PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ତାଲିବାନ ଆତଙ୍କବାଦୀ ଆଫଗାନିସ୍ତାନର ଯୁବତୀଙ୍କୁ ବଳପୂର୍ବକ ଉଠାଇ ନେଇ କରୁଛନ୍ତି ….

courtesy - wiki

କାବୁଲ୍‌ – ତାଲିବାନ ଆତଙ୍କବାଦୀ ଆଫଗାନିସ୍ତାନର ଯୁବତୀଙ୍କ ଉପରେ ହୀନ ଦୃଷ୍ଟି ପକାଇଛନ୍ତି । ସେମାନଙ୍କୁ ବଳପୂର୍ବକ ଉଠାଇ ନେଇ ବିବାହ ପାଇଁ ଯୋଜନା ଚଳାଇଛନ୍ତି । ତାଲିବାନ ୧୫ ବର୍ଷରୁ ଅଧିକ ବୟସର ଯୁବତୀ ଏବଂ ୪୫ ବର୍ଷରୁ କମ୍‌ ବୟସର ବିଧବା ମହିଳାଙ୍କ ତାଲିକା ମଗାଇଛି । ଧାର୍ମିକ ନେତାଙ୍କୁ ତାଗିଦ କରାଯାଇ ଯଥାଶୀଘ୍ର ତାଲିକା ଦେବାକୁ କୁହାଯାଇଛି । ଏ ନେଇ ଏକ ସ୍ୱତନ୍ତ୍ର ଆଦେଶନାମା ଜାରି କରାଯାଇଛି । ତାଲିବାନ ଏହାର ଯୁବକମାନଙ୍କ ବିବାହ କରାଇବା ଲାଗି ପ୍ରତିଶ୍ରୁତି ଦେଇଥିଲା । ଯୁବକମାନଙ୍କର ବିବାହ କରାଇବା ପରେ ସେମାନଙ୍କୁ ପାକିସ୍ତାନର ୱଜିରିସ୍ତାନକୁ ନିଆଯିବ ।

ସେଠାରେ ଅଣମୁସଲିମ ଯୁବତୀ ବା ମହିଳାଙ୍କର ଧର୍ମ ପରିବର୍ତ୍ତନ କରାଯିବ । ସମସ୍ତେ ଇସଲାମ ଧର୍ମ ଗ୍ରହଣ କରିବେ । ଦ ସନ୍‌ରେ ପ୍ରକାଶିତ ରିପୋର୍ଟ ମୁତାବକ ତାଲିବାନ ଏହି ଯୁବତୀ ଓ ମହିଳାମାନଙ୍କୁ ନିଜ ଆତଙ୍କୀ ସଦସ୍ୟଙ୍କର ଗୋଲାମ ବନାଇବାକୁ ଚାହୁଁଛି । ମହିଳାମାନଙ୍କୁ କେବଳ ଯୌନ ଶୋଷଣ ପାଇଁ ତାଲିବାନ ଏଭଳି ପଦକ୍ଷେପ ନେଇଛି । ତାଲିବାନର କଲ୍‌ଚରାଲ୍‌ କମିଶନ ତରଫରୁ ଏହି ଆଦେଶନାମା ଜାରି କରାଯାଇଛି । ଇରାନ, ପାକିସ୍ତାନ, ଉଜବେକିସ୍ତାନ ଓ ତାଜିକିସ୍ତାନ ସୀମାକୁ ଲାଗିଥିବା ଆଫଗାନିସ୍ତାନର ପ୍ରମୁଖ ଜିଲ୍ଲା ଓ ଥାନାଗୁଡ଼ିକୁ କବ୍‌ଜାକୁ ନେବା ପରେ ତାଲିବାନ ଏଭଳି ଆଦେଶନାମା ଜାରି କରିଛି ।

ପୂର୍ବରୁ ଆଫଗାନିସ୍ତାନର ପୂର୍ବୋତ୍ତର ଅଞ୍ଚଳରେ ମହିଳାମାନଙ୍କୁ ଘରୁ ଏକାକୀ ନ ବାହାରିବା ପାଇଁ ତାଲିବାନ ନିର୍ଦ୍ଦେଶ ଜାରି କରିଥିଲା । ପୁରୁଷମାନଙ୍କୁ ଦାଢ଼ି ବଢ଼ାଇବା ଲାଗି କୁହାଯାଇଥିଲା । ସେତିକି ନୁହେଁ, ଯୁବତୀମାନଙ୍କ ପାଇଁ ଯୌତୁକ ନିୟମ ବି ନିର୍ଦ୍ଧାରିତ କରାଯାଇଛି । କାରଣ ତାଲିବାନ ଇସଲାମ ଆଇନର ନିଜସ୍ୱ ସଂସ୍କରଣକୁ ଲାଗୁ କରୁଛି । ୨୦୦୧ ପୂର୍ବରୁ ତାଲିବାନ ଶାସନ ଅନୁସାରେ ଆଫଗାନିସ୍ତାନରେ ମହିଳାମାନଙ୍କୁ ସ୍କୁଲ ଯିବା, ଘରୁ ବାହାରି କାମ କରିବା ଅଥବା ପୁରୁଷଙ୍କ ବିନା ଘରୁ ବାହାରିବା ଉପରେ ରୋକ ଲଗାଯାଇଥିଲା ।

ସମ୍ବନ୍ଧିତ ଖବର