ପୁରୀ: ପୋଲିସର ଏନକାଉଣ୍ଟର, ଅପରାଧୀ ଗୁଡ୍ଡୁ ଆହତ

ପୁରୀ ୧୨/୩: ତାଳବଣିଆ ପୋଲିସର ଏନକାଉଣ୍ଟର । ଏନକାଉଣ୍ଟରରେ ଅପରାଧୀ ରଶ୍ମି ରଞ୍ଜନ ପଣ୍ଡା ଓରଫ ଗୁଡୁ ଆହତ । ଗୁଡୁର ୨ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ଗୁଡୁକୁ ପୁରୀ ସଦର ଚିକିତ୍ସାଳରେ ଭର୍ତ୍ତି କରାଯାଇଛି । ଗୁଡୁର ଘର କୁମୁଟିପାଟଣା ଅଞ୍ଚଳରେ । ଗତକାଲି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାକେଶ ନାୟକ ନାମକ ବ୍ୟକ୍ତିକୁ ଗୁଳିମାଡ କରିଥିଲା ଗୁଡୁ । ଗୁଡୁ ନାଁରେ ଅନେକ ଅପରାଧିକ ମାମଲା ରହିଛି ।