PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ମଣିଷ ମାଂସ ଖାଇଥିବା ଅଭିଯୋଗରେ ତାମିଲନାଡୁରେ ୮ ଗିରଫ

ଚେନ୍ନାଇ – ତାମିଲନାଡୁରେ ଏକ ପୂଜା ପର୍ବରେ ୮ ଜଣ ମଣିଷ ମାଂସ ଖାଇଥିବାର ପ୍ରମାଣ ମିଳିବା ପରେ ସେମାନଙ୍କୁ ଗିରଫ କରାଯାଇଛି । ତାମିଲନାଡୁରତେନକାଶି ତହସିଲ୍‌ରେ ଥିବା କାଲୁରାମୀ ଗ୍ରାମରେ ଏହି ଘଟଣା ଘଟିଛି । ଶକ୍ତି ପୋଥି ସୁଦାଲଇ ମାଦାସ୍ୱାମୀ ମନ୍ଦିରେର ଏକ ବିଶେଷ ପୂଜାରଚ୍ଚନା ସମୟରେ କିଛି ଲୋକ ମଣିଷ ମାଂସ ଖାଇଥିବା ଅଭିଯୋଗ ହୋଇଥିଲା । ଏହି ସମସ୍ତେ ସମିୟାଦି ଗୋଷ୍ଠୀର ହୋଇଥିବା ପୋଲିସ ସୂଚନା ଦେଇଛି ।

ଏହାର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା । ଏଥିରେ ପୂଜା କରୁଥଇବା ବ୍ୟକ୍ତି ଏକ ମଣିଷ ଖପୁରୀ ଖଣ୍ଡା ଉପେର ଧରି ନାଚୁଥିବା ଦେଖିବା ପାଇଁ ମିଳୁଛି କିଛି ଲୋକ ଖପୁରୀରେ ଲାଗିଥିବା ମାଂସ ଖାଇବା ପାଇଁ ଉଦ୍ୟମ କରୁଥିବା ଦେଖିବା ପାଇଁ ମିଳିଥିଲା। ଗ୍ରାମ ଅଧିକାରୀଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଥିଲା ।

ଏଥିରେ ଯେଉଁ ୮ ଜଣଙ୍କୁ ଗିରଫ କରିଛି ପୋଲିସ ସେମାନଙ୍କୁ ପଚରା ଉଚରା କରୁଛି । ସେମାନେ ଏହା ମଣିଷ ମାଂସ ବୋଲି ଜାଣି ନଥିବା କଥା କହିଛନ୍ତି । ସେଠାରେ ଗହଳି ହୋଇଥିବାରୁ ଏବଂ ସେମାନେ ଅନ୍ୟ ଅବସ୍ଥାରେ ଥିବାରୁ ଏହା କଅଣ ଜାଣି ନଥିବା କଥା କହିଛନ୍ତି ।

ପୋଲିସ ଶ୍ମଶାନରେ ଅନଧିକାର ଭାବେ ପ୍ରବେଶ କରିବା ଏବଂ ପ୍ରତିବନ୍ଧ ଲାଗିଥିବା ବେଆଇନ କାର୍ଯ୍ୟ କରିବା ଅଭିଯୋଗରେ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ସେମାନେ କେଉଁଠାରୁ ଏହାକୁ ଆଣିଲେ ପୋଲିସ ତାହାର ତଦନ୍ତ କରିଛି ।

ସମ୍ବନ୍ଧିତ ଖବର