PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ଏହି ରାଜ୍ୟରେ ବିନା ପରୀକ୍ଷାରେ ପାସ୍ ହେବେ ନବମ, ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ, ମୁଖ୍ୟମନ୍ତ୍ରୀ କଲେ ଏମିତି ଘୋଷଣା…

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ଗୁରୁବାର ଦିନ ରାଜ୍ୟର ନବମ, ଦଶମ ଏବଂ ଏକାଦଶ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ (9th, 10th, 11th class exam) ପରବର୍ତ୍ତୀ ଶ୍ରେଣୀରେ ପ୍ରୋତ୍ସାହିତ କରିବାକୁ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ କହିଛନ୍ତି ଯେ, ‘କରୋନାଭାଇରସ୍ ମହାମାରୀ ଶିକ୍ଷକ ଏବଂ ଛାତ୍ରମାନଙ୍କ ପାଇଁ ଏକ ଅସାଧାରଣ ଆହ୍ବାନ ହୋଇ ସାମ୍ନାକୁ ଆସିଛି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ବିଶେଷଜ୍ଞ, ଅଭିଭାବକ ଏବଂ ଛାତ୍ରମାନଙ୍କ ମତାମତକୁ ବିଚାର କରିଛନ୍ତି ।  ଯେଉଁମାନଙ୍କୁ ୨୦୨୦-୨୧ ଶିକ୍ଷାବର୍ଷରେ ବାର୍ଷିକ କିମ୍ବା ବୋର୍ଡ ପରୀକ୍ଷା ଦେବାକୁ ପଡ଼ିଥାନ୍ତା ସେମାନଙ୍କ ସହ ଏହି ଆଲୋଚନା ହୋଇଛି ।  ଯେଉଁଥିରେ ସରକାର ନବମ, ଦଶମ ଏବଂ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ନ ଦେଇ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଠାରେ ସୂଚନା ଥାଉକି, ତାମିଲନାଡୁରେ କରୋନା ଭାଇରସ ମହାମାରୀ ଯୋଗୁଁ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି । ସେ କହିଛନ୍ତି, “ମହାମାରୀ ବିସ୍ତାରିତ ନହେବା ପାଇଁ ସ୍କୁଲଗୁଡିକ ମାର୍ଚ୍ଚ ୨୫, ୨୦୨୦ରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ କରୋନା ଜୀବାଣୁ ବହୁ ମାତ୍ରାରେ ନିୟନ୍ତ୍ରିତ ହେବା ପରେ ଜାନୁୟାରୀ ୧୯ରେ ସେମାନେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀକୁ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ଏହି କାରଣରୁ ସରକାରୀ ଏଜୁକେସନାଲ ଟିଭି ଚ୍ୟାନେଲ କାଲଭି ଥୋଲିକାଚି ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ବର୍ଷସାରା ଶିକ୍ଷା ଦିଆଯାଇଛି ।