PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍: ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋଭିଡ୍ ପଜିଟିଭ ଚିହ୍ନଟ
  • ||
  • ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ପୂର୍ବ ପ୍ରସ୍ତୁତି: ୩ ତାରିଖରୁ ୭୨ ଘଣ୍ଟା ପାଇଁ ସମସ୍ତ ମଦ ଦୋକାନ ସିଲ୍
  • ||
  • ଭୁବନେଶ୍ୱର: ଆଜିଠୁ ଅଲ୍‌ ଓଡ଼ିଶା ସନ୍ତରଣ ପ୍ରତିଯୋଗିତା, ୨୦ଟି ଜିଲ୍ଲାରୁ ୨୫୮ ଜଣ ପ୍ରତିଯୋଗୀ ହେବେ ସାମିଲ
  • ||
  • ଭୁବନେଶ୍ୱର: ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି , ଜୁନ୍‌ ୨ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ବାରଙ୍ଗ: ନନ୍ଦନକାନନରେ ଆଖିବୁଜିଲା ଆଫ୍ରିକୀୟ ସିଂହ, ୧୬କୁ ହ୍ରାସ ପାଇଲା ସିଂହଙ୍କ ସଂଖ୍ୟା
  • ||

୨୦୧୯ ଲୋକସଭା ନିର୍ବାଚନ ଲଢିବେ ନାହିଁ ସୁପରଷ୍ଟାର ରଜନୀକାନ୍ତ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

source:www.bollywoodlife.com

ତାମିଲନାଡୁ ୧୭/୨: ସୁପରଷ୍ଟାର ରଜନୀକାନ୍ତ ସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ ପକାଇ ରବିବାର ଘୋଷଣା କରିଛନ୍ତି ଯେ ସେ ଆଗାମୀ ଲୋକସଭା ନିର୍ବାଚନ ଲଢିବେ ନାହିଁ । ସେ କୌଣସି ରାଜନୈତିକ ଦଳକୁ ସମର୍ଥନ ମଧ୍ଯ କରିବେ ନାହିଁ ବୋଲି  କହିଛନ୍ତି ।

ନିଜ ଫ୍ୟାନ୍ କ୍ଲବ ରଜନୀ ମକ୍କଲ ମନ୍ଦରମ(ଆରଏମଏମ)ରେ ସେ କହିଛନ୍ତି ଯେ କାହା ଦ୍ୱାରା ଭୋଟ୍ ମାଗିବା ପାଇଁ ତାଙ୍କ ନାଁ କିମ୍ବା ଫଟୋକୁ ବ୍ଯବହାର କରାନଯାଉ । ସେ ଏହା ମଧ୍ଯ କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ସେ ଲଢିବେ ନାହିଁ କିମ୍ବା ନିର୍ବାଚନ ପାଇଁ କୌଣସି ବି ପାର୍ଟିର ସମର୍ଥନ କରିବାନାହିଁ ।  ଏଥିପାଇଁ କେହି ବି ତାଙ୍କ ଫଟୋ କିମ୍ବା ଆରଏମଏମର ଚିହ୍ନକୁ କୌଣସି ବି ପାର୍ଟିର ପ୍ରଚାର ପାଇଁ  ବ୍ୟବହାର କରିପାରିବେ ନାହିଁ ।

୬୮ ବର୍ଷୀୟ ଅଭିନେତା ରଜନୀକାନ୍ତ ନିଜ ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି ଯେ ଆଗାମୀ ନିର୍ବାଚନରେ ତାମିଲନାଡୁର ମୁଖ୍ୟ ମମସ୍ୟା ତଥା ଜଳ ସମସ୍ୟାକୁ ଯିଏ ଦୂର କରିପାରିବ ବା ସ୍ଥାୟୀ ରୂପେ ଏହି ସମସ୍ୟାର ସମାଧାନ କରିପାରିବ ତାକୁ ହିଁ ସମର୍ଥନ ଦିଆଯିବା ଉଚିତ୍ । ସେହି ଦଳକୁ ସମର୍ଥନ ମିଳିବା ଉଚିତ୍ ବୋଲି ସେ ନିଜ ଫ୍ଯାନ୍ସଙ୍କୁ କହିଛନ୍ତି । ତେବେ କହିରଖୁଛୁ କିଛି ଦିନ ତଳେ ରଜନୀକାନ୍ତ ଆଧ୍ୟାତ୍ମିକ ରାଜନୀତି କଥା କହିବା ପରେ ସେ ତାମିଲନାଡୁରେ ଲୋକସଭା ନିର୍ବାଚନରେ ବିଜେପିକୁ ସମର୍ଥନ କରିବାର ଅନୁମାନ ଲଗାଯାଉଥିଲା ।