ତାମିଲନାଡୁରେ ବର୍ଷା ବିତ୍ପାତ: କାନ୍ଥ ଭୁଶୁଡ଼ି ୨୫ ମୃତ

ଚେନ୍ନାଇ ୦୩/୧୨: ତାମିଲନାଡୁରେ ନଭେମ୍ବର ୨୯ ତାରିଖରୁ ଲଗାତର ବର୍ଷା ଜାରି ରହିଛି । । ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଖପାଖି ୨୫ ଜଣଙ୍କର ମୃତ୍ୟୁ ଘଟିଛି । କେବଳ କୋଏମ୍ବାଟୁର ଅନ୍ତର୍ଗତ ମେଟ୍ଟୁପଲାୟମରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା କାରଣରୁ କାନ୍ଥ ଭୁଶୁଡ଼ି ଯିବାରୁ ଏମାନଙ୍କର ମୃତ୍ୟୁ ଘଟିଛି । ବର୍ଷା କାରଣରୁ ତୁତିକୋରିନ, ତିରୁନେଲଭେଲି ଏବଂ କୁଡ୍ଡାଲୋର ଆଦି ଜିଲ୍ଲାରେ ବନ୍ୟା ଭଳି ସ୍ଥିତି ଉପୁଜିଛି । ଉଦ୍ଧାରକାରୀ ଦଳ ଏହି ସବୁ ଜିଲ୍ଲାରୁ ୧,୦୦୦ରୁ ଊଦ୍ଧ୍ୱର୍ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି ।

ସୋମବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍କୁଲ ଏବଂ କଲେଜଗୁଡ଼ିକରେ ଛୁଟି ଘୋଷଣା କରାଯାଇଥିଲା । ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ, ଆସନ୍ତା ୨୪ରୁ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ।

   ସମ୍ବନ୍ଧିତ ଖବର


ଗଲୱାନର ବୀର ସହିଦଙ୍କ କାହାଣୀ – ଏକାକୀ ୧୨ ଚୀନ୍‌ ସୈନିକଙ୍କୁ ମାରିଥିଲେ

ଚୀନ୍‌କୁ ଜବାବ ଦେବାପାଇଁ ପ୍ରସ୍ତୁତି- ଲଦାଖରେ ମୁତୟନ ହେଲେ ସର୍ଜିକାଲ୍‌ ଷ୍ଟ୍ରାଇକିଂ ଫୋର୍ସ

ଏହି ସ୍ଥାନମାନଙ୍କରେ ଖୋଲିଲା ରେଡ୍‌ଲାଇଟ୍‌ ଏରିଆ- କିସ୍‌ କରିବା ଓ ଜୋରରେ ଶ୍ୱାସକ୍ରିୟା ମନା

ଭାରତରେ ଆଇଆଇଟି ଛାତ୍ର ଓ ପ୍ରଫେସର ତିଆରି କଲେ କରୋନା ବିନାଶକ ଡିଓଡ୍ରେଣ୍ଟ – ବାସ୍ନା ସହ ଭୁତାଣୁ ମାରିବ

୭ ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ ଗୁଗଲ ଅଫିସ୍

ଦେଶରେ ୬ ଜୁଲାଇରୁ ଖୋଲିବ ସମସ୍ତ ସ୍ମାରକୀ, ସଂସ୍କୃତି ମନ୍ତ୍ରୀଙ୍କ ଘୋଷଣା