ଆତଙ୍କବାଦୀକୁ “ସୈନ୍ୟ ସମ୍ନାନ” ଭୂଷିତ କରୁଛି ପାକିସ୍ତାନ ? 26/11 ଆକ୍ରମଣରେ ନିଭାଇଥିଲା ବଡ ଭୁମିକା…

ଓ୍ବାଶିଂଟନ: ଆମେରିକା ସରକାର ଏକ ସଂଘୀୟ ଅଦାଲତରେ କହିଛନ୍ତି କି ଭାରତ ଦ୍ବାରା ଘୋଷିତ ପଳାତକ ଆତଙ୍କବାଦୀ ତହଉର୍ ରାଣା ମୁମ୍ବାଇ ଆତଙ୍କବାଦୀ ହମଲାରେ ଭୁମିକା ପାଇଁ ‘ପଦକ’ ଚାହୁଁଥିଲା । କେବଳ ଏତିକି ନୁହେଁ ତହଉର ରାଣା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ଶବ ଶୋଭାଯାତ୍ରା ସହ ସେମାନଙ୍କୁ ସୈନ୍ୟ ସମ୍ମାନ ଦେବା ପାଇଁ ଚାହୁଁଥିଲା ।

ଡେଭିଡ କୋଲେମାନ ହେଡଲିଙ୍କ ପିଲାଦିନର ବନ୍ଧୁଥିଲା ପାକିସ୍ତାନୀ ମୂଳ କାନାଡିୟ ବ୍ୟବସାୟୀ ରାଣା, ସେ ଜୁନ ୨୦୧୦ ରେ ଲସ ଏଞ୍ଜେଲସରେ ଗିରଫ ହୋଇଥିଲା । ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ରାଣାଙ୍କ ସମ୍ପୃକ୍ତି ପାଇଁ ଭାରତ ତାକୁ ପ୍ରତ୍ୟର୍ପଣ ପାଇଁ ପାକିସ୍ତାନକୁ ମାଗିଥିଲା । ଏହି ଆକ୍ରମଣରେ ୬ ଜଣ ଆମେରିକୀୟଙ୍କ ସମେତ ୧୬୬ ଜଣଙ୍କର ମୃତ୍ୟୁ ଘଟିଛି । ନଭେମ୍ବର ୧୩ ରେ, ଲସ୍ ଆଞ୍ଜେଲ୍ସର ଆମେରିକାର ଜିଲ୍ଲା କୋର୍ଟର ଜଷ୍ଟିସ୍ ଜ୍ୟାକଲିନ୍ ଚେଲୋନିୟନ୍ କହିଛନ୍ତି ଯେ ଏହି ମାମଲାରେ ଏକ ପ୍ରତ୍ୟର୍ପଣ ଶୁଣାଣି ୧୨ ଫେବୃଆରୀ ୨୦୨୧ ଦିନ ୧୦ଟା ସମୟରେ ଧାର୍ଯ୍ୟ କରାଯିବ ।

ରାଣାର ପ୍ରତ୍ୟର୍ପଣ ପାଇଁ ଭାରତର ଦାବିକୁ ସମର୍ଥନ କରି ଆମେରିକାର ଆଟର୍ଣ୍ଣି ନିକୋଲା ଟି ହାନ୍ନା ଲସ ଏଞ୍ଜେଲ୍ସ କୋର୍ଟରେ କହିଛନ୍ତି ଯେ ରାଣା, ହେଡଲି, ଲଶ୍କର 26/11 କରିଥିଲେ।

ଭାରତରୁ ଯେଉଁ ଆତଙ୍କବାଦୀକୁ କାବୁ କରାଯାଇଥିଲା, ତଦନ୍ତରେ ତା ଠାରୁ କିଛି ଗୁରୁତ୍ବପୂର୍ଣ୍ଣ କଥା ହାସଲ କରାଯାଇଥିଲା । ହାନ୍ନା କହିଛନ୍ତି, ମୁମ୍ବାଇ ଆକ୍ରମଣ ବିଷୟରେ ହେଡଲି ରାଣାଙ୍କ ସହ ଆଲୋଚନା କରିଛନ୍ତି । ଡିସେମ୍ବର ୨୦୦୮ ରେ ହେଡଲି ପାକିସ୍ତାନରେ ତାଲିମ ନେଇଥିଲେ । ଏହା ପରେ ରାଣାଙ୍କୁ ବିଭିନ୍ନ ସ୍ଥାନ ବିଷୟରେ କୁହାଯାଇଥିଲା ଯେଉଁଠାରେ ଆକ୍ରମଣ କରାଯିବ । ହେଡଲି ସେହି ସ୍ଥାନଗୁଡିକର ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ ।

ହାନ୍ନା କୋର୍ଟରେ କହିଛନ୍ତି ଯେ, ରାଣା ମଧ୍ୟ ହେଡଲିଙ୍କୁ ପାକିସ୍ତାନ ଦ୍ୱାରା ‘ପଦକ’ ପାଇବାକୁ କହିଥିଲେ । ଯେତେବେଳେ ରାଣା ଜାଣିବାକୁ ପାଇଲେ ଯେ ହେଡଲି ପାକିସ୍ତାନର ଆତଙ୍କବାଦୀ ଗୋଷ୍ଠୀକୁ ଏହା କହି ସାରିଛନ୍ତି, ସେତେବେଳେ ସେ ଖୁସି ହୋଇଥିଲେ । ପରବର୍ତ୍ତୀ ସମୟରେ, ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ରରେ ରାଣା ଏବଂ ହେଡଲି ଜଡିତ ହୋଇଥିଲେ ।

ହେଡଲିକୁ ଅକ୍ଚୋବର ୩ ୨୦୦୯ରେ ଶିକାଗୋରୁ ଗିରଫ କରାଯାଇଥିଲା । ଛଅ ମାସପରେ ହେଡଲିକୁ ୧୨ଟି ଅଭିଯୋଗରେ ଦୋଷି ସାବ୍ୟସ୍ତ କରାଗଲା । ଏହାପରେ ତାକୁ ୩୫ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି କୋର୍ଟ ।