କାର୍‌ ସହ ୨୧୦ ଲିଟର ଦେଶୀ ମଦ ଜବତ, ୨ ଗିରଫ

ତାଳଚେର,୨୨/୫: ତାଳଚେର ଅବକାରୀ ବିଭାଗ ପକ୍ଷରୁ ଗୁରବାର ଚଢ଼ଉ କରାଯାଇ ଚୋରା ଦେଶୀ ମଦ ବୋଝେଇ ଏକ କାର୍‌ ଜବତ କରାଯାଇଛି । ମଦ ଚୋରା କାରବାରେ ସଂପୃକ୍ତ ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ୍‌ଚାଲାଣ କରିଛି ।

ବିଶ୍ୱସ୍ତ ଖବର ପାଇ ଅବକାରୀ କର୍ମଚାରୀ କଳମଛୁଇଁ ନିକଟରେ କର୍ମଚାରୀମାନେ ଜଗି ରହିଥିଲେ । ତାଳଚେର ବ୍ଲକ୍‌ କନ୍ଧବରେଣୀ ଗ୍ରାମ ପଟରୁ କଳମଛୁଇଁ ଆଡକୁ ଯାଉଥିବା ଏକ କାର୍‌ (ଓଡି ୧୯କେ ୯୯୬୮ ) ଅଟକାଇ ଯାଞ୍ଚ କରାଯିବାରୁ ୨୧୦ ଲିଟର ଦେଶୀ ମଦ ଧରାପଡ଼ିଥିଲା । ଅବକାରୀ ନିରୀକ୍ଷିକା ସ୍ନେହଲତା ନାୟକ ଓ ପ୍ରଭାସ କୁମାର ଚୌଧୁରୀଙ୍କ ନେତୃତ୍ୱରେ ଏହି ଚଢ଼ଉ ହୋଇଥିଲା ବେଳେ ଏଏସ୍‌ଆଇ ବଲବୀର ଗଡ଼ନାୟକ, ରମେଶ ଚନ୍ଦ୍ର ବେହେରାଙ୍କ ସହ ଅବକାରୀ କର୍ମଚାରୀ ମାନସ ରଞ୍ଜନ ପ୍ରଧାନ, କାଳନ୍ଦି ଚରଣ ସାହୁ, ଅମରଦୀପ କୁଜୁର ଓ ରଶ୍ମିତା ଦେହୁରୀ ପ୍ରମୁଖ ସାମିଲ ଥିଲେ ।

ଚୋରା ମଦ କାରବାରରେ ସଂପୃକ୍ତ ଅନୁଗୁଳ ପଞ୍ଚମହଲାର ସୁଜିତ୍‌ ନାରାୟଣ ମହାନ୍ତି ଓ ଖଣ୍ଡହତାର ସିପୁନ୍‌ ସାହୁକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ସଂପ୍ରତି ଦେଶବ୍ୟାପୀ ଲକ୍‌ଡାଉନ୍‌ କଟକଣା ଜାରି ହୋଇଥିବା ବେଳେ ବିଦେଶୀ ମଦ କାଉଣ୍ଟର୍‌ଗୁଡ଼ିକ ପ୍ରଶାସନ ପକ୍ଷରୁ ସିଲ୍‌ କରି ଦିଆଯାଇଛି । ଏହାର ସୁଯୋଗ ନେଇ ବିପୁଳ ପରିମାଣରେ ଚୋରା ଦେଶୀ ମଦ କାରବାର ଚାଲିଛି । ଅବକାରୀ ବିଭାଗ ପକ୍ଷରୁ ଏଥିପ୍ରତି ଗୁରୁତ୍ୱର ସହ ନେଇ ଧରପଗଡ଼ ଜୋରଦାର କରିବାକୁ ଦାବି ହୋଇଛି ।

   ସମ୍ବନ୍ଧିତ ଖବର


ଯୁବତୀଙ୍କ ସହ ବାଥ୍‌ରୁମ୍‌ ଭିଡିଓ କଲ୍‌ରେ ଉଲଗ୍ନ ହୋଇଥିଲେ ଯୁବକ – ଏବେ ଟଙ୍କା ଦେବା ପାଇଁ ମିଳୁଛି ଧମକ

ଜଳେଶ୍ୱର ଥାନା IIC ଧନେଶ୍ୱର ସାହୁ ନିଲମ୍ବିତ

ଏକ କୋଟି ୧୦ ଲକ୍ଷ ଲାଞ୍ଚ ନେଉଥିବା ବେଳେ ତହସିଲ୍‌ଦାର ଗିରଫ- ତେଲେଙ୍ଗାନାରେ ବିଲ୍ଡରଙ୍କଠାରୁ ନେଉଥିଲେ ଲାଞ୍ଚ

ପିକ୍‌ଅପ୍‌ ଧକ୍କାରେ ୨ ମୃତ

ପତାକା ଉତ୍ତୋଳନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ପୋଖରୀରେ ବୁଡ଼ିଗଲେ ଦୁଇ ଛାତ୍ର