ମରିଗଲା ମାନବିକତା: ହାତୀ ଉପରକୁ ନିଆଁ ଲଗା କପଡା ଫୋପାଡିଲେ ଲୋକେ, ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ଆଖି ବୁଜିଲା

https://www.indiatv.in/
ଚେନ୍ନାଇ,୨୩।୧: ତାମିଲନାଡୁର ନୀଳଗିରି ଜିଲ୍ଲାରେ ଅମାନବୀୟ ଘଟଣା। କିଛି ଲୋକ ଏକ ହାତୀ ପ୍ରତି ଅତି ଭୟଙ୍କର ଅତ୍ୟାଚାର କରୁଥିବାର ଭିଡିଓ ଏବଂ ଫଟୋ ଦେଖିବାକୁ ମିଳିଛି। ବନ ବିଭାଗ ଅଧିକାରୀଙ୍କ କହିବା ଅନୁସାରେ,ଏକ ରିସର୍ଟ ଭିତରେ ହାତୀ ପଶି ଯାଇଥିବାରୁ ତାକୁ ସେଠାରୁ ଘଉଡାଇବା ପାଇଁ ତା ଉପରେ ନିଆଁ ଲଗାଇ କପଡା ଫୋପାଡି ଦେଇଥିଲେ। ହାତୀର ଶରୀରର ଅଧିକାଂଶ ମାତ୍ରା ନିଆଁରେ ଜଳିଯାଇଥିବାରୁ ମୃତ୍ୟୁ ହୋଇଛି। ଏହି ମାମଲାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବାର ଜଣାପଡିଛି।
People of a private resort threw burnt cloth on an elephant following which the animal died. The Incident of animal cruelty comes to light in Masinagudi in Nilgiris district of Tamilnadu. Postmortem report shows burn injuries on its ears, 2 accused attested.@indiatvnews pic.twitter.com/0ovuH0U45o
— T Raghavan (@NewsRaghav) January 23, 2021
ନୀଳଗିରି ଜିଲାର ମାସିନାଗୁଡିରେ ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ମାସିନାଗୁଡି ଏକ ହିଲ୍ ଷ୍ଟେସନ୍, ଯେଉଁଠି ବହୁ ପରିମାଣରେ ଟୁରିଷ୍ଟ ବୁଲିବାକୁ ଆସନ୍ତି ତେଣୁ ସେଠାରେ ବହୁ ଅନେକ ଟୁରିଷ୍ଟ ରିସର୍ଟ ତିଆରି କରାଯାଇଛି। ଏଭଳି ଏକ ରିସର୍ଟରେ ଜଙ୍ଗଲ ଭିତରୁ ହାତୀ ପଶି ଆସିଥିଲା, ତାକୁ ଘଉଡାଇବା ପାଇଁ ଲୋକମାନେ ମଶାଲ ନେଇ ଡରାଇବାକୁ ଚେଷ୍ଟା କରିଥିଲେ। ହାତୀଟି ସେଠାରୁ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଜଣେ ବ୍ୟକ୍ତି ଏକ କପଡାରେ ନିଆଁ ଲଗାଇ ହାତୀ ଉପରକୁ ଫୋପାଡି ଦେଇଥିଲା। ଏହି କାରଣରୁ ହାତୀ ଦେହରେ ନିଆଁ ଲାଗିଯାଇଥିଲା। ଯନ୍ତ୍ରଣାରେ ଛଟପଟ ହୋଇ ହାତୀଟି ଜଙ୍ଗଲ ଆଡକୁ ଦୌଡିଥିଲା।
ବନ ବିଭାଗର ଅଧିକାରୀ ଡାକ୍ତରଙ୍କ ସାହାଯ୍ୟରେ ହାତୀଟିର ଚିକିତ୍ସା କରିଥିଲେ, କିନ୍ତୁ ଚିକିତ୍ସା ବେଳେ ତାକୁ ବଞ୍ଚାଇ ପାରିନଥିଲେ। ଏହି ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରିଛି। ନିରୀହ ପ୍ରାଣୀଙ୍କ ଉପରେ ଅତ୍ୟାଚାର କରୁଥିବା ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ୨୨ ଜାନୁଆରୀରେ ବନ ବିଭାଗ ଏହି ଘଟଣାର ଏକ ଭିଡିଓ ଜାରି କରିଛି, ଯାହାଫଳରେ ଅନ୍ୟ ଲୋକମାନେ ଏଭଳି ଅମାନବୀୟ କାଣ୍ଡ ଘଟାଇବେ ନାହିଁ।