PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଏକ କୋଟି ୧୦ ଲକ୍ଷ ଲାଞ୍ଚ ନେଉଥିବା ବେଳେ ତହସିଲ୍‌ଦାର ଗିରଫ- ତେଲେଙ୍ଗାନାରେ ବିଲ୍ଡରଙ୍କଠାରୁ ନେଉଥିଲେ ଲାଞ୍ଚ

ହାଇଦ୍ରାବାଦ- ଜଣେ ତହସିଲ୍‌ଦାର ଏକ ଜମିଜମା ମାମଲାରେ ବିଲ୍ଡର ଠାରୁ ୧ କୋଟି ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି । ଏକ ଜମିରେ ବିକ୍ରି ତଥା ଏହା ଉପରେ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଥିବା କେତକ କଟକଣା ଦୂର କରିବା ସହ ଏହି ମାମଲାକୁ ରଫାଦଫା କରିବା ପାଇଁ ସମ୍ପୃକ୍ତ ତହସିଲଦାର ୨ କୋଟି ଟଙ୍କା ଲାଞ୍ଚ ମାଗିଥିଲେ । ମାତ୍ର ବିଲ୍ଡର ଜଣଙ୍କ ଏ କୋଟି ୧୦ ଲକ୍ଷଟଙ୍କା ଦେବା ପାଇଁ ପ୍ରସ୍ତୁତ ହୋଇଥିଲେ । ସେଠାର ଆଉ ଜଣେ ରାଜସ୍ୱ ଅଧିକାରୀ ମଧ୍ୟ ଏହି ମାମଲାରେ ଗିରଫ ହୋଇଛି । ତେଲେଙ୍ଗାନା ଆଣ୍ଟି କରପସନ୍‌ ବ୍ୟୁରୋ ଦ୍ୱାରା ଏହି ଦୁଇ ଜଣଙ୍କ ସହ ମୋଟ୍‌ ଚାରିଜଣ ଗିରଫ ହୋଇଛନ୍ତି ।

ଆଣ୍ଟି କରପସନ୍ ବ୍ୟୁରୋ ଦ୍ୱାରା ତେଲେଙ୍ଗାନା କୀସିରା ମଣ୍ଡଳର ତହସିଲଦାର ଇରଭା ବାଲାରାଜୁ ନାଗରାଜୁଙ୍କୁ ଗିରଫ କରାଯାଇଛି । ତେଲେଙ୍ଗାନା ମେଚ୍ଛଲ ଏବଂ ମାଲକାଜଗିର ଜିଲ୍ଲାରେ ଏକ ଜମି ବିବାଦର ମାମଲା ରଫା ଦଫା କରିବା ପାଇଁ ସେ ଏହି ଟଙ୍କା ମାଗିଥିଲେ । ୨୮ ଏକର ଜମି ବିବାଦ ମାମଲାକୁ ରଫା ଦଫା କରିବା ପାଇଁ ସେ ଏହି ଲାଞ୍ଚ ଦାବି କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ କିଛି ଚାଷୀଙ୍କ ନାମରେ ଏହି ଜମିଥିଲା । ହାଇକୋର୍ଟ ମଧ୍ୟ ଚାଷୀଙ୍କ ସମର୍ଥନରେ ରାୟ ପ୍ରଦାନ କରିଥିଲେ । ମାତ୍ର ଏହାପରେ ବି ସେହି ଗାଁର ସରପଞ୍ଚ ଏବଂ ନାଏବ ସରପଞ୍ଚ ସେହି ଜମି ହଡପ କରିବା ପାଇଁ ଚେଷ୍ଟା କରୁଥିବା ଏମାନେ ଅଭିଯୋଗ କରିଥିଲେ । ସରପଞ୍ଚ ଏବଂ ନାଏବ ସରପଞ୍ଚର ଅତ୍ୟାଚାର ସହି ନପାରି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଜଣେ ବିଲ୍ଡରଙ୍କ ଠାରୁ ୨ କୋଟି ଲାଞ୍ଚ ମାଗିବା ସହ ମାମଲାକୁ ରଫାଦଫା କରିବା ପାଇଁ ଏହି ତହସିଲଦାର ଚେଷ୍ଟା କରିଥିଲେ । ବିଲ୍ଡର ସଂସ୍ଥାର ୨ ଜଣ କର୍ମଚାରୀ ଅଞ୍ଜି ରେଡ୍ଡୀ ଏବଂ ଶ୍ରୀନାଥ ରେଡ୍ଡୀ ଟଙ୍କା ନେଇ ତହସିଲ ଦାରକୁ ଦେବା ପାଇଁ ଯାଇଥିବା ବେଳେ ଆଣ୍ଟି କରପସନ୍‌ ବ୍ୟୁରର ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି ।

ନାଗରାଜଙ୍କ ଘରୁ ୨୮ ଲକ୍ଷ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି । ଏହା ସହ ପ୍ରଚୁର ସୁନା ଜବତ କରାଯାଇଛି ।