ଗୋଡ଼ାଇଲାଣି ନୂଆ ଷ୍ଟ୍ରେନ୍ ଭୟ : ତହସିଲ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ, କାର୍ଯ୍ୟାଳୟକୁ ସିଲ କଲା ପ୍ରଶାସନ

ସୁନ୍ଦରଗଡ଼ ୨୩।୨ : ତହସିଲ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ କରୋନା। ସୁନ୍ଦରଗଡ଼ ଜିଲ୍ଲାର କୁଆରମୁଣ୍ଡା ତହସିଲ କାର୍ଯ୍ୟାଳୟର ଜଣେ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। କଣ୍ଟାକ୍ଟ ଟ୍ରେସିଂ ଓ ସାନିଟାଇଜର ପାଇଁ କାର୍ଯ୍ୟଳୟକୁ ସିଲ କଲା ପ୍ରଶାସନ ।
ଦେଶରେ ଏବେ କରୋନା ସଂକ୍ରମଣ ମାମଲା ପୁଣି ବୃଦ୍ଧି ହେବାରେ ଲାଗିଛି। ମହାରାଷ୍ଟ୍ରରେ କରୋନା ଭାଇରସ୍ର ନୂଆ ଷ୍ଟ୍ରେନ୍ ଠାବ ପରେ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ମାତ୍ର ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ ଡର ଗୋଡ଼ାଉଛି। ସବୁ ଖୋଲାମେଲା ଥିବାରୁ ରାଜ୍ୟରେ ପରିସ୍ଥିତି ବିଗିଡ଼ିବା ଆଶଙ୍କା ରହିଛି। ସ୍ବାସ୍ଥ୍ୟମନ୍ତ୍ରୀ ନିଜେ ସମାନ କଥା ଦୋହରାଇଛନ୍ତି। ନିୟମ ମାନିଲେ, ଲକଡାଉନର ଆବଶ୍ୟକତା ପଡ଼ିବନି। ହେଲେ ଅମାନ୍ୟ ହେଲେ, ପରିସ୍ଥିତି ବିଗିଡ଼ିଲେ ପୁଣି ଲକ୍ଡାଉନ୍ ଏବଂ ସଟଡାଉନ୍ ଫେରିପାରେ।