PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ସୁଶାସନରେ ତାଲିକାରେ ପ୍ରଥମ ସ୍ଥାନରେ ତାମିଲନାଡୁ, ମହାରାଷ୍ଟ୍ର ୨,୧୪ ତମ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ ୨୭/୧୨: କେନ୍ଦ୍ର ସରକାର ବୁଧବାର ଜାରି କରିଥିବା ସୁଶାସନ ସୂଚକାଙ୍କ ଅନୁସାରେ ତାମିଲନାଡୁ ପ୍ରଥମ ସ୍ଥାନରେ ରହିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ ଓ ଆନ୍ଧ୍ରପ୍ରଦେଶ ଯଥାକ୍ରମେ ୨ୟ, ୩ୟ, ୪ର୍ଥ ଏବଂ ୫ମ ସ୍ଥାନରେ ରହିଛନ୍ତି । ଓଡ଼ିଶା ଏହି ତାଲିକାର ୧୪ତମ ସ୍ଥାନରେ ରହିଥିଲାବେଳେ ଝାଡ଼ଖଣ୍ଡ ସବୁଠାରୁ ତଳେ( ୧୮ ତମ ସ୍ଥାନ)ରେ ରହିଛି । ବଡ଼ ରାଜ୍ୟଗୁଡିକ ମଧ୍ୟରେ ବିହାର, ୟୁପି ଏବଂ ଗୋଆ ଏହି ସୂଚକାଙ୍କ ଅନୁସାରେ ସବୁଠାରୁ ଖରାପ ପ୍ରଦର୍ଶନ କରିଛନ୍ତି ।

ଉତ୍ତର-ପୂର୍ବ ଏବଂ ପର୍ବତାଞ୍ଚଳ ଭରା ରାଜ୍ୟଗୁଡିକ ମଧ୍ୟରେ ହିମାଚଳ ପ୍ରଦେଶ ୧ମ ସ୍ଥାନରେ ରହିଥିଲାବେଳେ ଉତ୍ତରାଖଣ୍ଡ, ତ୍ରିପୁରା, ମିଜୋରାମ ଏବଂ ସିକ୍କିମ ଯଥାକ୍ରମେ ୨ୟ, ୩ୟ ଏବଂ ୪ର୍ଥ ସ୍ଥାନରେ ରହିଛନ୍ତି । ଏଭଳି ରାଜ୍ୟଗୁଡିକ ମଧ୍ୟରେ ଅରୁଣାଚଳ ପ୍ରଦେଶ ସବୁଠାରୁ ତଳେ ରହିଛି । ଜମ୍ମୁ-କାଶ୍ମୀର, ମଣିପୁର, ନାଗାଲ୍ୟାଣ୍ଡ ଏବଂ ମେଘାଳୟ ସବୁଠାରୁ ଖରାପ ପ୍ରଦର୍ଶନ କରିଛନ୍ତି ।

କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ମଧ୍ୟରେ ପୁଡ୍ଡୁଚେରୀ ପ୍ରଥମ ସ୍ଥାନରେ ଥିଲାବେଳେ ଚଣ୍ଡୀଗଡ ଓ ଦିଲ୍ଲୀ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ଲାକ୍ଷାଦ୍ୱୀପ ସବୁଠାରୁ ତଳେ ରହିଛି ।

ଦେଶର ବିଭିନ୍ନ ଭାଗରେ ସୁଶାସନର ସ୍ଥିତି ଆକଳନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏଭଳି ସୂଚକାଙ୍କ ପ୍ରସ୍ତୁତ କରିଛନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ୩ଟି ଶ୍ରେଣୀରରେ ବିଭକ୍ତ କରାଯାଇ ସେମାନଙ୍କ ମଧ୍ୟରେ ସୁଶାସନକୁ ନେଇ ତୁଳନା କରାଯାଇଛି ଏବଂ ଉକ୍ତ ତାଲିକା ପ୍ରସ୍ତୁତ କରାଯାଇଛି । ଏହାଯୋଗୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଶାସନ ବ୍ୟବସ୍ଥାନରେ ଅଧିକ ସୁଧାର ଆଣିବା ପାଇଁ ପ୍ରୟାସ କରିବେ ବୋଲି ସରକାର କହିଛନ୍ତି ।