତି । ସେହିପରି ଗ୍ରୁପ୍‌ ବି’ରେ ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍‌, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ସହ ଅନ୍ୟ ଏକ ଯୋଗ୍ୟତା ପ୍ରାପ୍ତ ଦଳକୁ ସ୍ଥାନ ଦିଆ ଯାଇଛି । ଉଭୟ ବର୍ଗର ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆର ୮ଟି ସହରରୁ ୧୩ଟି ଷ୍ଟାଡିୟମ୍‌କୁ ଚୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.