ତମନ୍ନା ଭାଟିଆଙ୍କ ଘରେ ପହଞ୍ଚିଲା କରୋନା, ବାପା-ମା’ ପଜିଟିଭ୍‌ ଚିହ୍ନଟ

ମୁମ୍ବାଇ ୨୭।୮ : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନକୁ ହୁ ହୁ ହୋଇ ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣରେ କେବଳ ସାଧାରଣ ଲୋକ ନୁହେଁ ବରଂ ସେଲିବିଟ୍ରିରୁ ବି ଏଥିରୁ ବାଦ୍‌ ପଡ଼ିନାହାନ୍ତି।  ନିକଟରେ ବଚ୍ଚନ ପରିବାର କରୋନା ମହାମାରୀର ଶିକାର ହୋଇଥିଲେ। ବଚ୍ଚନ ପରିବାର ଏହି ଭାଇରସକୁ ମାତ୍‌ ଦେଇସାରିଛନ୍ତି। ବର୍ତ୍ତମାନ ଖବର ପ୍ରକାଶ ପାଇଛି ଯେ କରୋନା ଭାଇରସ୍‌ ‘ବାହୁବଲୀ’ ଖ୍ୟାତି ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଘରେ ମଧ୍ୟ ପହଞ୍ଚିସାରିଛି। ଅଭିନେତ୍ରୀଙ୍କ ପିତା-ମାତା କରୋନା ପଜିଟିଭ୍ ବୋଲି ଜଣାପଡିଛି।

ସୋସିଆଲ ମିଡିଆ ଜରିଆରେ ତମନା ନିଜେ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି। ବୁଧବାର ଦିନ ତମନ୍ନା ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ, ତାଙ୍କ ପିତା ସନ୍ତୋଷ ଏବଂ ମା’ ରଜନୀଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେଇଛି। ଯାହା ପରେ ଉଭୟଙ୍କୁ ଯାଞ୍ଚ କରାଯାଇଥିଲା। ଯାଞ୍ଚରୁ ଉଭୟ ତମନ୍ନାଙ୍କ ପିତା-ମାତା ପଜିଟିଭ୍‌ ଥିବା ଜଣାପଡିଛି। ଏହା ପରେ ଅନ୍ୟ କର୍ମଚାରୀ ସମେତ ତମନ୍ନା, ପରିବାରର ଅନ୍ୟ ସଦସ୍ୟମାନଙ୍କର କରୋନା ପରୀକ୍ଷା କରାଯାଇଥିଲା। ସମସ୍ତଙ୍କର ରିପୋର୍ଟ ନେଗେଟିଭ୍‌ ଆସିଛି।

   ସମ୍ବନ୍ଧିତ ଖବର


ସୁଟିଂ ସମୟରେ ରାହୁଲ ରାୟଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ – ଆଇସିୟୁରେ ଭର୍ତ୍ତି

ଟଲିଉଡ୍‌ରେ ଏଣ୍ଟ୍ରି କରିବେ ଟ୍ୟାଲେଣ୍ଟେଡ ଓଡ଼ିଆ ଅଭିନେତା ଦେବାଶିଷ

ଦିବ୍ୟାଙ୍କୁ କରୋନା, ମା କହିଲେ ‘ଫ୍ରଡ୍ ପତି’

ଗାର୍ଲଫ୍ରେଣ୍ଡ ରୁଚିକାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତା ଶାହିର ଶେଖ

ବିବେକ ଓବରୟେଙ୍କ ସହ ଫିଲ୍ମ କରିବେ ଅରବାଜ୍‌ ଖାନ୍‌ , ସଲଖାନ ଖାନ ଅନୁମତି ଦେବେ ତ ?

କଙ୍ଗନାଙ୍କୁ ‘ଦି ଟଙ୍କାର ମଣିଷ’ କହି ଆକ୍ଷେପ କରିଥିଲେ ମୁମ୍ବାଇ ମେୟର, ତା’ପରେ ପାଲଟା ଜବାବ୍‌ ଦେଲେ ପଙ୍ଗା କୁଇନ୍