ତାଲିବାନର ଟପ୍ ଲିଡ଼ର ସିରାଜୁଦ୍ଦିନ ହକ୍କାନି କରୋନା ସଂକ୍ରମିତ, କରାଚି ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଳ୍ଲୀ ୨୩।୫ : ଦିଲ୍ଲୀ ଏବଂ କାବୁଲରେ ଆତଙ୍କବାଦ ବିରୋଧୀ ଦଳର କାର୍ଯ୍ୟକର୍ତ୍ତା କହିଛନ୍ତି ଯେ ତାଲିବାନର ଡେପୁଟି ନେତା ସିରାଜୁଦ୍ଦିନ ହକ୍କାନି ଏବଂ ତିନି ଜଣ କମାଣ୍ଡୋରେ କରୋନା ଭାଇରସ ସଂକ୍ରମଣ ଦେଖିବାକୁ ମିଳିଛି। ସିରାଜୁଦ୍ଦିନ ହକ୍କାନି ତାଳିବାନର ତଳଓ୍ବାର ଶାଖା ହକ୍କାନି ନେଟଓ୍ବାର୍କର ପ୍ରମୁଖର ମୁଖ୍ୟ। ସୂଚନାନୁସାରେ, ସିରାଜୁଦ୍ଦିନ ହକ୍କାନୀଙ୍କୁ ପାକିସ୍ତାନର ରାୱଲପିଣ୍ଡି ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତାଲିବାନର ଅନ୍ୟ ନେତାଙ୍କ ନିକଟରେ କରୋନା ଭାଇରସ ସଂକ୍ରମିତ ହୋଇଥିବା ଜଣାଯାଇଛି। ସେମାନେ ହେଉଛନ୍ତି ମଲ୍ଲିକା ଆମୀର ଖାନ ମୁଟାକି ଏବଂ ଫଜଲ ମଜଲୁମ। ଏହି ଦୁଇ ନେତା ତାଲିବାନ ଏବଂ ଆମେରିକାର ସ୍ୱତନ୍ତ୍ର ପ୍ରତିନିଧୀଙ୍କ ମଧ୍ୟରେ ଚାଲିଥିବା କଥାବାର୍ତ୍ତାର ଏକ ଅଂଶ ଅଟନ୍ତି। ପ୍ରକାଶ ଯେ, ମୁଲ୍ଲା ନୁରବିଙ୍କ ସହିତ ତାଲିବାନଙ୍କ ଦୁଇ ନେତାଙ୍କୁ କ୍ୱେଟା ଏବଂ କରାଚି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତାଲିବାନ ମୁଖପାତ୍ର ଜାବିହୁଲ୍ଲା କହିଛନ୍ତି ଯେ ଆଫଗାନିସ୍ତାନର ଇସଲାମିକ ଏମିରେଟର ନେତାମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହି ମାମଲାରେ ଏକ ଟୁଇଟ୍ କରି ସେ କହିଛନ୍ତି ଯେ ଅନେକ ସ୍ଥାନରେ ତାଲିବାନ ନେତା ସିରାଜୁଦ୍ଦିନ ହକ୍କାନି ଏବଂ ଅନ୍ୟ ନେତାମାନେ କରୋନା ଭାଇରସ ପଜିଟିଭ୍ ବୋଲି ମିଥ୍ୟା ଖବର ଜାରି ରହିଛି।

   ସମ୍ବନ୍ଧିତ ଖବର


କୋଭିଡ କଟକଣା ଭିତରେ ପୂଜାହେଲା ସମଲେଶ୍ବରୀଙ୍କ ବଏଲ ପୂଜା…

କାଷ୍ଟିଂ କାଉଚ୍‌ର ଶିକାର ହୋଇଥିଲେ ଏହି ଟିଭି କଳାକାର, କାମ ବଦଳରେ ସାଥିରେ ଶୋଇବାକୁ କହିଥିଲେ ସିରିଏଲର ନିର୍ଦ୍ଦେଶକ…

କାଲିଠୁ ବଦଳିଯିବ ଏହି ୭ ନିୟମ, ବଢ଼ିପାରେ ଆପଣଙ୍କ ଖର୍ଚ୍ଚ

ଆୟରଲ୍ୟାଣ୍ଡରେ ଭାରତୀୟ ମହିଳା ଏବଂ ତାଙ୍କର ଦୁଇ ସନ୍ତାନଙ୍କୁ ନିର୍ମମ ହତ୍ୟା

ପପୁ ଯାଦବଙ୍କ ନିର୍ବାଚନୀ ସଭାର ମଞ୍ଚ ଭାଙ୍ଗିଲା, ହାତରେ ଫ୍ରାକଚର.. ଦେଖନ୍ତୁ ଭିଡିଓ

ଶଶୁରଙ୍କ ସହଥିଲା ଖରାପ ସମ୍ପର୍କ , ଗର୍ଭସ୍ଥ ଶିଶୁକୁ ପ୍ରସଙ୍ଗରେ ଶାଶୁଙ୍କସହ କଳି କରି ହତ୍ୟା କଲା ବୋହୁ