PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ମାନବିକତା ଭୁଲିଗଲେ ମହିଳା ତହସିଲ୍‌ଦାର – ବୃଦ୍ଧ ଫଳବିକାଳୀଙ୍କୁ ବାଡିରେ ପିଟିଲେ ,ତହସିଲଦାର ବୁଲବୁଲ୍ ବେହେରା ଲକ୍‌ଡାଉନ୍‌ରେ ବିନା ମାସ୍କରେ ନାଚିଥିଲେ ବି କି କାର୍ଯ୍ୟାନୁଷ୍ଠାନ ହେଲା ତାହା ଅଜଣା


ଝାରସୁଗୁଡା/ଭୁବନେଶ୍ୱର – ଲକ୍‌ଡାଉନ୍‌ ବେଳେ ଅନେକ ଏହାକୁ ବେଖାତିର କରୁଥିବା ଦେଖିବାକୁ ମିଳିଛି । ଅନେକ ଅମାନିଆ ଅଛନ୍ତି । ହେଲେ ଅନେକ ରାଜ୍ୟରେ ପୋଲିସ୍‌କୁ ବି ଲାଠି ଚାର୍ଜ ନ କରିବା ପାଇଁ କେତକ ରାଜ୍ୟରେ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଆସାମରେ ଏବଂ ଛତିଶଗଡରେ ଜିଲ୍ଲାପାଳ ଥାପଡ ମାରି ମୋବାଇଲ୍‌ ଭାଙ୍ଗି ଦଣ୍ଡିତ ହୋଇଛନ୍ତି । ଓଡିଶାରେ ଜଣେ ମହିଳା ତହସଲଦାର ଲକ୍‌ଡାଉନ୍‌ରେ ଅମାନିଆଁଙ୍କୁ ସାବାଡ କରିବପାଇଁ ଯାଇଥିବା ବେଳେ ଆଇନକୁ ହାତକୁ ନେଇଛନ୍ତି । ତାଙ୍କର କାହାରିକୁ ମାଡି ମାରିବାର ଅଧିକାର ନଥିବା ବେଳେ ସେ ବାଡିରେ ଫଳବିକାଳୀମାନଙ୍କୁ ମାଡ ମାରୁଥିବାର ଭିଡିଓ ଭାଇରାଲ୍‌ ହୋଇଛି । ଗୋଟିଏ ଯାଗାରେ ନୁହେଁ ଅନେକ ଦୋକାନୀଙ୍କୁ ସେ ବାଡି ଦେଖାଇ ଥିବା ଏବଂ ଜଣେ ବୃଦ୍ଧ ଫଳ ବିକାଳୀଙ୍କୁ ମାଡ ମାରିଥିବାର ଭିଜୁଆଲ୍‌ ଭାଇରାଲ୍‌ ହୋଇଛି । ଏହା ଝାରସୁଗୁଡାର ବମ୍ବେ ଛକରେ ଘଟିଛି । ଅତିରିକ୍ତ ତହସିଲଦାର ଯୋବିତା ତିର୍କି ମାଡ ମାରୁଥିବାର ଭିଜୁଆଲ୍‌ ଭାଇରାଲ୍‌ ହୋଇଛି ।

ଜଣେ ବୃଦ୍ଧ ତରଭୂଜ ବିକ୍ରେତାଙ୍କୁ ତହସିଲଦାର ବାଡିରେ ଅନେକ ଥର ମାଡ ମାରିଥିବା ଅଭିଯୋଗ ହୋଇଛି ଏବଂ ସେ ଆହତ ହୋଇଥିବାରୁ ଫଟୋ ଦେଖାଇଛନ୍ତି । ଏହାର ଭିଡିଓ ଭାଇରାଲ୍‌ ହେବାପରେ ପ୍ରଶାସନିକ ଅଧିକାରୀଙ୍କର ମାଡ ମାରିବାର ଅଧିକାର ଅଛିକି ବୋଲି ଅନେକ ପ୍ରଶ୍ନ କରିଛନ୍ତି। ବୃଦ୍ଧ ପଳ ଦୋକାନୀଙ୍କ ଅନୁସାରେ ସେ ଦୋକାନ ବନ୍ଦ କରୁଥିବା ବେଳେ ତହସିଲଦାର ଆସି ପହଞ୍ଚିତିବା ଏବଂ ମାଡ ମାରିଥିବା କଥା କହିଛନ୍ତି ।

ତାଗିଦ କରିବା ଏବଂ ଜୋରିମାନା କରିବା ବଦଳରେ ମାଡ ମାରିବା ଘଟଣାକୁ ଅନେକ ନିନ୍ଦା କରିଛନ୍ତି । ଜଗତସିଂହପୁର ଜିଲ୍ଲାରେ ଭାଇଙ୍କ ବାହାଘରରେ ଜଣେ ମହିଳା ପ୍ରଶାସନିକ ଅଧିକାରୀ ନାଚ ନାଚିଥିବା ବେଳେ ତାଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହେଲା ଏବେ ବି ଅଜଣା । ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ୍ ବେହେରା । ନାଲି ରଙ୍ଗର ଲେହେଙ୍ଗାରେ ନିଜ ଭାଇ ବାହାଘରରେ ସମସ୍ତ କଟକଣାକୁ ଉଲ୍ଲଘଂନ କରି ଏକାଧିକ ଲୋକଙ୍କ ସହ ନାଚୁଥିଲେ । ଏହାର ଭିଡିଓ ଭାଇରାଲ୍‌ ହେବାପରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପୋଲିସ ପ୍ରଶାସନ ବାହାଘରରେ କଟକଣାକୁ ଉଲ୍ଲଘଂନ ଯାଞ୍ଚ କରୁଥିବା ବେଳେ ଏ କିପିରି ବାହାଘରରେ ମସଗୁଲ୍‌ ତାହା ଚର୍ଚ୍ଚା ହୋଇଥିଲା।