ନଭେମ୍ବରରୁ ଆରମ୍ଭ ହେବ ‘ରଶ୍ମି ରକେଟ୍‌’ର ସୁଟିଂ’: ଗାଉଁଲି ଝିଅ ଭୂମିକାରେ ନଜର ଆସିବେ ତାପସୀ ପନ୍ନୁ

ମୁମ୍ବାଇ ୨୨/୦୮: ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ରଶ୍ମିି ରକେଟ୍‌’ର ସୁଟିଂ ଆସନ୍ତା ନଭେମ୍ବର ମାସରୁ ଆରମ୍ଭ ହେବାକୁ ଯାଉଛି । ଫିଲ୍ମର କାହାଣୀ ଗୁଜରାଟର ଜଣେ ଗାଉଁଲି ଝିଅଙ୍କ ଉପରେ ପର୍ଯ୍ୟବେସିତ । ତାଙ୍କ ନିକଟରେ ଏକ ଅସାଧାରଣ ପ୍ରତିଭା ରହିଛି । ତା’ ହେଲା ସେ ଖୁବ୍‌ ତୀବ୍ର ଗତିରେ ଦୌଡ଼ିପାରନ୍ତି ।

ସେଥିଯୋଗୁ ଗାଁ ଲୋକେ ତାଙ୍କୁ ‘ରକେଟ୍‌’ ବୋଲି ସମ୍ବୋଧନ କରନ୍ତି । ତେବେ ଯେତେବେଳେ ପ୍ରଫେସନାଲ ଭାବେ ସେହି ଟ୍ୟାଲେଣ୍ଟ ଦେଖାଇବାର ସୁଯୋଗ ମିଳେ ସେତେବେଳେ ତାଙ୍କ ରାସ୍ତାରେ କିପରି ବାଧାବିଘ୍ନ ଆସେ ଓ ସେ ତାକୁ କିପରି ଅତିକ୍ରମ କରନ୍ତି ତାହା ଏହି ଫିଲ୍ମରେ ଦେଖିବାକୁ ମିଳିବ । ଆକର୍ଷ ଖୁରାନା ଏହାର ନିର୍ଦ୍ଦଶେକ ଅଛନ୍ତିି ।

ଏ ସଂପର୍କରେ ତାପସୀ କହିଛନ୍ତି, ‘ ଲକଡାଉନ୍‌ର ୩ ମାସ ପୂର୍ବରୁ ମୁଁ ନିଜକୁ ଜଣେ ଧାବିକା ଭାବେ ପ୍ରସ୍ତୁତ କରୁଥିଲି । ଦୀର୍ଘ ଦିନର ବ୍ରେକ୍‌ ପରେ ମୋତେ ବର୍ତ୍ତମାନ ପୁଣି ମୂଳରୁ କାମ କରିବାକୁ ପଡ଼ିବ । ଏହି ଫିଲ୍ମ ପାଇଁ ମୁଁ ଉତ୍ସାହିତ ଅଛି ।’ ରୋନି ସ୍କ୍ରିୱାଲା ଏହାର ପ୍ରଯୋଜକ ଅଛନ୍ତି । ଆସନ୍ତା ବର୍ଷ ଫିଲ୍ମଟି ରିଲିଜ୍‌ ହୋଇପାରେ ।

   ସମ୍ବନ୍ଧିତ ଖବର


ଅକ୍ଷୟଙ୍କ ପୁଣି ଆଉ ଏକ ରେକର୍ଡ

ଡ୍ରଗ୍ସ ମାମଲା: କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ବାମୀ ହର୍ଷଙ୍କୁ ମିଳିଲା ଜାମିନ୍

ଭାରତୀ ଓ ତାଙ୍କ ସ୍ବାମୀଙ୍କୁ ‘ବେଲ୍‌ ନା ଜେଲ’, ଆଜି ହେବ ଶୁଣାଣି

ପ୍ରଯୋଜକଙ୍କ ନାଁରେ ଅଭିଯୋଗ , ଅଭିନେତ୍ରୀ କହିଲେ – ମୁଁ ବହୁତ ଆଘାତ ପାଇଛି

ଡ୍ରଗ୍ସ ସପ୍ଲାୟରର ମହା ଖୁଲାସା ! ସେକ୍ସ ଇଚ୍ଛା ବଢ଼ାଇବା ଓ ସ୍ଲିମ୍‌ ହେବାକୁ ଅଭିନେତ୍ରୀମାନେ ନେଉଛନ୍ତି ଏହି ନିଶା

ଡ୍ରଗ୍ସ ମାମଲା : କମେଡିଆନ ଭାରତୀ ସିଂହ ଓ ପତି ହର୍ଷଙ୍କୁ ପଠାଗଲା ନ୍ୟାୟିକ ହେପାଜତ , କାଲି ହେବ ଜାମିନ୍‌ ଶୁଣାଣି