PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଟଙ୍କା ଦୁଇଗୁଣା କରିବା ଲୋଭ ଦେଖାଇ ୬୦୦ କୋଟି ନେଇ ଉଡିଗଲେ ‘ହେଲିକପ୍ଟର ବ୍ରଦର୍ସ’, ଚାରିଆଡେ ଲାଗିଲା ପୋଷ୍ଟର

https://www.aajtak.in

ନୂଆଦିଲ୍ଲୀ,୨୩।୭: ଭାରତୀୟ ଜନତା ପାର୍ଟି (ବିଜେପି) ଟ୍ରେଡର୍ସ ଓ୍ବିଙ୍ଗର ନେତା ଥିବା ମରିୟୁର ରାମଦାସ ସ୍ବାମୀନାଥନଙ୍କ ଉପରେ ୬୦୦ କୋଟି ଟଙ୍କା ଠକେଇ ଅଭିଯୋଗ। ବ୍ୟବସାୟୀ ମରିୟୁର ରାମଦାସ ଗଣେଶ ଓ ତାଙ୍କ ଭାଇ ମରିୟୁର ରାମଦାସ ସ୍ବାମୀନାଥନଙ୍କ ନାଁରେ ତାମିଲନାଡୁର କୁମ୍ଭକୋଣମରେ ସହରର ସାରା ପୋଷ୍ଟର ଲାଗିଛି। ‘ହେଲିକପ୍ଟର ବଦର୍ସ’ନାଁରେ ଜଣାଶୁଣା ଥିଲେ ଏହି ଦୁଇ ଭାଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଲୋକେ। ଏହାପରେ ପୋଲିସ ମାମଲା ରୁଜୁ କରିନେଇଛି।

ତିରୁଭରୁରର ମୂଳ ନିବାସୀ ‘ହେଲିକପ୍ଟର ବ୍ରଦର୍ସ’ ୬ ବର୍ଷ ପୂର୍ବେ କୁମ୍ଭକୋଣମରେ ରହିବା ଆରମ୍ଭ କରିଥିଲେ। ଏହାପରେ ଦୁହେଁ ଦୁଗ୍ଧ ବ୍ୟବସାୟ କରିଥିଲେ। ଦୁଇ ଭାଇ ଭିକ୍ଟ୍ରି ଫାଇନାନ୍ସ ନାମରେ ଲୋକଙ୍କଠାରୁ ୬୦୦ କୋଟି ଟଙ୍କା ଠକି ନେଇଥିବାର ଅଭିଯୋଗ ହୋଇଛି।  ୨୦୧୯ ମସିହାରେ ତାମିଲନାଡୁର କୁମ୍ଭକୋଣ ସହରର ଡାଏରି ଫାର୍ମ ମାଲିକ  ମରିୟୁର ରାମଦାସ ଗଣେଶ ନିଜ ଏକ ବର୍ଷର ପୁଅର ଜନ୍ମଦିନ ଅବସରରେ ହେଲିକପ୍ଟରରୁ ଗୋଲାପ ପାଖୁଡା ବର୍ଷା କରିଥିଲେ। ପୁରା ସହର ଏହି ଉତ୍ସବର ସାକ୍ଷୀ ଥିଳା। ଦୀର୍ଘ ସମୟ ପର୍ଯ୍ୟନ୍ତ ମଧ୍ୟ ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ପୋଲିସ ଦୁଇ ଭାଇଙ୍କୁ ଖୋଜୁଛି। ଲୋକଙ୍କୁ ଠକେଇ ଅଭିଯୋଗରେ ତଞ୍ଜାବୁର ଜିଲ୍ଲାର ଅପରାଧ ଶାଖାରେ ବୁଧବାର ଏଫଆଇଆର ରୁଜୁ କରାଯାଇଛି। ତାଙ୍କ କମ୍ପାନୀର ମ୍ୟାନେଜର ଶ୍ରୀକାନ୍ତ(୫୬)ଙ୍କୁ ଗିରପ କରାଯାଇଛି।

ଦୁଇ ଭାଇଙ୍କ ବିରୋଧରେ ଅଭିଯୋଗ ରହିଛି ଯେ, ସେମାନେ ଲୋକଙ୍କୁ ଟଙ୍କା ଦୁଇଗୁଣା କରିବାର ପ୍ରଲୋଭନ ଦେଖାଇ ଟଙ୍କା ଲୁଟି ନେଇଛନ୍ତି। ପୋଲିସ ଦୁଇ ଭାଇଙ୍କ ବିରୋଧରେ ଆଇପିସିର ଧାରା ୪୦୬,୪୨୦ ଓ ୧୨୦(ବି) ଅନୁସାରେ ଠକେଇ, ବିଶ୍ବାସଘାତ ଓ ଅପରାଧିକ ଷଡଯନ୍ତ୍ରର ମାମଲା ରୁଜୁ କରିଛି। ‘ହେଲିକପ୍ଟର୍ସ ବଦର୍ସ’ ର କମ୍ପାନୀରେ ନିବେଶ କରିଥିବା ଜଫରୁଲାହ ଓ ତାଭ୍କ ପତ୍ନୀ ଫୈରାଜ ଭାନୁ ତଞ୍ଜାବୁରର ଏସପି ଦେଶମୁଖ ଶେଖର ସଞ୍ଜୟଙ୍କ ପାଖକୁ ଯାଇ ଦୁଇ ଭାଇଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।  ଦମ୍ପତ୍ତି ଅଭିଯୋଗ କରିଛନ୍ତି ସେମାନେ ଏହି ଦୁଇ ଭାଇଙ୍କ କମ୍ପାନୀରେ ୧୫ କୋଟି ଟଙ୍କା ଜମାକରିଥିଲେ, କିନ୍ତୁ କେବେ ଏହି ଟଙ୍କାର ସୁଦ୍ଧ ସେମାନଙ୍କୁ ମିଳିନଥିଲା। ଦୁଇ ଭାଇଙ୍କୁ ଟଙ୍କା ବିଷୟରେ ପଚାରିବାରୁ ସେମାନେ ଧମକ ଦେବା ଆରମ୍ଭ କରିଥିଲେ। କୁମ୍ଭକୋଣମର ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଦୁଇ ଭାଇଙ୍କର ବହୁ ଦେଶରେ ବ୍ୟବସାୟ ରହିଛି। ଆମ ପାଖରେ ସମ୍ପୂର୍ଣ୍ଣ ସୂଚନା ନାହିଁ। ଏହି ଦମ୍ପତ୍ତି କେବଳ ଏକା ନୁହେଁ ଅନେକ ଲୋକଙ୍କଠାରୁ ଠକେଇ କରିଛନ୍ତି। ଏହି ଅଭିଯୋଗ ଆସିବା ପ​‌ରେ ବିଜେପି ଗଣେଶଙ୍କୁ ତାଙ୍କର ପଦରୁ ହଟାଇ ଦେଇଛି।

ସମ୍ବନ୍ଧିତ ଖବର