PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ୱର: ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଠାବ
  • ||
  • ନୟାଗଡ଼: କଟକ ଅବକାରୀ ଗୋଇନ୍ଦା ବିଭାଗ ଦ୍ବାରା ୨କିଲୋ ୩୦୦ଗ୍ରାମ ଅଫିମ ଜବତ, ଜଣେ ଗିରଫ
  • ||
  • ପୁରୀ: ଶ୍ରୀମନ୍ଦିର ସହ ଜଡ଼ିତ ୨୩ଜଣ କରୋନା ପଜିଟିଭ୍ ଚିହ୍ନଟ : ସେବାୟତଙ୍କ ସମେତ ଏକାଧିକ କର୍ମଚାରୀ ସଂକ୍ରମିତ
  • ||
  • ଗଞ୍ଜାମ: ୭ ଦିନ ପାଇଁ ସମସ୍ତ ଧର୍ମାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଯଥା- ପାର୍କ ସମୁଦ୍ରକୂଳ ବନ୍ଦ ନିର୍ଦ୍ଦେଶ, ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ମନା
  • ||
  • ମାଲକାନଗିରି: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ଜାମୁଝାଡୀ ଜଙ୍ଗଲରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
  • ||
  • କଳାହାଣ୍ଡି: ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଯାଜପୁର: ଡଙ୍କାରୀରେ ବଡ ଧରଣର ଚଢ଼ାଉ, କଳାପଥର ଗାଡି ଜବତ, ଏକାଧିକ ଲୁଟେରା ଗିରଫ
  • ||
  • ବୋଲଗଡ଼: ବାଇକ୍- ବୁଲେଟ ମୁଁହା ମୁଁହି ଧକ୍କା, ୨ ଗୁରୁତର
  • ||
  • ଆଇପିଏଲ୍‌ର-୧୪: ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ
  • ||
  • କରଞ୍ଜିଆର ଥାନା ବୁଢୀଗାଁରର ଘଟଣା- ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକକୁ କଟୁରିରେ ହାଣିଲା ସ୍ୱାମୀ , ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ବାଲେଶ୍ୱରରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • ରାଜ୍ୟ: ପୁଣି ୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୩୦କୁ ଛୁଇଁଲା
  • ||
  • ଓଡ଼ିଶାରେ ଆଜି ୧୭୮୪ କରୋନା ପଜିଟିଭ୍‌ ଚିହ୍ନଟ, କ୍ୱାରାଣ୍ଟାଇନ୍‌ରୁ ୧୦୩୫ , ଲୋକାଲ କଣ୍ଟାକ୍ଟରୁ ୭୪୯ ଚିହ୍ନଟ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||

ଆଇଟି ରେଡ୍ ପରେ ପୁଣି ମୁହଁ ଖୋଲିଲେ ତାପସୀ ପନ୍ନୁ, କହିଲେ, ‘ମୁଁ ଜାଣିସାରିଥିଲି ଏଠାରେ କିଛି ବି ହୋଇପାରେ’

ମୁମ୍ବାଇ ୯।୩ : ଏବେ ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ। ଗତ କିଛି ଦିନ ପୁର୍ବରୁ  ଆୟକର ବିଭାଗ ତାପସୀଙ୍କ ଘରେ ଚଢ଼ାଉ କରିଥିଲା। କେବଳ ଏତିକି ନୁହେଁ, ତାଙ୍କ ମୋବାଇଲ ଫୋନ୍‌ ମଧ୍ୟ ଜବତ କରିଥିଲା। ଶନିବାର ଦିନ ତାପସୀଙ୍କୁ ତାଙ୍କ ମୋବାଇଲ୍‌ ଫେରସ୍ତ କରାଯାଇଥିଲା। ତାପସୀ ଏବଂ ଅନୁରାଗ କଶ୍ୟପ କୋଟି କୋଟି ଟଙ୍କାର ଟ୍ୟାକ୍ସ ଅନିୟମିତତା ସହ ଜଡିତ ଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ଅଭିନେତ୍ରୀ ପୁଣି ଥରେ ନିଜ ପ୍ରତିକ୍ରିୟା ରଖିଛନ୍ତି।

ଏକ ସାକ୍ଷାତକାରରେ ତାପସୀ କହିଛନ୍ତି ଯେ, ସର୍ବସାଧାରଣ ବ୍ୟକ୍ତିତ୍ୱ ପାଇଁ ସେ ଏପରି କାର୍ଯ୍ୟାନୁଷ୍ଠାନ ପାଇଁ ସବୁବେଳେ ପ୍ରସ୍ତୁତ ଥିଲେ, କିନ୍ତୁ ଏହା ତାଙ୍କ ପରିବାର ପାଇଁ ଆଶ୍ଚର୍ଯ୍ୟଜନକ ଘଟଣା। ଗତ କିଛି ବର୍ଷ କିମ୍ବା ମାସ ମଧ୍ୟରେ, ସେ ବହୁତ ଭଲ ଭାବରେ ଜାଣିସାରିଥିଲେ କି, ଏଠାରେ କିଛି ବି ହୋଇପାରେ । ତାପସୀ କହିଛନ୍ତି, ‘ଯେତେବେଳେ ଆୟକର ବିଭାଗର ଅଧିକାରୀମାନେ ମୋ ପାଖକୁ ଆସିଲେ, ମୋତେ କୁହାଯାଇଥିଲା ଯେ ମୋର ଦିଲ୍ଲୀ ଏବଂ ମୁମ୍ବାଇର ଅନ୍ୟାନ୍ୟ ସ୍ଥାନ ଉପରେ ଯାଞ୍ଚ କରାଯାଉଛି। ମୋତେ ପୂର୍ବରୁ ସୂଚିତ କରିଦିଆଯାଇଥିଲା । କିନ୍ତୁ ମୋତେ କେବେ ବି ଏମିତି ଲାଗିନଥିଲା କି ମୋ ପରିବାର ସହିତ ଏମିତି କିଛି ହେବ ବୋଲି।’

ସୂଚନାଯୋଗ୍ୟ ଯେ, ଗତ ୩ ତାରିଖରେ ଆୟକର ବିଭାଗ ବଲିଉଡ ନିର୍ଦ୍ଦେଶକ ଅନୁରାଗ କାଶ୍ୟପ, ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ମଧୁ ମଣ୍ଟେନାଙ୍କ ଘରେ ଚଢ଼ାଉ କରିଥିଲା । ଆୟକର ଅଧିକାରୀମାନେ ମଧ୍ୟ ମଧୁ ମଣ୍ଟେନାଙ୍କ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ କ୍ୱାନଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ। ତେବେ ଏହି ଚଢ଼ାଉ ଫେଣ୍ଟମ ଫିଲ୍ମର ଟ୍ୟାକ୍ସ ଚୋରି ଘଟଣାରେ କରାଯାଉଛି ବୋଲି କୁହାଯାଇଥିଲା।