PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ଚୀନ୍ କାର୍ଯ୍ୟ କଳାପରେ ତାଇଓ୍ବାନ ଅତିଷ୍ଠ, କଡା ଜବାବ୍ ଦେବାକୁ ବାହାର କଲା ‘ବ୍ରେଭ୍ ଇଗଲ’ ଯୁଦ୍ଧ ବିମାନ

https://www.meta-defense.fr/

ନୂଆଦିଲ୍ଲୀ,୧୬।୮: ତାଇଓ୍ବାନ ଓ ଚୀନ୍ ଭିତରେ ସାଉଥ୍ ଚାଇନା ସି’କୁ ନେଇ ବିବାଦ ଜାରି ରହିଛି। ଏହା ସହିତ ବିବାଦ ବଢିବାର ଲାଗୁଛି। ହଂକଂ ପରେ ଚୀନ ଏବେ ତାଇଓ୍ବାନକୁ ନିଜର କବଜାରେ ଆଣିବାରେ ପ୍ରସ୍ତୁତିରେ ରହିଛି। ସେଠାର ଉପକୂଳବର୍ତ୍ତୀ ଅଞ୍ଚଳରେ ମରିନ୍ ବ୍ରିଗେଡ୍ ଅନୁସାରେ ପ୍ରାୟ ୪୦ ହଜାର ସୈନିକଙ୍କୁ ମୁତୟନ କରିଛି। ଏହା ଭିତରେ ତାଇଓ୍ବାନ ମଧ୍ୟ ଚୀନ୍ ସହ ଲଢିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ସେ ଆମେରିକାରୁ ଏଫ୍-୧୬ ଫାଇଟର ଜେଟର ବଡ ଡିଲ୍ କରିସାରିଛି, ଯାହା ଅନୁସାରେ ୯୦ ବିମାନ ତାଇଓ୍ବାନ ଆସିବ। ଏହା ସହିତ ଘରୋଇ ଭାବରେ ସେମାନେ ‘ବ୍ରେଭ ଇଗଲ’ ଜେଟର ନିର୍ମାଣକୁ ମଧ୍ୟ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ଏହି ଜେଟ୍ ଖୁବ୍ ଶକ୍ତିଶାଳୀ ବୋଲି କୁହାଯାଉଛି।

‘ବ୍ରେଭ ଇଗଲ’ ଜେଟ୍ ତାଇଓ୍ବାନର ନିଜର ସାମରିକ ଜେଟ୍, ଯାହାକୁ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ୍ ତିଆରି କରୁଛି। ଏହା ଟ୍ରେନର ଜେଟରୁ ଆଧୁନିକ ଅଟେ ଓ ପ୍ରଣ୍ଟଲାଇନ୍ ଫାଇଟର ଜେଟ୍ ଅଟେ। ୟୁରୋସିୟନ୍ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ ଆମେରିକା ଯୁଦ୍ଧ ସମ୍ବାଦଦାତା ଡେଭିଡ୍ ଏକ୍ସ ଏହି ସୂଚନା ଦେଇଛନ୍ତି। ଏହି ସୂଚନା ଅନୁସାରେ ତାଇଓ୍ବାନ ପାଖରେ ଏବେ ୩୦୦ ଯୁଦ୍ଧ ବିମାନ ରହିଛି। ଏଥିରେ ଘରୋଇ ବିମାନ ସହିତ ଆମେରିକୀୟ ଜେଟ୍ ଏଫ୍-୧୬ ଓ ଫ୍ରେଞ୍ଚ ମିରାଜ୍ ୨୦୦୦ ଜେଟ୍ ରହିଛି। ଅର୍ଥାତ ଅଧିକାଂଶ ଜେଟ୍ ବିଦେଶୀ ଅଟେ। ଏହି କାରଣରୁ ତାଇଓ୍ବାନ ଏବେ ଘରୋଇ ସ୍ତରରେ ମଧ୍ୟ ଯୁଦ୍ଧ ବିମାନକୁ ଆଧୁନିକ କରିବ ବୋଲି ଭାବୁଛି।

ଅଧିକ ଆଧୁନିକ କରିବା ପାଇଁ ଏଥିରେ ଦୁଇଟି ସିଟ୍ କକଫିଟ୍, ନୂଆ ଆଭିୟୋନିକ୍ସ, ଏକ ମୋଟା ଓ୍ବିଗ୍, ଅଧିକ ଇନ୍ଧନ କ୍ଷମତା ଓ ଛୋଟ ରାଡାର ଯୋଡା ଯାଇଛି। ଏଥିରେ ମଧ୍ୟ ବହୁ ଫିଚର୍ସ ରହିଛି, ଯାହାକି ଏବେ ସମ୍ପୂର୍ଣ୍ଣ ଭାବରେ ଗଣମାଧ୍ୟମ ଆଗରେ ସୂଚନ ଦିଆଯାଇନି। ଏହାକୁ ଏକ ଆୟରସ୍ କମ୍ପାନୀ ଇଟନ କର୍ପୋରେସନର ସାହାଯ୍ୟରେ ରିଡିଜାଇନ୍ କରାଯାଉଛି।