ତବଲିଗ୍‌ ଜମାତର୍ ସାମିଲ୍‌ ଅଢେଇ ହଜାର ବିଦେଶୀଙ୍କୁ ଭାରତ ମନା- ୧୦ ବର୍ଷ ପାଇଁ ଲାଗିଲା କଟକଣା

ନୂଆଦିଲ୍ଲୀ – ତବଲିଗ୍‌ ଜମାତରେ ସାମିଲ ହୋଇଥିବା ଅଢେଇ ହଜାର ବିଦେଶୀ ନାଗରିକଙ୍କର ଭାରତ ଗସ୍ତ ଉପରେ ସରକାର ୧୦ ବର୍ଷର କଟକଣା ଜାରି କରିଛନ୍ତି। ଆସନ୍ତା ୧୦ ବର୍ଷା ପାଇଁ ଏମାନେ ଭାରତ ଆସିପାରିବେ ନାହିଁ । ଏହି ନାଗରିକମାନେ ଟୁରିଷ୍ଟ ଭିସାରେ ଭାରତ ଆସି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏମାନେ ଭିସା ନିୟମ ଉଲ୍ଲଘଂନ କରିଥିବାରୁ ସେମାନଙ୍କର ଭାରତ ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

କେନ୍ଦ୍ର ଗୃହମନ୍ତ୍ରାଳୟର ଅଧିକାରୀ ଏ ବିଷୟରେ ସୂଚନା ଦେଇଛନ୍ତି । ୨୫୫୦ ଲୋକଙ୍କର ସୂଚୀ ଜାରି କରାଯାଇଛି । ପୂର୍ବରୁ ୨୨୦୦ ଲୋକଙ୍କୁ ବ୍ଲାକଲିଷ୍ଟ କରାଯାଇଥିବା ସୂଚନା ମିଳିଥିଲା ।

ଏଥିରେ ମାଲି, ନାଇଜେରିଆ, ଶ୍ରୀଲଙ୍କା , କେନିୟା, ତାଞ୍ଜାନିଆ, ଦକ୍ଷିଣ ଅଫ୍ରିକା, ମିଂୟାମାର, ଥାଇଲାଣ୍ଡ , ବାଂଲାଦେଶ , ୟୁକେ , ଅଷ୍ଟ୍ରେଲିଆ ଓ ନେପାଳର ନାଗରିକ ଅଛନ୍ତି।

କରୋନା ସଙ୍କଟ ସମୟରେ ଦିଲ୍ଲୀରେ ନିଜାମୁଦ୍ଦୀନ ମକରଜରେ ଏକ ଜଲସରେ ସାମିଲ ହେବା ପାଇଁ ବିଦେଶରୁ ବହୁ ଲୋକଙ୍କର ସମାଗମ ହୋଇଥିଲା । ଏଥିରେ ସାମିଲ ଥିବା ଅନେକ ଲୋକଙ୍କୁ କରୋନା ସଂକ୍ରମଣ ହୋଇଥିଲା । ପରେ ସେଠାରେ ଅଂଶଗ୍ରହଣ କରିଥିବା ଲୋକ ଅଟକି ରହିବାରୁ ସଂକ୍ରମଣ ବ୍ୟାପିଥିଲା ।

ଏଥିରେ ତେଲେଙ୍ଗାନା, ୟୁପି ,ବିହାର, ଓଡିଶା , ପଶ୍ଚିମବଙ୍ଗ , ତାମିଲନାଡୁ ସହ ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକ ଅଂଶଗ୍ରହଣ କରିଥିଲେ ।

   ସମ୍ବନ୍ଧିତ ଖବର


ଚାଟ୍‌କୁ ନେଇ ପରିବାରରେ ବିବାଦ, ଶେଷରେ ହତ୍ୟା

ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟର ବୋଲସୋନାରୋ କରୋନା ସଂକ୍ରମିତ

ଶ୍ରୀମନ୍ଦିର ରତ୍ନସିଂହାସନରୁ ପଥର ଗାୟବ! ଦେଢ଼ଟି ପଦ୍ମ ପାଖୁଡ଼ା ନଥିବା ଅଭିଯୋଗ

ବିଶ୍ୱାସୀ ନୁହଁ ଡ୍ରାଗନ୍‌- ତୟାର ରହିଛନ୍ତି ଭରତୀୟ ଜବାନ୍‌: ବାୟୁସେନା ପକ୍ଷରୁ ଲଢୁଆ ବିମାନର ରାତ୍ରୀ କାଳିନ ପାଟ୍ରୋଲିଂ ଜାରି

ଖୁବ୍ ଶୀଘ୍ର ଲଞ୍ଚ୍ ହେବ ଇଲେକ୍ଟ୍ରିକ୍ ଭେଇକିଲ୍ Mahindra Atom, ଜାଣନ୍ତୁ ଦାମ୍ ଓ ଫିଚର୍ସ

ହୃଦୟ ବିଦାରକ ଦୃଶ୍ୟ: ଯନ୍ତାରେ ଭୋକିଲା ଶିଶୁକୁ ସାପ ଓ ୭୦୦ ଜୀବଙ୍କ ମଧ୍ୟରେ ରଖିଥିଲେ ମାଆ ଓ ସାବତବାପ- ପୁଲିସ କଲା ଉଦ୍ଧାର