‘ହେଇ ଅନାନି, ଛମା ଛମା’

ଭୁବନେଶ୍ବର ୧୩/୨: ଛମା ଛମା… । କଥା କଥାକେ ଖାଲି କହୁଛନ୍ତି ଛମା ଛମା । ଗେଟ୍‌ଅପ୍‌, ଲୁକ୍‌ ସାଙ୍ଗକୁ ଚରିତ୍ର ପୂରା ଅଲଗା ପ୍ରକାରର । ତା’ସାଙ୍ଗକୁ ଦମ୍‌ଦାର୍‌ ସଂଳାପ ପୂରା ମାର୍କେଟ୍‌କୁ ହଇଚଇ କରୁଛି । ନାଟକ ‘ମୁଁ ସେଇ ଭଦ୍ରକିଆ ଟୋକା’ରେ ଏମିତି ସଂଳାପ ନେଇ ଏକ କିନ୍ନର ଭୂମିକାରେ ଏଥର ଖଣ୍ଡଗିରି ଯାତ୍ରା ମୈଦାନ ହୁଲସ୍ତୁଲ କରୁଛନ୍ତି ଯାତ୍ରା ରଙ୍ଗମହଲର ରଙ୍ଗିଲା ଅଭିନେତା ଟାହିଆ । ମା’ ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ, ଜାଗମରା ପଡ଼ିଆରେ ସତ୍ୟ ଜେନାଙ୍କ ରଙ୍ଗର ମହଲ ଯାତ୍ରା ରଙ୍ଗମହଲ ଅରୁଣ ବାରିକଙ୍କ ରଚନା ଏବଂ ତାପସ ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ‘ମୁଁ ସେଇ ଭଦ୍ରକିଆ ଟୋକା’ ମଞ୍ଚସ୍ଥ କରି ହାଉସ୍‌ଫୁଲ୍‌ ହେଉଥିଲାବେଳେ ସବୁଠୁ ଚର୍ଚ୍ଚାରେ ରହିଛନ୍ତି ଟାହିଆ । ଖାସ୍‌ କରି ତାଙ୍କ ଅଭିନୟ ଦେଖିବାକୁ ପ୍ରବଳ ଭିଡ଼ ଜମୁଛି । ସେ ମଞ୍ଚକୁ ଆସିଲାମାନେ ଦର୍ଶକ ପୂରା ଉତ୍ସାହିତ ହୋଇପଡ଼ୁଛନ୍ତି । କରତାଳି, ହ୍ୱିସିଲ୍‌ ମାରି ସ୍ୱାଗତ କରୁଛନ୍ତି । କିଏ କିଏ ଛମା ଛମା.. ବି କହୁଛନ୍ତି ।

   ସମ୍ବନ୍ଧିତ ଖବର


‘ରାମାୟଣ’ର ସୁଟିଂ ୫୫୦ ଦିନ ଚାଲିଥିଲା, ପ୍ରତି ଏପିସୋଡରେ ଜାଣନ୍ତୁ କେତେ ହେଉଥିଲା ଖର୍ଚ୍ଚ

ଚର୍ଚ୍ଚାରେ ଶୋଲେର ‘ଶାମ୍ବା’, ସାମାଜିକ ଦୂରତା ରକ୍ଷା ନେଇ ଭାଇରାଲ ହେଉଛି ଫଟୋ

କଥା ରଖିଲେ ଭାଇଜାନ୍: ୧୬ ହଜାର ଶ୍ରମିକଙ୍କ ଆକାଉଣ୍ଟକୁ ଦେଲେ ଏତେ କୋଟି ଟଙ୍କା

ଲୋକଙ୍କୁ ସୋସିଆଲ ଡିଷ୍ଟାନ୍ସ ବୁଝାଇବା ପାଇଁ ଦୀପିକା-ଶାହରୁଖଙ୍କ ସାହାଯ୍ୟ ନେଲା ପୋଲିସ